Posted inଜାତୀୟ

କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ କିଏ? ଯିଏ ଶହୀଦ ହେବା ପରେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ମା’…

ନୂଆଦିଲ୍ଲୀ,୧୦।୭: ୨୦୨୩ ଜୁଲାଇ ୧୯ରେ ସିଆଚିନ୍‌ରେ ଏକ ଦୁର୍ଘଟଣାରେ କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ ଶହୀଦ ହୋଇଥିଲେ। ନିକଟରେ ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯେତେବେଳେ ଅଂଶୁମାନଙ୍କ ସାହସିକତାର କାହାଣୀ ବର୍ଣ୍ଣନା କରାଯାଇଥିଲା, ସେତେବେଳେ ପତ୍ନୀ ଓ ମା’ଙ୍କ ଆଖି ଲୁହରେ ଓଦା ହୋଇଥିଲା। ଏହି ସମ୍ମାନ ପରେ ଏବେ ପୁଣି ଥରେ ତାଙ୍କ ସାହସିକତାର କାହାଣୀ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଅଂଶୁମାନଙ୍କ ମା’ ଏବଂ ପତ୍ନୀ କିର୍ତ୍ତୀ ଚକ୍ର ଗ୍ରହଣ କରିବାର ଭିଡିଓ ବେଶ ଭାଇରାଲ ହେଉଛି। ଏଥିେରେ ପତ୍ନୀ ସ୍ମୃତି ସିଂ ଉଭୟଙ୍କ କାହାଣୀ ଶୁଣାଇଛନ୍ତି।

କିଭଳି ହୋଇଥିଲେ ଶହୀଦ?
ଜୁଲାଇ ୧୯ ସକାଳେ ସିଆଚିନ୍‌ର ଗ୍ଲେସିଅରରେ ଭାରତୀୟ ସେନାର ଟେଣ୍ଟରେ ନିଆଁ ଲାଗିଥିଲା। ଭାରତୀୟ ସେନାର ଗୁଳି ବାରୁଦ ବଙ୍କରରେ ଶର୍ଟ ସର୍କିଟ ହେବାରୁ ଭୟଙ୍କର ସ୍ଥିତି ଉପୁଜିଥିଲା। ଅନେକ ଯବାନ ନିଆଁରେ ଫସି ରହିଥିଲେ। କ୍ୟାପଟେନ୍‌ ଅଂଶୁମାନ ନିଜ ଜୀବନକୁ ଖାତିର ନ କରି ସାଥୀ ଯବାନଙ୍କୁ ବଞ୍ଚାଇବା ଲାଗି ନିଆଁକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ୩ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ହେଲେ ସେ ନିଆଁରେ ପୋଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ଏୟାରଲିଫ୍ଟ କରାଯାଇ ଚଣ୍ଡିଗଡ଼ ନିଆଯାଇଥିଲା। ହେଲେ ତାଙ୍କର ଜୀବନ ରକ୍ଷା ହୋଇପାରି ନ ଥିଲା।

୫ ମାସ ପୂର୍ବେ କରିଥିଲେ ବିବାହ?
ଫେବୃଆରୀ ୧୦ରେ ଅଂଶୁମାନ ବିବାହ କରିଥିଲେ। ତାଙ୍କ ପତ୍ନୀ ସ୍ମୃତି ପେସାରେ ଜଣେ ଇଞ୍ଜିନିୟର। ସେ ନୋଏଡାର ଏକ କମ୍ପାନୀରେ କାମ କରନ୍ତି। ଶହୀଦ ହେବାର ୧୫ ଦିନ ପୂର୍ବେ ଅଂଶୁମାନ ସିଆଚିନ୍‌ ଯାଇଥିଲେ। ରେଜିମେଣ୍ଟାଲ ମେଡିକାଲ ଅଫିସର ଭାବେ ତାଙ୍କର ନିଯୁକ୍ତି ହୋଇଥିଲା। ତାଙ୍କର ପରିବାର ୟୁପିର ଦେବରିଆର ବାସିନ୍ଦା। ପତ୍ନୀ ପଠାନକୋଟର ବାସିନ୍ଦା।

ପୁଣେରୁ ଏମ୍‌ବିବିଏସ୍‌ କରିବା ପରେ ସେନାରେ ହୋଇଥିଲେ ସାମିଲ?
ଅଂଶୁମାନଙ୍କ ଚୟନ ପୁଣେର ଆର୍ମର୍ଡ ଫୋର୍ସ ମେଡିକାଲ କଲେଜରେ ହୋଇଥିଲା। ସେଠାରୁ ଏମ୍‌ବିବିଏସ୍‌ କରିବା ପରେ ସେ ସେନା ମେଡିକାଲରେ ସାମିଲ ହୋଇଥିଲେ। ସେହିଭଳି ଆଗ୍ରାର ସେନା ଡାକ୍ତରଖାନାରେ ଟ୍ରେନିଂ ପରେ ତାଙ୍କ ପୋଷ୍ଟିଂ ହୋଇଥିଲା। ସେ କଶ୍ମୀରର ପୁଚ୍ଛ ସେକ୍ଟରରେ ଏକ ବାଟାଲିୟନର ମେଡିକାଲ ଅଫିସର ହୋଇଥିଲେ। ଏହାପରେ ସିଆଚିନ୍‌ରେ ତାଙ୍କ ନିଯୁକ୍ତି ହୋଇଥିଲା। କ୍ୟାପଟେନ ଅଂଶୁମାନର ବାପା ରବି ପ୍ରତାପ ସିଂ ମଧ୍ୟ ସେନାର ଜେସିଓ ଥିଲେ।

୫୦ ଲକ୍ଷର କ୍ଷତିପୂରଣ ଏବଂ କୀର୍ତ୍ତି ଚକ୍ରରେ ସମ୍ମାନିତ:
କ୍ୟାପଟେନ୍‌ ଅଂଶୁମାନ ଶହୀଦ ହେବା ପରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ତାଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଥିଲେ। ଏଥିସହ ଦେବରିଆ ଜିଲାର ଏକ ରାସ୍ତାର ନାମକରଣ ଅଂଶୁମାନଙ୍କ ନାମରେ କରିବାର ଘୋଷଣା କରିଥିଲେ। ଗତ ଶୁକ୍ରବାର ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଥିଲା।

ମା’ ଅଗ୍ନିବୀର ଯୋଜନା ବନ୍ଦ କରିବାକୁ କଲେ ଦାବି:
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ ନିଜର ସଂସଦୀୟ କ୍ଷେତ୍ର ରାୟବରେଲୀ ଗସ୍ତରେ ଅଂଶୁମାନଙ୍କ ପରିବାରକୁ ଭେଟିଥିଲେ। ରାହୁଲଙ୍କୁ ଭେଟିବା ପରେ ଅଂଶୁମାନଙ୍କ ମା’ ଅଗ୍ନିବୀର ଯୋଜନା ବନ୍ଦ କରିବାକୁ କହିଥିଲେ। ଏହି ଅବସରରେ ରାହୁଲ ତାଙ୍କୁ ଅଗ୍ନିବୀର ଯୋଜନା ବିରୋଧରେ ଲଢ଼େଇ ଜୋରଦାର କରାଯିବ ବୋଲି ବିଶ୍ୱାସ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri