ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଥିଲେ। ୨୦୨୪ରେ ରାଷ୍ଟ୍ରପତି ହେବା ପରେ ପୁଟିନ ୨୦୩୦ ପର୍ଯ୍ୟନ୍ତ ରୁଷିଆ ଉପରେ ଶାସନ କରିବେ। ଦୀର୍ଘ ଦିନ ଧରି ରୁଷିଆ ଉପରେ ଶାସନ କରିବାରେ ପୁଟିନ ପ୍ରଥମ ରାଷ୍ଟ୍ରପତି ହେବେ। ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା କି ବୋଲି ପ୍ରଶ୍ନ ଉଠିଛି? ପୁଟିନଙ୍କ ତୁଳନାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କେତେ ଶକ୍ତିଶାଳୀ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଦୀର୍ଘ ଦିନ ଧରି କ୍ଷମତାରେ ରହିବା ଆଧାରରେ ଯଦି ତୁଳନା କରାଯାଏ, ତେବେ ଏହି ପ୍ରସଙ୍ଗରେ ପୁଟିନ ପ୍ରଥମ ସ୍ଥାନରେ, ସି ଜିନପିଙ୍ଗ ଦ୍ୱିତୀୟ ସ୍ଥାନରେ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ସ୍ଥାନରେ ଅଛନ୍ତି। କାରଣ ପୁଟିନ ଗତ ୨୦ ବର୍ଷ କ୍ଷମତାରେ ଥିବାବେଳେ ସି ଜିନପିଙ୍ଗ ୧୧ ବର୍ଷ ଏବଂ ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷ କ୍ଷମତାରେ ଅଛନ୍ତି। ଜୋ ବାଇଡେନ ମାତ୍ର ୪ ବର୍ଷ କ୍ଷମତାରେ ଅଛନ୍ତି। ତେବେ ରୁଷିଆରେ ନିରପେକ୍ଷ ନିର୍ବାଚନ ହେବାକୁ ଦେଇ ନ ଥିବା ପୁଟିନଙ୍କ ନାଁରେ ଅଭିଯୋଗ ରହିଛି। ମାର୍ଚ୍ଚରେ ନିର୍ବାଚନ ପୂର୍ବରୁ ପୁଟିନଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାଭାଲନି ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଥିଲେ।
ଏଥି ସହିତ ଚାଇନାରେ କେବଳ ଗୋଟିଏ ଦଳ ଶାସନ କରୁଛନ୍ତି, ୨୦୧୩ ପରଠାରୁ ସି ଜିନପିଙ୍ଗ କ୍ରମାଗତ ଭାବରେ କମ୍ୟୁନିଷ୍ଟ ଦଳର ନେତା ଭାବରେ ନିର୍ବାଚିତ ହେଉଛନ୍ତି। ଅନ୍ୟପକ୍ଷରେ ଭାରତରେ ଏକ ବହୁ-ପାର୍ଟି ବ୍ୟବସ୍ଥା ଅଛି। ଗତ ୧୦ ବର୍ଷ ଧରି ଏଠାରେ କ୍ଷମତାରେ ଥିବାବେଳେ ନରେନ୍ଦ୍ର ମୋଦିଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କଠାରୁ ଆସିଛି।
ଯଦି ଅର୍ଥନୈତିକ ଦୃଷ୍ଟିକୋଣରୁ ତୁଳନା କରାଯାଏ, ଆମେରିକାର ନେତା ଜୋ ବାଇଡେନ ସବୁଠାରୁ ଶକ୍ତିଶାଳୀ, ରୁଷିଆ ଏହି ପ୍ରସଙ୍ଗରେ ବହୁ ପଛରେ ଅଛି। ଗ୍ଲୋବାଲ ଫାୟାର ଇଣ୍ଡେକ୍ସ ଅନୁଯାୟୀ, ଆମେରିକାର ସବୁଠାରୁ ଶକ୍ତିଶାଳୀ ସେନା ଥିବାବେଳେ ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ରୁଷିଆ ଆଗରେ ରହିଛି। ସୈନିକଙ୍କ ସଂଖ୍ୟା ପ୍ରସଙ୍ଗରେ ଭାରତ ସବୁଠାରୁ ଶକ୍ତିଶାଳୀ, କାରଣ ଭାରତରେ ୫୧ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର ୨୧ ଲକ୍ଷ ସୈନିକ, ରୁଷିଆର ୩୫ ଲକ୍ଷ ସୈନିକ ଏବଂ ଚାଇନାର ୩୧ ଲକ୍ଷ ସୈନିକ ଅଛନ୍ତି।
ସୋସିଆଲ ମିଡିଆ ପ୍ରଶଂସକଙ୍କ ବିଷୟରେ କୌଣସି ପ୍ରତିଯୋଗିତା ନାହିଁ। ଫେସବୁକରେ ମୋଦିଙ୍କର ୪.୯ କୋଟି ଏବଂ ଏକ୍ସରେ ୯.୭୫ କୋଟି ଫଲୋଅର୍ସ ଅଛନ୍ତି। ଏହି ପ୍ରସଙ୍ଗରେ ବିଶ୍ୱର ସମସ୍ତ ନେତା ବହୁତ ପଛରେ ଅଛନ୍ତି। ପୁଟିନଙ୍କ ଏକ୍ସ ହ୍ୟାଣ୍ଡେଲରେ ମାତ୍ର ୧୯ ଲକ୍ଷ ଫଲୋଅର୍ସ ଥିବାବେଳେ ଫେସବୁକରେ ତାଙ୍କର ଆକାଉଣ୍ଟ ନାହିଁ। ଜୋ ବାଇଡେନ୍‌ଙ୍କର ଏକ୍ସରେ ୩.୮ କୋଟି ଏବଂ ଫେସବୁକରେ ୧୧ ଫଲୋଅର୍ସ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri