ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା…

ନୂଆଦିଲ୍ଲୀ,୧୯।୯: ଜଣେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଯୋଗୁ ଭାରତ ସହ ମଧୁର ସମ୍ପର୍କ ଖରାପ କରୁଛି କାନାଡା। ଦେଶରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଅପରପକ୍ଷେ ଆତଙ୍କବାଦୀ ଗତିବିଧିକୁ ନେଇ ଭାରତ କାନାଡା ସରକାରଙ୍କୁ କଟାକ୍ଷ କରିଥିବା ଯୋଗୁ ଏଭଳି ଆରୋପପ୍ରତ୍ୟାରୋପ ଆରମ୍ଭ ହୋଇଛି। ତେବେ ନିକଟରେ ଜି୨୦ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଟ୍ରୁଡୋ ସ୍ବଦେଶ ପହଞ୍ଚିବା ପରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି। ଏପରିକି କାନାଡାରେ ଜଣେ ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ଏଭଳି ଘଟଣାକୁ ନେଇ ହରଦୀପ ସିଂହ କିଏ ତାହାକୁ ନେଇ ପ୍ରଶ୍ନ ଉଠିଛି।

ହରଦୀପ ସିଂହ ଜଣେ ଖାଲିସ୍ତାନୀ ଆତଙ୍କବାଦୀ। ସେ ଆତଙ୍କବାଦୀ ସମୂହ ଶିଖ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ସହ ଜଡ଼ିତ ଥିଲେ। ଏଥିସହ ଖାଲିସ୍ତାନୀ ଟାଇଗର ଫୋର୍ସ(କେଟିଏଫ୍‌)ର ମୁଖ୍ୟ। କେଟିଏଫ୍‌କୁ ଭାରତରେ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି। ଏପରିକି ହରଦୀପଙ୍କ ମୁଣ୍ଡ ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଯେଉଁ ସଂଗଠନର ମୁଖ୍ୟ ଥିଲେ, ତାର ସଦସ୍ୟ ୧୯୯୫ରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟା କରିଥିଲେ। ପଞ୍ଜାବ ପୋଲିସ ନିକଟରେ ଥିବା ସୂଚନା ଅନୁଯାୟୀ ହରଦୀପ ଜଳନ୍ଧରର ଭାରସିଂହପୁରା ଗ୍ରାମର ବାସିନ୍ଦା ଥିଲେ। ସେ ୧୯୯୬ରେ କାନାଡ଼ା ଚାଲିଯାଇଥିଲେ।

କାନାଡାରେ ହରଦୀପ ପ୍ଲମ୍ବର ଭାବେ କାମ ଆରମ୍ଭ କରିଥିଲେ। ହେଲେ ଗତ କିଛି ବର୍ଷ ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ ସମର୍ଥକଙ୍କ ଗତିବିଧିରେ ସାମିଲ ହେବା କାରଣରୁ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇଥିଲା। ତାଙ୍କ ବିରୋଧରେ ଭାରତରେ ଅନେକ ମାମଲା ରହିଥିବା ବେଳେ ସେ ଶ୍ରେଷ୍ଠ ୪୦ ଆତଙ୍କବାଦୀ ତାଲିକାରେ ସାମିଲ ମଧ୍ୟ ଥିଲେ।

ଟ୍ରୁଡୋ ହରଦୀପଙ୍କୁ କାନାଡା ନାଗରିକ ଦର୍ଶାଇ ଭାରତ ସହ ସମ୍ପର୍କ କରିବାକୁ ଚାହୁଁଥିବା ବେଳେ ସେ ଦେଶର ନାଗରିକ ଥିଲା କି ନାହିଁ ସେ ନେଇ ସନ୍ଦେହ ଦେଖାଦେଇଛି। ସେ ଜାଲ ପାସପୋର୍ଟ ଦେଖାଇ କାନାଡାରେ ପସିଥିବା କୁହାଯାଉଛି। ହେଲେ ହରଦୀପ ନିଜକୁ କାନାଡା ନାଗରିକ ବୋଲି କହି ଆସୁଥିଲେ। ଟ୍ରୁଡୋ ମଧ୍ୟ ସୋମବାର ହାଉସ୍‌ ଅଫ୍‌ କମନ୍ସରେ ସେହି କଥା ଦୋହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri