Posted inଜାତୀୟ

କିଏ ସେହି ଧୀରଜ ସାହୁ? ଜାଣନ୍ତୁ ତାଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା

ରାଞ୍ଚି,୧୦ା୧୨: ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବେଙ୍ଗଲରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଛି ଏବଂ ଏହି ପରିମାଣ ବୃଦ୍ଧି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ପରିସ୍ଥିତି ଏପରି ଯେ, ନୋଟ୍‌ ଗଣନା ମେଶିନ ମଧ୍ୟ ଥକି ପଡୁଛି। କିନ୍ତୁ ଏହି ନଗଦ ଟଙ୍କା କେଉଁଠୁ ଆସିଛି ଏବଂ ଏହାର ଉତ୍ସ କ’ଣ ଜାଣିବା ପାଇଁ ଧୀରଜ ସାହୁଙ୍କ ବିଷୟରେ ଜାଣିବା ଜରୁରୀ ଅଟେ।

ଧୀରଜ ସାହୁଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଧୀରଜ ପ୍ରସାଦ ସାହୁ। ଧୀରଜ ୨୩ ନଭେମ୍ବର ୧୯୫୫ରେ ରାୟ ସାହେବ ବାଲଦେବ ସାହୁ ଏବଂ ସୁଶୀଲା ଦେବୀଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତୃତୀୟ ଥର ପାଇଁ କଂଗ୍ରେସ ଟିକେଟ୍‌ରେ ଧୀରଜ ଜଣେ ରାଜ୍ୟ ସଭା ଏମ୍‌ପି। ଧୀରଜ ତାଙ୍କ ଓ୍ବେବ୍‌ସାଇଟ୍‌ରେ ଦେଇଥିବା ବିବରଣୀ ଅନୁଯାୟୀ, ସେ ଏକ ବ୍ୟବସାୟିକ ପରିବାରର ଅଟନ୍ତି। ଯଦିଓ ତାଙ୍କ ପିତା ସ୍ବାଧୀନତା ପାଇଁ ଲଢ଼ିଥିଲେ। ସ୍ବାଧୀନତା ପରଠାରୁ ତାଙ୍କ ପରିବାର କଂଗ୍ରେସର ସଦସ୍ୟ ରହିଆସିଛନ୍ତି ଏବଂ ଅନେକ ପ୍ରକାରର ବ୍ୟବସାୟ ତାଙ୍କ ପରିବାର ଦ୍ୱାରା ପରିଚାଳିତ ହେଉଛି।

ସାହୁ ପରିବାର ଦ୍ୱାରା ପରିଚାଳିତ ବ୍ୟବସାୟ ମଧ୍ୟରେ ମଦ ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଇସ୍ପାତ, ବିଦ୍ୟାଳୟ, ହୋଟେଲ ସହିତ ଅନ୍ୟାନ୍ୟ ପ୍ରକାରର ବ୍ୟବସାୟିକ କାର୍ଯ୍ୟକଳାପ ଅଛି। ଧୀରଜ ରାଞ୍ଚିର ମାରଓ୍ବାଡି କଲେଜରୁ ବିଏ କରିଛନ୍ତି। ଅଧ୍ୟୟନ କରୁଥିବା ବେଳେ ଧୀରଜ ୧୯୭୭ରେ ଯୁବ କଂଗ୍ରେସ ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଞ୍ଚିରୁ କଂଗ୍ରେସ ଟିକେଟରେ ଧୀରଜଙ୍କ ଭାଇ ଶିବ ପ୍ରସାଦ ଦୁଇଥର ଲୋକ ସଭା ନିର୍ବାଚନରେ ଜିତିଛନ୍ତି।

ଏହାର ଅର୍ଥ ସାହୁ ପରିବାରର ରାଜନୀତି ଏବଂ ବ୍ୟବସାୟ କ୍ଷେତ୍ରରେ ଗଭୀର ଅନୁପ୍ରବେଶ ରହିଛି। ସୂଚନାନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅନ୍ୟ ବଡ କଂଗ୍ରେସ ନେତାମାନେ ଧୀରଜଙ୍କ ଘରକୁ ଆସିଛନ୍ତି, ଯେଉଁଥିପାଇଁ ଝାଡ଼ଖଣ୍ଡରେ ଧୀରଜଙ୍କ ପରିବାରର ସ୍ଥିତି ମଧ୍ୟ ବହୁତ ଉଚ୍ଚ। ଲୋହର୍ଡାଗା ଅଞ୍ଚଳ ହେଉଛି ଧୀରଜଙ୍କ ପୈତୃକ ସ୍ଥାନ ଏବଂ ଏଠାରେ ଥିବା ଲୋକମାନେ ତାଙ୍କ ପରିବାରକୁ ରାଜ ସାହେବ ବୋଲି କହୁଥିଲେ। ପରିବାରର ପୃଷ୍ଠଭୂମି ଆରମ୍ଭରୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ ଅଟେ।

ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି, ରାଜନୀତିରେ ମଧ୍ୟ ସେମାନେ ଏଥିରୁ ଉପକୃତ ହୋଇଛନ୍ତି। ତଥାପ ଏତେ ପରିମାଣର ନଗଦ ଟଙ୍କା ତାଙ୍କ ନିକଟକୁ କେମିତି ଆସିଲା ତାହା ଦେଖିବାକୁ ବାକି ରହିଲା। କାରଣ ଅନେକ ମେଶିନ ନୋଟ୍‌ ଗଣିବାରେ ଥକି ଯାଇଛନ୍ତି କିନ୍ତୁ ଟଙ୍କା ଗଣନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri