କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ୩ ବରିଷ୍ଠ IPS ଙ୍କୁ ଗଲା ଚିଠି

ଭୁବନେଶ୍ୱର,୫।୮: ରାଜ୍ୟରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହିତ ଶେଷ ହୋଇଛି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି। ଏଥିପାଇଁ ଖୋଦ ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ପୋଲିସକୁ ପ୍ରଶଂସା କରିଛନ୍ତି। ତେବେ ଏହାରି ଭିତରେ ମୋହନ ମାଝି ସରକାର ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କୁ ଅପସାରଣ କରିବେ ବୋଲି କ୍ଷମତା କରିଡ଼ରରେ ଚର୍ଚ୍ଚା ଜୋର ଧରିଲାଣି। ଶୁକ୍ରବାର କେନ୍ଦ୍ର ସରକାର ୧୯୯୦ ବ୍ୟାଚ ଆଇପିଏସ ଓ୍ବାଇ ବି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟିଶେନରେ ଓଡ଼ିଶା ଫେରାଇଛନ୍ତି।

ତେବେ ସୋମବାର ୩ ଆଇପିଏସଙ୍କୁ ଚିଠି ପଠାଯାଇଛି। ସେମାନଙ୍କୁ ନିଜ ବାୟୋଡାଟା ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ୧୯୮୮ ବ୍ୟାଚ IPS ଏ.କେ ରାୟ, ୧୯୮୯ ବ୍ୟାଚ IPS ଏସ.ଏମ ନରୱାଣେ, ୧୯୯୦ ବ୍ୟାଚ IPS ୱାଇ.ବି ଖୁରାନିଆଙ୍କୁ ଚିଠି ପଠାଯାଇଛି। ଏହି ୩ଜଣ ବାୟୋଡାଟା ଦେବା ପରେ ଗୃହ ବିଭାଗ ଡିଜିପି ଚୟନ ନେଇ ଗଠିତ କମିଟିଙ୍କୁ ଏହି ତଥ୍ୟ ପଠାଇବ ବୋଲି ଜଣାପଡିଛି।

କହିରଖୁଛୁ କି, ତତକାଳୀନ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ୧୯୯୦ ବ୍ୟାଚ ଆଇପିଏସ ଅରୁଣ ଷଡଙ୍ଗୀଙ୍କୁ ରାଜ୍ୟ ପୁଲିସ ଡିଜି ଭାବେ ଅସ୍ଥାୟୀ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଗତ ଜୁନ ମାସରେ ରାଜ୍ୟରେ ମୋହନ ସରକାର କ୍ଷମତାକୁ ଆସିବା ପରେ ସେବେଠୁ ରାଜ୍ୟରେ ଅସ୍ଥାୟୀ ଡିଜି ଭାବେ ଷଡଙ୍ଗୀ କାର୍ଯ୍ୟ କରୁଛନ୍ତି। ସେ ଦୀର୍ଘ ୭ମାସ ଧରି ଅସ୍ଥାୟୀ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଅରୁଣ ଷଡଙ୍ଗୀଙ୍କ ଉପରେ ବରିଷ୍ଠତା ଭିତ୍ତିରେ ୧୯୮୮ ବ୍ୟାଚର ଅରୁଣ କୁମାର ରାୟ,୧୯୮୯ ବ୍ୟାଚ୍‌ର ଏଏମ ପ୍ରସାଦ ଓ ଏସଏମ ନରୱାଣେ ରହିଥିବା ବେଳେ ୧୯୯୦ ବ୍ୟାଚର ୱାଇବି ଖୁରାନିଆ ଓ ସୁଧାଂଶୁ ଷଡଙ୍ଗୀ ରହିଛନ୍ତି। ଅରୁଣ ରାୟ ଏବେବି ସରକାରଙ୍କ ପନିସମେଂଟ ପୋଷ୍ଟରେ ରହିଛନ୍ତି। ତେବେ ଅରୁଣ ରାୟ, ଏସଏମ ନରଓ୍ବାଣେ ଓ ଖୁରାନିଆଙ୍କୁ ଚିଠି ଯାଇଥିବାବେଳେ ତାଙ୍କ ଭିତରୁ କିଏ ଡିଜିପି ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?