Posted inଖେଳ

୧୫୨.୯୫ କିମି ପ୍ରତି ଘଣ୍ଟା: ଜାଣନ୍ତୁ ସବୁଠାରୁ ଦ୍ରୁତ ବୋଲିଂ କରି ଚର୍ଚ୍ଚାରେ ଥିବା ଉମ୍‌ରାନ୍‌ କିଏ, କୋହଲି ବି ଏବେ…

ଆବୁଧାବି,୭।୧୦: ରାତାରାତି ଖେଳାଳିଙ୍କ ଭାଗ୍ୟ ବଦଳାଇଥାଏ ଆଇପିଏଲ୍‌। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅନେକ ଯୁବ କ୍ରିକେଟର ଏହି ପ୍ଲାଟଫର୍ମରୁ ନିଜର କ୍ୟାରିୟର ଆରମ୍ଭ କରି ଏବେ ଦୁନିଆର ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଛନ୍ତି। ଏଭଳି କିଛି ଘଟିଛି ବୁଧବାର ଆବୁଧାବି ଗ୍ରାଉଣ୍ଡରେ। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଦ୍ରୁତ ବୋଲର୍‌ ଉମ୍‌ରାନ ମଲିକ ଚଳିତ ସଂସ୍କରଣର ସବୁଠାରୁ ଦ୍ରୁତ ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ଗତ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଖେଲିବାର ସୁଯୋଗ ପାଇଥିଲେ ଉମ୍‌ରାନ। ହେଲେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଉକ୍ତ ମ୍ୟାଚ୍‌ରେ ସେ କୌଣସି ଉଇକେଟ ନେଇ ପାରି ନ ଥିଲେ। କେବଳ ନିଜ ବୋଲିଂ ଗତିକୁ ନେଇ ସମସ୍ତଙ୍କ ହୃଦୟ ଜିତିଥିଲେ। ମ୍ୟାଚ୍‌ ପରେ ଅଧିନାୟକ କେନ୍‌ ଓ୍ବିଲିୟମସନ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ଉମ୍‌ରାନ୍‌ଙ୍କ ଉଲ୍ଲେଖନୀୟ ବୋଲିଂକୁ ଦୃଷ୍ଟିରେ ରଖି ତାଙ୍କୁ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପ’ରେ ଖେଳାଯାଇଥିବା ମ୍ୟାଚ୍‌ରେ ସାମିଲ କରାଯାଇଥିଲା। ଏହି ମ୍ୟାଚ୍‌ରେ ସେ କିଛି ଭିନ୍ନ କରି ଦେଖାଇଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ଉମ୍‌ରାନ ୧୫୨.୯୫ କିମି ବେଗରେ ବୋଲିଂ କରିଥିଲେ। ଏହା ଚଳିତ ଆଇପିଏଲ୍‌ ସିଜନର ଦ୍ରୁତତମ ବଲ୍‌ ପ୍ରମାଣିତ ହୋଇଛି। ବୋଲର୍‌ ଏହି ମ୍ୟାଚ୍‌ରେ କେଏସ୍‌ ଭରତଙ୍କ ରୂପେ ପ୍ରଥମ ଉଇକେଟ ନେଇଥିଲେ। ସେ ୪ ଓଭରରେ ୨୧ ରନ୍‌ ଦେଇ ୧ ଉଇକେଟ ନେଇଥିଲେ। ତେବେ ମ୍ୟାଚ୍‌ରେ ହାଇଦ୍ରାବାଦ ବାଙ୍ଗାଲୋରକୁ ୪ ରନ୍‌ରେ ପରାସ୍ତ କରିଥିଲା।

ଉମ୍‌ରାନ ମଲିକ କିଏ?

ଏହି ଯୁବ ବୋଲର୍‌ ୧୯୯୯ ନଭେମ୍ବର ୨୨ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥଲେ। ଜମ୍ମୁ-କଶ୍ମୀର କ୍ରିକେଟ ଟିମ୍‌ ପାଇଁ ସେ ଘରୋଇ କ୍ରିକେଟ ଖେଳୁଛନ୍ତି।

ପ୍ରଶଂସାରେ ଶତମୁଖ ବିରାଟ:
ବାଙ୍ଗାଲୋର ବିପକ୍ଷରେ ପ୍ରଭାବୀ ବୋଲିଂ କରିବା ପରେ ଆର୍‌ସିବି ଏବଂ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ପ୍ରଶଂସା କରିଛନ୍ତି। ମ୍ୟାଚ୍‌ ପରେ ସେ ତାଙ୍କୁ ଭେଟିବା ସହ ଜର୍ସି ଏବଂ ଏକ ବଲ୍‌ରେ ଅଟୋଗ୍ରାଫ ମଧ୍ୟ ଦେଇଥିଲେ। ଏଥିସହ ଏଠାରେ ଜଣେ ବୋଲରଙ୍କୁ ୧୫୦ ବେଗରେ ବୋଲିଂ କରୁଥିବା ଦେଖି ଖୁସି ଲାଗିଲା ବୋଲି ବିରାଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri