Posted inଫୁରସତ

ପାର୍ଟିରେ ମଦ ପିଇ କୋମାକୁ ଚାଲିଯାଇଥିଲେ ଯୁବତୀ, କରୋନା ଦେଲା ନୂଆ ଜୀବନ

କରୋନା ମହାମାରୀ ସମଗ୍ର ବିଶ୍ୱରେ କ୍ଷତି ପହଞ୍ଚାଇଥିବା ବେଳେ କିଛି ଲୋକଙ୍କୁ ନୂଆ ଜୀବନ ବି ଦେଇଛି। ଇଂଲଣ୍ଡରେ ରହୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। ଏକ ପାର୍ଟିରେ ଓଲିବିୟା ଇବିଟସନ ନାମକ ୨୧ ବର୍ଷୀୟା ଯୁବତୀ ଅତ୍ୟଧିକ ମଦ୍ୟମାନ କରିଥିଲେ। ଫଳରେ ତାଙ୍କ ଅବସ୍ଥା ପୂରା ବିଗିଡ଼ି ଯାଇଥିଲା। ଏପରିକି ସେ କୋମାକୁ ଚାଲିଯାଇଥିଲେ। କିନ୍ତୁ କରୋନା ମହାମାରୀ ତାଙ୍କୁ ନୂଆ ଜୀବନ ଦେଇଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ।
ଓଲିବିୟା ୧୫ ବର୍ଷରୁ ମଦ ପିଉଛନ୍ତି। ୧୮-୧୯ ବର୍ଷ ପର୍ଯ୍ୟନ୍ତ ସେ ପ୍ରତିଦିନ ମଦ ପିଉଥିଲେ। ଏପରିକି ପାର୍ଟିକୁ ଯିବା ମାତ୍ରେ ମଦ ବୋତଲ ସଫା କରିଦିଅନ୍ତି। ଦିନକୁ ଦିନ ତାଙ୍କ ଜୀବନଶୈଳୀ ଖରାପ ଆଡ଼କୁ ଗତିକଲା। ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ହେଲେ। ୨୦୧୯ରେ ତାଙ୍କ ଦେହ ବହୁତ ଖରାପ ହୋଇଗଲା। ଅନ୍ୟପଟେ ମାର୍ଚ୍ଚ ୨୦୨୦ରେ କରୋନା ଭାଇରସ୍‌ ଇଂଲଣ୍ଡରେ କାୟା ବିସ୍ତାର କରିଥିଲା। ଏହି କାରଣରୁ ଲକ୍‌ଡାଉନ୍‌ ମଧ୍ୟ ହୋଇଥିଲା। ସେହି ସମୟରେ ଓଲିବିୟାଙ୍କ ମନ ପରିବର୍ତ୍ତନ ହୋଇଗଲା। କରୋନା ଯୋଗୁ ତାଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେଲା। ଓଲିବିୟା ଅନୁଭବ କଲେ ଜଙ୍କଫୁଡ୍‌ ଏବଂ ମଦ ଯୋଗୁ ତାଙ୍କ ଓଜନ ବଢ଼ିଯାଉଛି। ସେ ଗ୍ରୀନ୍‌-ଟି ପିଇବାକୁ ଲାଗିଲେ। ପ୍ରତିଦିନ ବ୍ୟାୟାମ ମଧ୍ୟ କଲେ। ଫଳରେ ତାଙ୍କ ଓଜନ କମିବାରେ ଲାଗିଲା। ଓଲିବିୟା କୁହନ୍ତି, କରୋନା ମହାମାରୀ ଯୋଗୁ ତାଙ୍କ ଜୀବନ ବଦଳିଗଲା। ସେ ନୂଆ ଜୀବନ ପାଇଛନ୍ତି। ସେ କୁହନ୍ତି, ମୋ’ ଜାଣିବାରେ ଲକ୍‌ଡାଉନ୍‌ ମୋ’ ପାଇଁ ସବୁଠୁ ଭଲ। କରୋନା ମୋତେ ଖୁସି ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri