ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ ହୋଇଥାଏ। ଜୀବନସାରା କେବେ କାହାରିକୁ ଚା କପ୍‌ଟିଏ ବି ଦେବା ତାଙ୍କ ଦ୍ୱାରା ସମ୍ଭବ ହୁଏନାହିଁ। ଅନ୍ୟପକ୍ଷରେ ଏ ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଯଥେଷ୍ଟ ଧନର ଅଧିକାରୀ ହୋଇ ନ ଥାନ୍ତି। ତଥାପି ନିଜର, ନିଜ ପରିବାରର, ବନ୍ଧୁବାନ୍ଧବଙ୍କର, ସାଥୀସାଙ୍ଗଙ୍କର ଆବଶ୍ୟକତା ପୂରଣ କରିବା ଦିଗରେ କେବେ ଅବହେଳା କରନ୍ତି ନାହିଁ।
ଥରେ ଦୁଇବନ୍ଧୁଙ୍କୁ ସାକ୍ଷାତ ଦେଇ ନିଜର ଅଭିଷ୍ଟ ଯାଚନା କରିବାପାଇଁ କହିଲେ ଈଶ୍ୱର। ପ୍ରଥମ ବନ୍ଧୁ କହିଲା-ପ୍ରଭୁ! ଯଦି ଆପଣ ମୋ ଉପରେ ସନ୍ତୁଷ୍ଟ ଅଛନ୍ତି ତ ମୋତେ ଏପରି ବର ଦିଅନ୍ତୁ ଯେପରି ଆସନ୍ତା ଜନ୍ମରେ ମୋତେ କେବଳ ଧନ ମିଳୁଥିବ। ମୋତେ କାହାରିକୁ ଦେବାକୁ ପଡିବ ନାହିଁ। ମୋତେ କେବଳ ସମସ୍ତେ ଧନ ପ୍ରଦାନ କରୁଥିବେ। ଦ୍ୱିତୀୟ ବନ୍ଧୁ କହିଲା-ପ୍ରଭୁ! ମୋତେ ଏପରି ଭାଗ୍ୟଟିଏ ଦିଅନ୍ତୁ ଯେପରି ମୋର ପରବର୍ତ୍ତୀ ଜନ୍ମରେ ମୁଁ କେବଳ ଅନ୍ୟମାନଙ୍କୁ ଦେଇ ଚାଲିଥିବି। ଅନ୍ୟର ଦୁଃଖରେ, ଅଭାବରେ ସେମାନଙ୍କୁ ସାହାଯ୍ୟ କରିପାରୁଥିବି। ଦୁଇଜଣଙ୍କୁ ତଥାସ୍ତୁ ବୋଲି କହି ଅନ୍ତର୍ଦ୍ଧାନ ହେଲେ ଈଶ୍ୱର। ସମୟକ୍ରମେ ଦୁଇବନ୍ଧୁଙ୍କର ମୃତ୍ୟୁ ହେଲା। ପରଜନ୍ମରେ ପ୍ରଥମ ବନ୍ଧୁଟି ଜଣେ ଭିକ୍ଷୁକର ଗୃହରେ ଜନ୍ମନେଲା ଏବଂ ଭିକ୍ଷୁକର ସଂସ୍କାର ଓ ପରମ୍ପରା ନେଇ ଜୀବନ ନିର୍ବାହ କରିବାକୁ ଲାଗିଲା। ଈଶ୍ୱରଙ୍କୁ ମାଗିଥିବା ବର ଅନୁସାରେ ତାକୁ କାହାରିକୁ ଦେବାକୁ ପଡୁ ନ ଥିଲା। ଅନ୍ୟମାନେ କେବଳ ତାକୁ ଦେଇ ଚାଲିଥିଲେ। ଦ୍ୱିତୀୟ ବନ୍ଧୁଜଣକ ଜଣେ ଧନୀ ଏବଂ ବଦାନ୍ୟ ବ୍ୟକ୍ତି ହିସାବରେ ଜନ୍ମଗ୍ରହଣ କଲେ। ଅନ୍ୟମାନଙ୍କୁ ଯେ କୌଣସି ପ୍ରକାରେ ସାହାଯ୍ୟ କରିବାରେ ତାଙ୍କର କେବେ କୁଣ୍ଠା ନ ଥିଲା। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଥିବାରୁ ତାଙ୍କୁ ଈଶ୍ୱର ଅନେକ ଧନର ଅଧିକାରୀ କରିଥିଲେ ଏବଂ ଧନାଗମର ବିଭିନ୍ନ ଉପାୟ ମଧ୍ୟ ତାଙ୍କ ପାଇଁ ଖଞ୍ଜି ଦେଇଥିଲେ ଯେପରି ତାଙ୍କ ନିକଟରୁ ଧନ କେବେ ସରିଯିବ ନାହିଁ। ନ ହେଲେ ସେ ପୁଣି ଅନ୍ୟମାନଙ୍କୁ ସାହାଯ୍ୟ କରିବେ କିପରି?
କେତେକ ଧନୀ ଲୋକଙ୍କୁ ଭିକାରି ପରି ଚଳିବା ଆମେ ଦେଖୁ ଯେମିତି, ଦରିଦ୍ର ହୋଇଥିଲେ ମଧ୍ୟ ଏଇ ସମାଜରେ ଅତି ଉଚ୍ଚମାନର ଜୀବନଯାପନ କରୁଥିବା ଲୋକଙ୍କୁ ଦେଖି ଆମେ ବିସ୍ମିତ ହେଉ ସେମିତିି। ସୁଦୂର ଅତୀତରେ ଚାଇନା ଦେଶରେ ‘ଲାଓତ୍‌ ସେ’ ନାମକ ଜଣେ ପ୍ରଜ୍ଞାପୁରୁଷ ଗୋଟିଏ କୁଡ଼ିଆ ଘରେ ବାସ କରୁଥିଲେ। ସେ ବହୁତ ଲୋକଙ୍କୁ ଈଶ୍ୱରଙ୍କ ସମ୍ପର୍କରେ ଉପଦେଶ ଦେଉଥିଲେ ଏବଂ ଉତ୍ତମ ଜୀବନ ଯାପନ ନିମିତ୍ତ ମାର୍ଗଦର୍ଶନ କରୁଥିଲେ। କଥା କ୍ରମେ ରାଜାଙ୍କ କାନକୁ ଗଲା। ଏପରି ଜଣେ ଜ୍ଞାନୀ ଲୋକ ଦରିଦ୍ର ଭାବରେ ଗୋଟିଏ କୁଡ଼ିଆ ଘରେ ବାସ କରୁଛନ୍ତି ଜାଣିବାପରେ ଦିନେ ରାଜା ବହୁତ ଗୁଡ଼ିଏ ଧନରନତ୍, ଟଙ୍କା ସୁନାରୁପା ଧରି ତାଙ୍କ ନିକଟରେ ଉପସ୍ଥିତ ହେଲେ। ‘ଲାଓତ୍‌ ସେ’ ଏସବୁ କଥା ଶୁଣି ଓ ରାଜାଙ୍କୁ ଦେଖି ଟିକିଏ ହସିଲେ ଏବଂ କହିଲେ- ମହାରାଜ!ମୁଁ ମୋର ଜୀବନକୁ ମୋର ମାଲିକାନାରେ, ମୋର ନିଜ ନିଷ୍ପତ୍ତି ଅନୁସାରେ ପରିଚାଳିତ କରୁଛି। ଆପଣ ଆଜି ମୋତେ ଜଣେ ଭିକାରି ସଜେଇଦେବାକୁ ବସିଛନ୍ତି। ମହାରାଜ ଚମକି ପଡ଼ିଲେ। ଗୁରୁଜୀ, ଆପଣ ଏ କ’ଣ କହୁଛନ୍ତି? ଆପଣଙ୍କୁ ମୁଁ ଭିକାରୀ କରିଦେଲି କେମିତି? ବରଂ ଆପଣ ଭିକାରୀ ପରି ଚଳୁଛନ୍ତି ବୋଲି ମୁଁ ତା’ର ନିରାକରଣ ଦିଗରେ କିଛି ପ୍ରୟାସ କରିଛି ମାତ୍ର।
‘ଲାଓତ୍‌ ସେ’ କହିଲେ- ରାଜନ୍‌! କଥାଟି ସେମିତି ନୁହେଁ। ମୋ ଜାଣିବାରେ ମୋର କିଛି ଅଭାବ ନାହିଁ। କିନ୍ତୁ ଏବେଠାରୁ ଆପଣଙ୍କର ଏହି ଧନରନତ୍ ସହିତ ଜୀବନଯାପନ କରିବାର ଅଭ୍ୟାସ ମୋର ମନକୁ କ୍ରମେ କ୍ଷୁଧାଗ୍ରସ୍ତ କରିଦେବ। ପରେପରେ ମୁଁ ଏତିକି ଧନରେ ସନ୍ତୁଷ୍ଟ ନ ହୋଇ ଆପଣଙ୍କୁ ଅଥବା ଅନ୍ୟ ଧନୀ ଲୋକମାନଙ୍କ ନିକଟରେ ଧନ ଯାଚନା କରିବି ଏବଂ ଅଧିକରୁ ଅଧିକ ଧନ ଆଣିବାକୁ ଚେଷ୍ଟା କରିବି। ଏହାଦ୍ୱାରା ମୋର ମନ ଭିକାରି ହେଲା କି ନାହିଁ। ଆପଣ ରାଜା ହୋଇଥିବାରୁ ନିଶ୍ଚୟ ଜାଣନ୍ତି- ଅନେକ ରାଜା ଜମିଦାର ନିଜ ପାଖରେ ପ୍ରଚୁର ସମ୍ପତ୍ତି ଥିବା ସତ୍ତ୍ୱେ ଆହୁରି ପ୍ରାପ୍ତ କରିବାପାଇଁ ଇଚ୍ଛା କରନ୍ତି। ସେଇ କାମରେ ମାତି ଜୀବନ କଟାନ୍ତି। ନିଜର ବିଶାଳ ସାମ୍ରାଜ୍ୟ ଥିବା ସତ୍ତ୍ୱେ ଆହୁରି ରାଜ୍ୟ ଜୟ କରିବାପାଇଁ ଇଚ୍ଛା କରନ୍ତି ଏବଂ ରକ୍ତପାତ କରିବାପାଇଁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ। ଏସବୁ କ’ଣ ଭିକାରିର ଲକ୍ଷଣ ନୁହେଁ? ଅନ୍ୟପକ୍ଷରେ ଜଣେ ଭିକ୍ଷୁକ ଦରିଦ୍ର ହେଲେ ମଧ୍ୟ ଯଦି ସେ ତା’ର କିଛି ଆବଶ୍ୟକ ଅଛି ବୋଲି ମନେ ନ କରେ, ତେବେ ସେ ଆପଣା ସ୍ଥିତିରେ ଖୁସିରେ ରହିପାରେ ଏବଂ ନିଜର ଜୀବନକୁ ଏକ ଉତ୍ସବ ବୋଲି ମନେକରି ସୁନ୍ଦର ଜୀବନଟିଏ ଜିଇପାରେ। ଆମେ ତାକୁ ଜଣେ ଭିକ୍ଷୁକ ବୋଲି କହିବା ଭୁଲ୍‌ ହେବ। ସେ ବାସ୍ତବରେ ଜଣେ ରାଜଚକ୍ରବର୍ତ୍ତୀ ପରି ଜୀବନଯାପନ କରୁଥାଏ।

ଡ. ବାସୁଦେବ ମିଶ୍ର
ଦଶରଥପୁର, ଯାଜପୁର
ମୋ:୮୯୧୭୨୭୨୭୭୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri