Posted inଜାତୀୟ

କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ କିଏ? ଯିଏ ଶହୀଦ ହେବା ପରେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ମା’…

ନୂଆଦିଲ୍ଲୀ,୧୦।୭: ୨୦୨୩ ଜୁଲାଇ ୧୯ରେ ସିଆଚିନ୍‌ରେ ଏକ ଦୁର୍ଘଟଣାରେ କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ ଶହୀଦ ହୋଇଥିଲେ। ନିକଟରେ ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯେତେବେଳେ ଅଂଶୁମାନଙ୍କ ସାହସିକତାର କାହାଣୀ ବର୍ଣ୍ଣନା କରାଯାଇଥିଲା, ସେତେବେଳେ ପତ୍ନୀ ଓ ମା’ଙ୍କ ଆଖି ଲୁହରେ ଓଦା ହୋଇଥିଲା। ଏହି ସମ୍ମାନ ପରେ ଏବେ ପୁଣି ଥରେ ତାଙ୍କ ସାହସିକତାର କାହାଣୀ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଅଂଶୁମାନଙ୍କ ମା’ ଏବଂ ପତ୍ନୀ କିର୍ତ୍ତୀ ଚକ୍ର ଗ୍ରହଣ କରିବାର ଭିଡିଓ ବେଶ ଭାଇରାଲ ହେଉଛି। ଏଥିେରେ ପତ୍ନୀ ସ୍ମୃତି ସିଂ ଉଭୟଙ୍କ କାହାଣୀ ଶୁଣାଇଛନ୍ତି।

କିଭଳି ହୋଇଥିଲେ ଶହୀଦ?
ଜୁଲାଇ ୧୯ ସକାଳେ ସିଆଚିନ୍‌ର ଗ୍ଲେସିଅରରେ ଭାରତୀୟ ସେନାର ଟେଣ୍ଟରେ ନିଆଁ ଲାଗିଥିଲା। ଭାରତୀୟ ସେନାର ଗୁଳି ବାରୁଦ ବଙ୍କରରେ ଶର୍ଟ ସର୍କିଟ ହେବାରୁ ଭୟଙ୍କର ସ୍ଥିତି ଉପୁଜିଥିଲା। ଅନେକ ଯବାନ ନିଆଁରେ ଫସି ରହିଥିଲେ। କ୍ୟାପଟେନ୍‌ ଅଂଶୁମାନ ନିଜ ଜୀବନକୁ ଖାତିର ନ କରି ସାଥୀ ଯବାନଙ୍କୁ ବଞ୍ଚାଇବା ଲାଗି ନିଆଁକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ୩ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ହେଲେ ସେ ନିଆଁରେ ପୋଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ଏୟାରଲିଫ୍ଟ କରାଯାଇ ଚଣ୍ଡିଗଡ଼ ନିଆଯାଇଥିଲା। ହେଲେ ତାଙ୍କର ଜୀବନ ରକ୍ଷା ହୋଇପାରି ନ ଥିଲା।

୫ ମାସ ପୂର୍ବେ କରିଥିଲେ ବିବାହ?
ଫେବୃଆରୀ ୧୦ରେ ଅଂଶୁମାନ ବିବାହ କରିଥିଲେ। ତାଙ୍କ ପତ୍ନୀ ସ୍ମୃତି ପେସାରେ ଜଣେ ଇଞ୍ଜିନିୟର। ସେ ନୋଏଡାର ଏକ କମ୍ପାନୀରେ କାମ କରନ୍ତି। ଶହୀଦ ହେବାର ୧୫ ଦିନ ପୂର୍ବେ ଅଂଶୁମାନ ସିଆଚିନ୍‌ ଯାଇଥିଲେ। ରେଜିମେଣ୍ଟାଲ ମେଡିକାଲ ଅଫିସର ଭାବେ ତାଙ୍କର ନିଯୁକ୍ତି ହୋଇଥିଲା। ତାଙ୍କର ପରିବାର ୟୁପିର ଦେବରିଆର ବାସିନ୍ଦା। ପତ୍ନୀ ପଠାନକୋଟର ବାସିନ୍ଦା।

ପୁଣେରୁ ଏମ୍‌ବିବିଏସ୍‌ କରିବା ପରେ ସେନାରେ ହୋଇଥିଲେ ସାମିଲ?
ଅଂଶୁମାନଙ୍କ ଚୟନ ପୁଣେର ଆର୍ମର୍ଡ ଫୋର୍ସ ମେଡିକାଲ କଲେଜରେ ହୋଇଥିଲା। ସେଠାରୁ ଏମ୍‌ବିବିଏସ୍‌ କରିବା ପରେ ସେ ସେନା ମେଡିକାଲରେ ସାମିଲ ହୋଇଥିଲେ। ସେହିଭଳି ଆଗ୍ରାର ସେନା ଡାକ୍ତରଖାନାରେ ଟ୍ରେନିଂ ପରେ ତାଙ୍କ ପୋଷ୍ଟିଂ ହୋଇଥିଲା। ସେ କଶ୍ମୀରର ପୁଚ୍ଛ ସେକ୍ଟରରେ ଏକ ବାଟାଲିୟନର ମେଡିକାଲ ଅଫିସର ହୋଇଥିଲେ। ଏହାପରେ ସିଆଚିନ୍‌ରେ ତାଙ୍କ ନିଯୁକ୍ତି ହୋଇଥିଲା। କ୍ୟାପଟେନ ଅଂଶୁମାନର ବାପା ରବି ପ୍ରତାପ ସିଂ ମଧ୍ୟ ସେନାର ଜେସିଓ ଥିଲେ।

୫୦ ଲକ୍ଷର କ୍ଷତିପୂରଣ ଏବଂ କୀର୍ତ୍ତି ଚକ୍ରରେ ସମ୍ମାନିତ:
କ୍ୟାପଟେନ୍‌ ଅଂଶୁମାନ ଶହୀଦ ହେବା ପରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ତାଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଥିଲେ। ଏଥିସହ ଦେବରିଆ ଜିଲାର ଏକ ରାସ୍ତାର ନାମକରଣ ଅଂଶୁମାନଙ୍କ ନାମରେ କରିବାର ଘୋଷଣା କରିଥିଲେ। ଗତ ଶୁକ୍ରବାର ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଥିଲା।

ମା’ ଅଗ୍ନିବୀର ଯୋଜନା ବନ୍ଦ କରିବାକୁ କଲେ ଦାବି:
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ ନିଜର ସଂସଦୀୟ କ୍ଷେତ୍ର ରାୟବରେଲୀ ଗସ୍ତରେ ଅଂଶୁମାନଙ୍କ ପରିବାରକୁ ଭେଟିଥିଲେ। ରାହୁଲଙ୍କୁ ଭେଟିବା ପରେ ଅଂଶୁମାନଙ୍କ ମା’ ଅଗ୍ନିବୀର ଯୋଜନା ବନ୍ଦ କରିବାକୁ କହିଥିଲେ। ଏହି ଅବସରରେ ରାହୁଲ ତାଙ୍କୁ ଅଗ୍ନିବୀର ଯୋଜନା ବିରୋଧରେ ଲଢ଼େଇ ଜୋରଦାର କରାଯିବ ବୋଲି ବିଶ୍ୱାସ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri