Posted inଜାତୀୟ

କିଏ ସେହି ଧୀରଜ ସାହୁ? ଜାଣନ୍ତୁ ତାଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା

ରାଞ୍ଚି,୧୦ା୧୨: ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବେଙ୍ଗଲରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଛି ଏବଂ ଏହି ପରିମାଣ ବୃଦ୍ଧି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ପରିସ୍ଥିତି ଏପରି ଯେ, ନୋଟ୍‌ ଗଣନା ମେଶିନ ମଧ୍ୟ ଥକି ପଡୁଛି। କିନ୍ତୁ ଏହି ନଗଦ ଟଙ୍କା କେଉଁଠୁ ଆସିଛି ଏବଂ ଏହାର ଉତ୍ସ କ’ଣ ଜାଣିବା ପାଇଁ ଧୀରଜ ସାହୁଙ୍କ ବିଷୟରେ ଜାଣିବା ଜରୁରୀ ଅଟେ।

ଧୀରଜ ସାହୁଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଧୀରଜ ପ୍ରସାଦ ସାହୁ। ଧୀରଜ ୨୩ ନଭେମ୍ବର ୧୯୫୫ରେ ରାୟ ସାହେବ ବାଲଦେବ ସାହୁ ଏବଂ ସୁଶୀଲା ଦେବୀଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତୃତୀୟ ଥର ପାଇଁ କଂଗ୍ରେସ ଟିକେଟ୍‌ରେ ଧୀରଜ ଜଣେ ରାଜ୍ୟ ସଭା ଏମ୍‌ପି। ଧୀରଜ ତାଙ୍କ ଓ୍ବେବ୍‌ସାଇଟ୍‌ରେ ଦେଇଥିବା ବିବରଣୀ ଅନୁଯାୟୀ, ସେ ଏକ ବ୍ୟବସାୟିକ ପରିବାରର ଅଟନ୍ତି। ଯଦିଓ ତାଙ୍କ ପିତା ସ୍ବାଧୀନତା ପାଇଁ ଲଢ଼ିଥିଲେ। ସ୍ବାଧୀନତା ପରଠାରୁ ତାଙ୍କ ପରିବାର କଂଗ୍ରେସର ସଦସ୍ୟ ରହିଆସିଛନ୍ତି ଏବଂ ଅନେକ ପ୍ରକାରର ବ୍ୟବସାୟ ତାଙ୍କ ପରିବାର ଦ୍ୱାରା ପରିଚାଳିତ ହେଉଛି।

ସାହୁ ପରିବାର ଦ୍ୱାରା ପରିଚାଳିତ ବ୍ୟବସାୟ ମଧ୍ୟରେ ମଦ ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଇସ୍ପାତ, ବିଦ୍ୟାଳୟ, ହୋଟେଲ ସହିତ ଅନ୍ୟାନ୍ୟ ପ୍ରକାରର ବ୍ୟବସାୟିକ କାର୍ଯ୍ୟକଳାପ ଅଛି। ଧୀରଜ ରାଞ୍ଚିର ମାରଓ୍ବାଡି କଲେଜରୁ ବିଏ କରିଛନ୍ତି। ଅଧ୍ୟୟନ କରୁଥିବା ବେଳେ ଧୀରଜ ୧୯୭୭ରେ ଯୁବ କଂଗ୍ରେସ ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଞ୍ଚିରୁ କଂଗ୍ରେସ ଟିକେଟରେ ଧୀରଜଙ୍କ ଭାଇ ଶିବ ପ୍ରସାଦ ଦୁଇଥର ଲୋକ ସଭା ନିର୍ବାଚନରେ ଜିତିଛନ୍ତି।

ଏହାର ଅର୍ଥ ସାହୁ ପରିବାରର ରାଜନୀତି ଏବଂ ବ୍ୟବସାୟ କ୍ଷେତ୍ରରେ ଗଭୀର ଅନୁପ୍ରବେଶ ରହିଛି। ସୂଚନାନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅନ୍ୟ ବଡ କଂଗ୍ରେସ ନେତାମାନେ ଧୀରଜଙ୍କ ଘରକୁ ଆସିଛନ୍ତି, ଯେଉଁଥିପାଇଁ ଝାଡ଼ଖଣ୍ଡରେ ଧୀରଜଙ୍କ ପରିବାରର ସ୍ଥିତି ମଧ୍ୟ ବହୁତ ଉଚ୍ଚ। ଲୋହର୍ଡାଗା ଅଞ୍ଚଳ ହେଉଛି ଧୀରଜଙ୍କ ପୈତୃକ ସ୍ଥାନ ଏବଂ ଏଠାରେ ଥିବା ଲୋକମାନେ ତାଙ୍କ ପରିବାରକୁ ରାଜ ସାହେବ ବୋଲି କହୁଥିଲେ। ପରିବାରର ପୃଷ୍ଠଭୂମି ଆରମ୍ଭରୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ ଅଟେ।

ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି, ରାଜନୀତିରେ ମଧ୍ୟ ସେମାନେ ଏଥିରୁ ଉପକୃତ ହୋଇଛନ୍ତି। ତଥାପ ଏତେ ପରିମାଣର ନଗଦ ଟଙ୍କା ତାଙ୍କ ନିକଟକୁ କେମିତି ଆସିଲା ତାହା ଦେଖିବାକୁ ବାକି ରହିଲା। କାରଣ ଅନେକ ମେଶିନ ନୋଟ୍‌ ଗଣିବାରେ ଥକି ଯାଇଛନ୍ତି କିନ୍ତୁ ଟଙ୍କା ଗଣନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?