କିଏ ଏହି ଇଣ୍ଡୋନେସିଆ ଅଭିନେତ୍ରୀ, ଯାହାଙ୍କୁ ରାଜାମୌଲି ମହେଶଙ୍କ ବିପକ୍ଷରେ ହିରୋଇନ୍‌ କରିବା ଲାଗି ବଳାଇଛନ୍ତି ମନ…

ବମ୍ବେ: ଆର୍‌ଆର୍‌ଆର୍‌ ସଫଳତା ପରେ ରାଜାମୌଲି ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତିି। ଏଥିରେ ତେଲୁଗୁ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନାୟକ ସାଜିିବେ। ଫିଲ୍ମର ବଜେଟ ୧୦୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହାର ପରୀକ୍ଷାମୂଳକ ଟାଇଟଲ୍‌ ହେଉଛି ‘SSMB୨୯’।

ରାଜାମୌଲି ତାଙ୍କ ଚଳଚ୍ଚିତ୍ରକୁ ଆର୍‌ଆର୍‌ଆର୍‌ ଏବଂ ‘ବାହୁବଲୀ’ଠାରୁ ବଡ କରିବାକୁ ଚାହୁଁଛନ୍ତ। ଏଥିପାଇଁ ସେ ସାରା ବିଶ୍ୱରୁ କଳାକାର କାଷ୍ଟ କରିବାକୁ କରୁଛନ୍ତି ଯୋଜନା। ସେସବୁ କଳାକାରଙ୍କ ମଧ୍ୟରେ ଜଣେ ହେଉଛନ୍ତି ଇଣ୍ଡୋନେସିଆର ଅଭିନେତ୍ରୀ ଚେଲସି ଇସଲାନ। ଫିଲ୍ମରେ ସେ ମହେଶ ବାବୁଙ୍କ ବିପକ୍ଷରେ ନାୟିକା ସାଜିବେ ବୋଲି କୁହାଯାଉଛି। ଇନଷ୍ଟାଗ୍ରାମରେ ଚେଲସି ରାଜାମୌଲିଙ୍କୁ ଫଲୋ କରିବା ପରଠାରୁ ଏଭଳି ଚର୍ଚ୍ଚା ବଢ଼ିଛି।

ଚେଲସି ଇଣ୍ଡୋନେସିଆ ଚଳଚ୍ଚିତ୍ରଜଗତରେ ବହୁତ କାମ କରିଛନ୍ତି। ତାଙ୍କ ପିତାମାତା ପୂର୍ବରୁ ଆମେରିକାରେ ରହୁଥିଲେ। ଚେଲସି ସେଠାରେ ଜନ୍ମଗ୍ରହଣ କରିଥିଲେ। ପରେ ପିତାମାତା ଇଣ୍ଡୋନେସିଆକୁ ଚାଲିଯାଇଥିଲେ।୨୦୦୫ ରେ ମଡେଲ ଭାବରେ ଚେଲସି ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଆଇସକ୍ରିମ ବିଜ୍ଞାପନରେ ସେ ପ୍ରଥମ ଥର ପାଇଁ କ୍ୟାମେରାର ସମ୍ମୁଖୀନ ହୋଇଥିଲେ। ଏହି ଆଇସ୍କ୍ରିମର ନାମ ହେଉଛି ୱାଲ୍ସ। ୨୦୧୩ ଚଳଚ୍ଚିତ୍ର ‘ରିଫ୍ରେନ’ ସହିତ ଚେଲସି ସିନେମା ଜଗତରେ ପ୍ରବେଶ କରିଥିଲେ। ହେଲେ ସେ ଟିଭିରୁ ଲୋକପ୍ରିୟତା ପାଇଥିଲେ। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଚାଲିଥିବା ଟିଭି ଶୋ ଟେଟାଙ୍ଗଗା ମାସା ଗିଟୁରୁ ସେ ଖ୍ୟାତି ଅର୍ଜନ କରିଥିଲେ। ନିକଟରେ ଡିସ୍ନି ପ୍ଲସ ହଟଷ୍ଟାର୍‌ରେ ତାଙ୍କର ସିରିଜ୍‌ ‘ଟିରା’ରିଲିଜ ହୋଇଛି।

କହିରଖୁଛୁ, ରାଜାମୌଲି ଏହି ଫିଲ୍ମକୁ ବହୁତ ବଡ ଆକାରରେ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଫିଲ୍ମର ବଜେଟ ୧୦୦୦ କୋଟିରେ ରଖାଯାଇଛି। ଆରଆରଆର ପରେ ହଲିଉଡରେ ମଧ୍ୟ ତାଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇଛି। ଏଣୁ ଏଥର ସେ ପାନ୍‌ ଇଣ୍ଡିଆ ନୁହେଁ ବରଂ ପାନ୍‌ ୱାଲର୍‌ଡ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri