Posted inଜାତୀୟ

କିଏ ସେ ସ୍ବୟଂମ୍ଭୁ ‘ଭୋଲେ ବାବା’? ଯାହାଙ୍କ ସତସଙ୍ଗ ବେଳେ ଦଳାଚକଟା ଯୋଗୁ ଅବେଳରେ ଝଡ଼ିଗଲା ୧୦୦ ଜୀବନ… 

ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶର ହାଥରସ୍‌ରେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି। ଏଠାରେ ‘ଭୋଲେ ବାବା’ଙ୍କ ସତସଙ୍ଗରେ ହଠାତ ଦଳାଚକଟା ହେବା ଯୋଗୁ ୧୦୦ରୁ ଅଧିକ ଜୀବନ ଚାଲିଯାଇଛି। ଏବେବି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏମିତି ସ୍ଥିତିରେ ଉକ୍ତ ବାବା ଏବଂ ସତସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠିଛି।
ସନ୍ଥ ‘ଭୋଲେ ବାବା’ଙ୍କୁ ହାଥରସ୍‌ରେ ନାରାୟଣ ସାକାର ହରି ସ୍ବୟଂମ୍ଭୁ ଭୋଲେ ବାବା ବୋଲି କୁହାଯାଏ। ତାଙ୍କର ସତସଙ୍ଗ ପ୍ରତି ମଙ୍ଗଳବାର ହୋଇଥାଏ। ଲୋକେ ତାଙ୍କୁ ‘ଭୋଲେ ବାବା’ କହିଥାନ୍ତି। ଆସନ୍ତୁ ଜାଣିବା ସେ କିଏ?
ଗଣମାଧ୍ୟମ ରିପୋର୍ଟ ମୁତାବକ, ନାରାୟଣ ସାକାର ବିଶ୍ୱ ହରି ଭୋଲେ ବାବା ଉତ୍ତରପ୍ରଦେଶ ଏଟା ଜିଲା ବାହାଦୁର ନଗର ଗ୍ରାମର ବାସିନ୍ଦା। ସେ ନିଜର ପାଠପଢ଼ା ଶେଷ କରିବା ପରେ ପୋଲିସରେ ଚାକିରି କରିଥିଲେ। ହେଲେ ସେ ଭିଆର୍‌ଏସ୍‌ ନେଇ ଆଧ୍ୟାତ୍ମ ମାର୍ଗକୁ ଆସିଥିଲେ।
ଭିଆର୍‌ଏସ୍‌ ନେବା ପରେ ଭଗବାନଙ୍କ ସାକ୍ଷାତ ଦର୍ଶନ ମିଳିଥିଲା। ଏହାପରେ ସେ ତାଙ୍କ ଜୀବନକୁ ମାନବ କଲ୍ୟାଣରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ନିଜର ଅନୁଗାମୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ସତସଙ୍ଗ କରିଥାନ୍ତି। ସେଠାକୁ ଯାଇ ଦାନ, ଦକ୍ଷିଣା, ଭେଟ ଆଦିକୁ ସେ ନିଜ ପାଖରେ ରଖନ୍ତି ନାହିଁ ବରଂ ଭକ୍ତମାନଙ୍କ ମଧ୍ୟରେ ଖର୍ଚ୍ଚ କରିଦେଉଥିବା ବାବା କୁହନ୍ତି। ଏବେ କିଛି ଆଇଏଏସ୍‌ ଏବଂ ଆଇପିଏସ୍‌ ତାଙ୍କର ଶିଷ୍ୟ ମଧ୍ୟ ଥିବା ସେ ଦାବି କରନ୍ତି।
ପ୍ରଥମେ ସେ ଗାଁର ଛୋଟିଆ କୁଟୀରରୁ ସତସଙ୍ଗ ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିଲା। ଏବେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କ କଥା ଶୁଣିବାକୁ ଆସିଥାନ୍ତି। ସେ ନିଜକୁ ଭଗବାନଙ୍କ ସେବକ ବୋଲି କହୁଥିଲେ ହେଁ ତାଙ୍କ ଭକ୍ତ ବାବାଙ୍କୁ ଭଗବାନଙ୍କ ଅବତାର ବୋଲି ମାନିଥାନ୍ତି।
ତାଙ୍କ ସତସଙ୍ଗକୁ ଯିଏ ବି ଯାଆନ୍ତି ତାଙ୍କୁ ପ୍ରସାଦ ଭାବେ ପାଣି ପିଆଯାଏ। ଏହି ପାଣି ପିଇଲେ ସମସ୍ତ ସମସ୍ୟା ଶେଷ ହୁଏ ବୋଲି ଧାରଣା ରହିଛି। ଲୋକେ ତ ଏହାକୁ ନିଜ ସହ ଆଣିଥିବା ବୋତଲରେ ଭର୍ତ୍ତି କରି ଘରକୁ ନେଇଥାନ୍ତି।
ତେବେ ଧଳା ପୋଷାକ ପିନ୍ଧି ବାବା ପ୍ରବଚନ ଦେଇଥାନ୍ତି। ମଞ୍ଚ ଉପରେ ତାଙ୍କ ସହ ପତ୍ନୀ ମଧ୍ୟ ରହିଥାନ୍ତି, ତାଙ୍କୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ। ତାଙ୍କ ଶରଣକୁ ଆସୁଥିବା ପ୍ରତିଟି ବ୍ୟକ୍ତିଙ୍କ କଲ୍ୟାଣ ହୁଏ ବୋଲି ସେ ଦାବି କରିଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ‘ସରକାରଙ୍କୁ ଜଣାଅଛି ଯେ…’

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri