Posted inଜାତୀୟ

କଶ୍ମୀର ଟାଇଗର୍ସ ଆତଙ୍କବାଦୀ ସଂଗଠନ ପଛରେ କିଏ? ଡୋଡାରେ ଆକ୍ରମଣ ଯୋଗୁ ଶହୀଦ ହୋଇଛନ୍ତି ୫ ଯବାନ… 

କଶ୍ମୀର,୧୬।୭: ଜମ୍ମୁ କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣ ପଛରେ କଶ୍ମୀର ଟାଇଗର୍ସ ଥିବା ସ୍ପଷ୍ଟ ହୋଇଛି। ଏହି ସଂଗଠନ ଜୈସ ଏ ମହମ୍ମଦ ସହ ଜଡ଼ିତ। ଏହା ପୂର୍ବରୁ ଗତ ଜୁଲାଇ ୮ରେ କଠୁଆରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ସଂଗଠନ ଥିଲା। ସେତେବେଳେ ମଧ୍ୟ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ।
ଜମ୍ମୁ କଶ୍ମୀରର ନୂତନ ଆତଙ୍କବାଦୀ ସଂଗଠନ ହେଉଛି ‘କଶ୍ମୀର  ଟାଇଗର୍ସ’। ଅନୁଚ୍ଛେଦ ୩୭୦ ହଟିବା ପରେ ଜାନୁଆରୀ ୨୦୨୧ରେ ଏହାର ମୂଳଦୁଆ ପଡ଼ିଥିଲା। ଏହି ଆତଙ୍କବାଦୀ ସଂଗଠନ ସର୍ବପ୍ରଥମେ କଥିତ ଭାବେ ଶ୍ରୀନଗର ପୋଲିସର ଏକ ବସ୍‌କୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ୩ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଆହତ ହୋଇଥିଲେ। ଏହି ସଂଗଠନ କଥିତ ଭାବେ କଶ୍ମୀରର ସ୍ବାଧୀନତା ପାଇଁ ଲଢ଼ୁଛି। ଏହାକୁ ଜୈସର ଛଦ୍ମ ସଂଗଠନ ବୋଲି କୁହାଯାଏ। ଆକ୍ରମଣ କରି ଏହା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥାଏ।
ରିପୋର୍ଟ ମୁତାବକ ୨୦୧୯ରୁ ଏଯାବତ  ଜମ୍ମୁ କଶ୍ମୀରରେ ୪ ନୂଆ ଆତଙ୍କବାଦୀ ସଂଗଠନ ହୋଇଛି। ସେଗୁଡ଼ିକ ହେଲା କଶ୍ମୀର ଟାଇଗର୍ସ, ଟିଆର୍‌ଏଫ୍‌, ପିଏଏଫ୍‌ଏଫ୍‌, ଏଲ୍‌ଇଏମ୍‌। ୨୦୨୧ରେ ଜୈସର ଆତଙ୍କବାଦୀ ଅବୁ ଜାର ପକ୍ଷରୁ ଭିଡିଓ ଜାରି କରି ନୂଆ ଆତଙ୍କବାଦୀ ସଂଗଠନ ବିଷୟରେ କହିଥିଲେ। ସ୍ଥାନୀୟ ଆତଙ୍କବାଦୀ ଅଲ୍‌ତାପ ଗତ ବର୍ଷ ଆତଙ୍କବାଦରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ କେବଳ ସେମାନଙ୍କ ସହାୟତା କରି ଆସୁଥିଲେ।
ଗତ କିଛି ଦିନ ଧରି ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦେଖାଯାଇଛି। ବିଶେଷକରି ପୁଚ୍ଛ, ରାଜୌରୀ,ଡୋଡା,ରିଆସି ଏବଂ ଏହାର ନିକଟବର୍ତ୍ତୀ ଜିଲାରେ ଆକ୍ରମଣ ନେଇ ଖବର ଶୁଣିବାକୁ ମିଳୁଛି। ଭାରତୀୟ ବାୟୁସେନାର ବସ୍‌, ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆକ୍ରମଣ ଏବଂ କଠୁଆରେ ନିକଟରେ ଯବାନଙ୍କୁ ହତ୍ୟା ଘଟଣା ସୁରକ୍ଷାକୁ ନେଇ ବିପଦ ଥିବା ଦର୍ଶାଉଛି।

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?