Posted inଜାତୀୟ

ମାଓବାଦୀ ନେତା ହିଡ୍‌ମା କିଏ

ରାୟପୁର,୫।୪: ଛତିଶଗଡ଼ର ବିଜାପୁର-ସୁକୁମା ବର୍ଡର ଜଙ୍ଗଲରେ ଶନିବାର ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୨୨ରୁ ଊର୍ଦ୍ଧ୍ୱ ଯବାନଙ୍କ ଜୀବନ ଯାଇଥିବାବେଳେ ୩୨ ଆହତ ହୋଇଛନ୍ତି। ଏହି ସାଂଘାତିକ ସଂହାର ପଛରେ ପିପୁଲ୍ସ ଲିବରେଶନ ଗେରିଲା ଆର୍ମି (ପିଏଲ୍‌ଜିଏ) ନେତା ହିଡ୍‌ମାଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଉଛି। ତେଣୁ ତାଙ୍କୁ କାବୁ କରିବା ପାଇଁ ସୁରକ୍ଷା ବଳ ବଡ଼ ଧରଣର ତଲାସି ଅଭିଯାନ ଚଳାଇଛି। ହିଡ୍‌ମା ସୁକୁମା ଜିଲା ପୁବର୍ତି ଗ୍ରାମର ବାସିନ୍ଦା। ଏହି ୪୦ ବର୍ଷୀୟ ଆଦିବାସୀ ଯୁବକ ୧୯୯୦ ଦଶକରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ସେ ଆମ୍ବୁଶ୍‌ ଆକ୍ରମଣ ପାଇଁ ଜଣାଶୁଣା। ପିଏଲ୍‌ଜିଏ ବାଟାଲିୟନ୍‌ ନମ୍ବର ୧ର ନେତୃତ୍ୱ ନେଉଥିବା ହିଡ୍‌ମାଙ୍କ ସହ ୧୮୦ରୁ ୨୫୦ ମାଓବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ମହିଳା ମଧ୍ୟ ଅଛନ୍ତି। ମୋଷ୍ଟ ଓ୍ବଣ୍ଟେଡ୍‌ ହିଡ୍‌ମା ମାଓବାଦୀଙ୍କ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି (ଡିକେଏସ୍‌ଜେଡ୍‌)ର ଜଣେ ସଦସ୍ୟ। ସିପିଆଇ ମାଓବାଦୀ ସୁପ୍ରିମ ୨୧ ସଦସ୍ୟ ବିଶିଷ୍ଟ ସେଣ୍ଟ୍ରାଲ କମିଟିର ଏହି କନିଷ୍ଠତମ ସଭ୍ୟଙ୍କୁ ଧରାଇଦେଲେ ୪୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି। ଭୀମ ମଣ୍ଡାଭିଙ୍କ ହତ୍ୟା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହିଡ୍‌ମାଙ୍କ ବିରୋଧରେ ଚାର୍ଜଶିଟ୍‌ କରିଛି। ତାଙ୍କର କୌଣସି ସଦ୍ୟ ଫଟୋ ସାମ୍ନାକୁ ଆସିନାହିଁ। ସେ ବିଜାପୁର ଓ ସୁକୁମା ମଧ୍ୟବର୍ତ୍ତୀ ଜଙ୍ଗଲରେ ଲୁଚି ରହିଥିବା ଗୋଇନ୍ଦା ସୂଚନା ମିଳିଛି। ଶନିବାର ସୁରକ୍ଷା ବଳ ଉପରକୁ ହୋଇଥିବା ଆକ୍ରମଣର ନେତୃତ୍ୱ ହିଡ୍‌ମା ନେଇଥିଲେ। ତାଙ୍କ ସହ ପମେଡ୍‌, କୋଣ୍ଟା, ଝାରଗୁଣ୍ଡା ଓ ବସାଗୁଡ଼ା ଏରିଆ କମିଟିର ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆକ୍ରମଣରେ ସାମିଲ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri