Posted inଖେଳ

ମୋହସିନ ନକବି କିଏ? ଯିଏ ନେଇ ପଳାଇଛନ୍ତି ଭାରତର ଏସିଆ କପ୍‌ ଟ୍ରଫି, ଦେବେ ନାହିଁ ବୋଲି…

ନୂଆଦିଲ୍ଲୀ,୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ମୋହସିନ ନକବି ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଦୁବାଇରେ ଗତ ରବିବାର ଏସିଆ କପ ୨୦୨୫ ଜିତିବା ପରେ ଭାରତୀୟ କ୍ରିକେଟ ଟିମ ନକବିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ଏହାପରେ ଭାରତୀୟ ଖେଳାଳିମାନେ ବିନା ଟ୍ରଫିରେ ବିଜୟ ଉତ୍ସବ ମନାଇଥିଲେ। ଟ୍ରଫି ନ ନେବା କାରଣରୁ ନକବି ରାଗି ଯାଇଥିଲେ। ସେ ଟ୍ରଫି ଓ ପଦକ ଦୁଇଟିଯାକ ଭାରତୀୟ ଟିମଠାରୁ ଦୂରେଇ ରଖିଦେଇଥିଲେ। ଏହା ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ବିସିସିଆଇର ଅଧିକାରୀମାନେ ନକବିଙ୍କୁ କହିଥିଲେ ଯେ ଟ୍ରଫି ଓ ପଦକ ବିଜୟୀ ଟିମ୍‌କୁ ଫେରାଇବା ଉଚିତ, କିନ୍ତୁ ସେ ଏହା ଦେବାକୁ ମନା କରିଦେଇଥିଲେ।
ତେବେ ୨୮ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟେଡିୟମ୍ରୁ ଏଶିୟା କପ ୨୦୨୫ର ଟ୍ରଫି ନିଜ ସହ ନେଇଯିବା ପାଇଁ ନକବି କଥିତ ଭାବେ କ୍ଷମା ମାଗିଛନ୍ତି, କିନ୍ତୁ ଟ୍ରଫି ଫେରାଇବା ପାଇଁ ସେ ଏପର୍ଯ୍ୟନ୍ତ ପ୍ରସ୍ତୁତ ନାହାନ୍ତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ନକବି ପିସିବିର ଚେୟାରମାନ ହେବା ସହ ପାକିସ୍ତାନର ଏକ ପ୍ରମୁଖ ରାଜନୈତିକ ନେତା ମଧ୍ୟ ଅଛନ୍ତି, ତେଣୁ ସେ ସେମାନଙ୍କ ହାତରୁ ଟ୍ରଫି ନେଇପାରିବେ ନାହିଁ। ଯଦିଓ ପରେ ନକବି କହିଥିଲେ ଯେ ସୂର୍ଯ୍ୟକୁମାର ଯାଦବ ଦୁବାଇ ଆସି ଟ୍ରଫି ନେଇପାରନ୍ତି।
କିଏ ମୋହସିନ ନକବି?
ମୋହସିନଙ୍କର ପୂର୍ଣ୍ଣ ନାମ ସୟଦ ମୋହସିନ ରଜା ନକବି। ନକବିଙ୍କ ଜନ୍ମ ୧୯୭୮ ଅକ୍ଟୋବର ୨୮ ତାରିଖରେ ଲାହୋରରେ ହୋଇଥିଲା। ପାକିସ୍ତାନରେ ପ୍ରାଥମିକ ଶିକ୍ଷା ପରେ ସେ ଆମେରିକାରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ନକବି ସ୍ନାତକ ଶିକ୍ଷା କରି ପାକିସ୍ତାନ ଫେରିବା ପରେ ସେ ମିଡିଆ ଉଦ୍ୟୋଗରେ ପାଦ ରଖିଥିଲେ ଏବଂ ଅଳ୍ପ ସମୟରେ ଖ୍ୟାତି ପାଇଥିଲେ। ସେ ସିଟି ମିଡିଆ ଗ୍ରୁପର ସ୍ଥାପନା କରିଥିଲେ। ନିଜର ମିଡିଆ ନେଟୱର୍କ ବ୍ୟବହାର କରି ନକବି ଏକ ସଫଳ ଉଦ୍ୟୋଗୀ ହୋଇଥିଲେ ଏବଂ ଦେଶର ସାମାଜିକ-ରାଜନୈତିକ କ୍ଷେତ୍ରରେ ନିଜର ପ୍ରଭାବ ବଢ଼ାଇଛନ୍ତି। ପାକିସ୍ତାନ ସରକାରରେ ତାଙ୍କ ପାଖରେ ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଛି। ୨୦୨୪ ଫେବୃଆରୀରେ ନକବିଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ଚୟନ କରାଯାଇଥିଲା। ଏହି ଚୟନ ଏମିତି ସମୟରେ ହୋଇଥିଲା ଯେତେବଳେ ପିସିବି ଶାସନ, ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଆର୍ଥିକ ସ୍ଥିରତା ଭଳି ଚ୍ୟାଲେଞ୍ଜର ସାମ୍ନା କରୁଥିଲା।
ନକବି, ଯିଏ ନିଜର ସଂଗଠନାତ୍ମକ କୌଶଳ ପାଇଁ ଜଣାଶୁଣା, ପିସିବିର ସଞ୍ଚାଳନକୁ ପ୍ରୋଫେସନାଲ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଖେଳାଳିମାନଙ୍କର କଲ୍ୟାଣ, କ୍ରିକେଟ ଢାଞ୍ଚାର ଆଧୁନିକୀକରଣ ଏବଂ ପାକିସ୍ତାନ ଆଇସିସି ଏବଂ ଏସିସିରେ ସ୍ଥାନକୁ ମଜବୁତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ନକବିଙ୍କର କାର୍ଯ୍ୟକାଳ ବିବାଦ ମୁକ୍ତ ନାହିଁ। ୨୦୨୫ରେ ସେ ଏସିୟାନ କ୍ରିକେଟ କାଉନ୍ସିଲ (ଏସିସି)ର ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି, ଯାହା ଦ୍ୱାରା ଅଞ୍ଚଳୀୟ କ୍ରିକେଟ ପରିଚାଳନାରେ ସେମାନଙ୍କର ପ୍ରଭାବ ଆହୁରି ବଢ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri