Posted inଖେଳ

ରୋହିତ ଶର୍ମାଙ୍କ ପରେ କିଏ ହେବେ ଟିମ ଇଣ୍ଡିଆର କ୍ୟାପଟେନ, ରେସରେ ରହିଛି ଏହିମାନଙ୍କ ନାଁ

ନୂଆଦିଲ୍ଲୀ,୩୦।୬: ଶନିବାର ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏହା ସହ ରୋହିତ ଶର୍ମା ଆଇସିସି ଟ୍ରଫି ଜିତିବାରେ ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଟାଇଟଲ ଜିତିବା ପରେ ରୋହିତ ଶର୍ମା ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ ଶର୍ମାଙ୍କ ବଦଳରେ ଟି -୨୦ ଇଣ୍ଟରନ୍ୟାସନାଲରେ କେଉଁ ଖେଳାଳି ଭାରତୀୟ ଦଳର ଦାୟିତ୍ୱ ନେବେ। ଏହି ଦୌଡ଼ରେ ୫ଖେଳାଳିଙ୍କ ନାମ ଆଗରେ ରହିଛି। ଏହି ଖେଳାଳୀମାନଙ୍କ ମଧ୍ୟରୁ ଜଣେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ମଧ୍ୟ ପାଇନଥିଲେ।
ଟି -୨୦ ଇଣ୍ଟରନ୍ୟାସନାଲରେ ଭାରତୀୟ ଦଳର ଅଧିନାୟକତ୍ୱ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଛି। ଟି -୨୦ ବିଶ୍ୱକପ ୨୦୨୨ପରଠାରୁ ରୋହିତ ଶର୍ମା ଏହି ଫର୍ମାଟରୁ ଦୂରରେ ଥିଲେ। ଏଭଳି ସ୍ଥିତିରେ ହାର୍ଦ୍ଦିକ ଟିମ ଇଣ୍ଡିଆର ନେତୃତ୍ୱ ନେଇଥିଲେ। ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୧୬ ଟି -୨୦ ଅନ୍ତର୍ଜାତୀୟ ଖେଳି ୧୦ ଟି ଜିତିଛି। ଦଳ ୫ଟଇ ହାରିଛି ଓ ଗୋଟିଏ ମ୍ୟାଚ ଡ୍ର ରହିଛି।

ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଟିମ ଇଣ୍ଡିଆର ଭବିଷ୍ୟତ ଅଧିନାୟକ ଭାବେ ବିବେଚନା କରାଯାଉଛି। ୨୦୨୨ ଶେଷରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଏଥିପାଇଁ ସେ ପ୍ରାୟ ୧୬ ମାସ କ୍ରିକେଟ ଠାରୁ ଦୂରରେ ରହିଥିଲେ। ଆଇପିଏଲ ୨୦୨୪ପୂର୍ବରୁ ପନ୍ତ ଏକ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ସେ ଟି -୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ପନ୍ତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୫ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି। ଏହି ସମୟରେ ଟମ୍‌ ୨ଟି ମ୍ୟାଚ ଜିତିଥିବା ବେଳେ ୨ଟିରେ ହାରିଥିଲା। ୧ଟି ମ୍ୟାଚ ମଧ୍ୟ ଡ୍ର ରହିଥିଲା।
କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୪ ରେ ଟାଇଟଲ ଜିତିଥିଲେ। କୋଲକାତାର ମେଣ୍ଟର ଗୌତମ ଗମ୍ଭୀର ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ଆଗୁଆ ଅଛନ୍ତି। ଏଭଳି ସ୍ଥିତିରେ ସେ ଶ୍ରେୟାସଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିପାରନ୍ତି। ଶ୍ରେୟାସ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପାଇନାହାଁନ୍ତି।
ଟି -୨୦ ବିଶ୍ୱକପ ୨୦୨୪ପରେ ଭାରତୀୟ ଦଳ ବର୍ତ୍ତମାନ ଜିମ୍ବାୱେ ଗସ୍ତ କରିବେ। ଏହି ସମୟରେ ଦୁଇ ଦଳ ମଧ୍ୟରେ ୫ ଟି -୨୦ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଏହି ସିରିଜ ପାଇଁ ଶୁବମନ ଗିଲଙ୍କୁ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଗିଲଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳର ଅଧିନାୟକ ନଜର ଆସିବେ। ସେ ଆଇପିଏଲ ୨୦୨୪ରେ ଗୁଜୁରାଟ ଟାଇଟାନ୍ସର କମାଣ୍ଡ ନେଇଥିଲେ। ସେ ମଧ୍ୟ ଅଧିନାୟକ ରେସରେ ରହିଛନ୍ତି।
ଦୀର୍ଘ ଦିନ ଧରି ଟି -୨୦ ଇଣ୍ଟରନ୍ୟାସନାଲରେ ନମ୍ବର -୧ ବ୍ୟାଟ୍ସମ୍ୟାନ ଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଧିନାୟକତ୍ୱ ଦୌଡ଼ରେ ଅଛନ୍ତି। ସୂର୍ଯ୍ୟ ଏହି ଫର୍ମାଟକୁ ପସନ୍ଦ କରନ୍ତି । ସେ ୭ ଟି -୨୦ ଇଣ୍ଟରନ୍ୟାସନାଲରେ ମଧ୍ୟ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆ ୫ ଟି ମ୍ୟାଚ ଜିତି ୨ଟି ହାରିଛି। ସୂର୍ଯ୍ୟକୁମାର ମଧ୍ୟ ଭାରତୀୟ ଦଳର କ୍ୟାପଟେନ ରେସରେ ଆଗରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri