ଉପରାଷ୍ଟ୍ରପତି ପଦବୀକୁ ନେଇ ଚାଲିଛି ଅଙ୍କକଷା: ଓଡ଼ିଶାରୁ ହେବେ କି? ଏହି ନାଁ ଉପରେ ଜୋର୍‌ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୭: ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ରାଜନୌତିକ ମହଲ ଗରମ ରହିଛି। ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ସମୟରେ ଅନେକ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଛି। କୁହାଯାଉଛି ଏମାନେ ଉପରାଷ୍ଟ୍ରପତି ରେସ୍‌ରେ ଅଛନ୍ତି। ତାକୁ ନେଇ ଏବେ ଚର୍ଚ୍ଚା ହେଉଥିବା ବେଳେ ଏଯାଏ ସରକାରୀ ସୂଚନା ମିଳିପାରିନାହିଁ।

ବିହାରରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଜଗଦୀପ ଧନଖରଙ୍କ ଇସ୍ତଫା ଉପରେ, ମଙ୍ଗଳବାର ଆରଜେଡି ବିଧାୟକ ମୁକେଶ ରୋଶନ ଦାବି କରିଛନ୍ତି ଯେ ନୀତୀଶଙ୍କୁ ଉପରାଷ୍ଟ୍ରପତି କରିବା ପାଇଁ ତାଙ୍କର ଇସ୍ତଫା ନିଆଯାଇଛି।

ଆରଜେଡି ବିଧାୟକ ମୁକେଶ ରୋଶନ କହିଛନ୍ତି ଯେ ନିର୍ବାଚନ ପର୍ଯ୍ୟନ୍ତ ଭାଜପା ବିହାରରେ ନିଜର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି। ଭବିଷ୍ୟତରେ ମଧ୍ୟ, ଯଦି ସରକାର ଗଠନ ହୁଏ, ତେବେ ଏହା ନିଜର ମୁଖ୍ୟମନ୍ତ୍ରୀ କରିବ। ପରବର୍ତ୍ତୀ ଇସ୍ତଫା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ହେବ। ସେ କହିଛନ୍ତି ଯେ ଭାଜପା ଜେଡିୟୁକୁ ଶେଷ କରିବାରେ ଲାଗିପଡ଼ିଛି। ଭାଜପା ନୀତୀଶ କୁମାରଙ୍କ ନିକଟତର ନେତାମାନଙ୍କୁ ନିଜ ଶିବିରକୁ ଆଣିଛି। ଖେଳ ଆରମ୍ଭ ହୋଇଛି।

ଜେଡିୟୁ ମଧ୍ୟ ଆରଜେଡିର ଦାବି ଉପରେ ନିଜର ମତ ସ୍ପଷ୍ଟ କରିଛି। ଜେଡିୟୁ କୋଟା ମନ୍ତ୍ରୀ ମଦନ ସାହାଣୀ କହିଛନ୍ତି ନୀତୀଶ କୁମାର ଉପରାଷ୍ଟ୍ରପତି ହେବେ ନାହିଁ। ସେ ବିହାରର ମୁଖ୍ୟମନ୍ତ୍ରୀ। ଭବିଷ୍ୟତରେ ମଧ୍ୟ ସେ ସେହିପରି ରହିବେ।

ଏହା ସହିତ ଜଣେ ଭାଜପା ନେତା କହିଛନ୍ତି, ଆମେ ଏବେ ବି ଏହା ଉପରେ ବିଚାର କରୁଛୁ। କିନ୍ତୁ ମୁଁ ବିଶ୍ୱାସ କରେ ଯେ ଦଳ ଏପରି ଜଣଙ୍କୁ ବାଛିବ ଯିଏ ଏକ ଦୃଢ଼ ପସନ୍ଦ ଏବଂ ଯାହାଙ୍କ ଉପରେ କୌଣସି ବିବାଦ ନାହିଁ। ସେ ପରାମର୍ଶ ଦେଇଥିଲେ ଯେ ଦଳର ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ପସନ୍ଦ କରାଯାଇପାରିବ। ଜେଡିୟୁ ସାଂସଦ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଦେଖାଯାଉଛି, କାରଣ ସେ ୨୦୨୦ରୁ ଏହି ପଦବୀରେ ଅଛନ୍ତି ଏବଂ ସରକାରଙ୍କ ଆସ୍ଥାଭାଜନ।

ସେହିପରି ଏମ୍‌ପି ଭର୍ତ୍ତୃହରୀ ମହାତାବଙ୍କ ନା ମଧ୍ୟ ଚର୍ଚ୍ଚାକୁ ଆସୁଛି। ହେଲେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।  ଏହା ମଧ୍ୟ ଚର୍ଚ୍ଚା ହେଉଛି କି ୨୦୨୪ ଲୋକ ସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସିଟ ଜିତିଛି। କେବଳ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି। ଅର୍ଥାତ୍‌ ଭାଜପା ଲୋକ ସଭାରେ ପ୍ରାୟ ସମସ୍ତ ଆସନ ଜିତିଥିବାବେଳେ ବିଜେଡି ମୂଳପୋଛ ହୋଇଯାଇଥିଲା। ୨୦୧୯ରେ ବିଜୁ ଜନତା ଦଳ ଲୋକ ସଭାରେ ୧୨ଟି ଓ ଭାଜପା ୮ଟି ସିଟ ପାଇଥିଲା। ଏପରିକି ସେତେବେଳେ କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା। କିନ୍ତୁ ଏଥର ପଲଟି ଯାଇଛି ବାଜି। ବିଜୁ ଜନତା ଦଳର ସମସ୍ତ ଆସନ ଭାଜପା ଖାତାକୁ ଯାଇଥିଲା। ଏହା ମଧ୍ୟ କୁହାଗଲା କି ଓଡ଼ିଶା ପାଇଁ କେନ୍ଦ୍ରରେ ସରକାର ଗଠନ କରିଛି ଭାଜପା। ଯଦି ଓଡ଼ିଶାରେ ଭାଜପାକୁ ଅଳ୍ପ ସିଟ୍‌ ମିଳିଥାନ୍ତା, ତେବେ ଭାଜପାକୁ ମ୍ୟାଜିକ୍‌ ନମ୍ବର ଛୁଇଁବାରେ ଅସୁବିଧା ହୋଇଥାନ୍ତା।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପରେ ୧୨ ବିମାନର ଯାତ୍ରୀ ଆତଙ୍କିତ; ପ୍ୟାରିସରୁ ରୋମ ପର୍ଯ୍ୟନ୍ତ ଭୟର ବାତାବରଣ

ପ୍ୟାରିସ,୫।୧୧: ଗୁରୁବାର ୟୁରୋପର ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣିଥରେ ହାଇ ଆଲର୍ଟ ଅବସ୍ଥାରେ ରହିଥିଲେ, କାରଣ ବୋମା ଧମକ ମିଳିବା ପରେ ପ୍ରାୟ ୧୨ଟି ବିମାନର ଗତିପଥ ବଦଳାଇବାକୁ…

ପୋଲିସ ASIଙ୍କ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ…

ବନ୍ୟାରେ ଛାରଖାର ପୁରୁଷୋତ୍ତମପୁର, ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସରକାରଙ୍କୁ ଘେରିଲେ ଭକ୍ତ ଦାସ

ପୁରୁଷୋତ୍ତମପୁର,୫।୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷଜମି…

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?