ଜିଲାରେ ଚକ୍ରାକାର ଧଳାମାଛି ଆତଙ୍କ

କେନ୍ଦ୍ରାପଡ଼ା, ୨୧ା୯(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଧଳା ମାଛି ଓ ଗଛରେ ଧଳା ଫିମ୍ପି ଚାଷୀଙ୍କ ପାଇଁ ଆଶଙ୍କାର କାରଣ ସାଜିଛି। ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖାଦେଉଥିଲା। ଏବେ କଦଳୀ ଗଛଠାରୁ ଆରମ୍ଭକରି ପନିପରିବା ଗଛରେ ଏହି ରୋଗ ଦେଖାଯାଇଛି। ଧଳା ଫିମ୍ପି ଗଛକୁ ଦୁର୍ବଳ କରୁଥିବା ବେଳେ ଉପତ୍ାଦକୁ କମ୍‌ କରୁଛି। ଅସନ୍ତୁଳିତ ପରିବେଶ ପାଇଁ ଏହି ରୋଗ ବ୍ୟାପୁଥିବା ଚାଷୀ ଓ ସ୍ଥାନୀୟ ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହାକୁ ନେଇ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ତେବେ ଏହା ଚକ୍ରାକାର ମାଛି ପାଇଁ ବ୍ୟାପୁଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ନିରାକରଣ ପାଇଁ ଚାଷୀଙ୍କ ସଚେତନତା ସହ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ନଡ଼ିଆଗଛ ପରି ଲମ୍ବା ଗଛରେ ଔଷଧ ସିଞ୍ଚନ ପାଇଁ ଜିଲାରେ ଫୁଟ୍‌ ପ୍ରେସର ପମ୍ପ୍‌ କୌଣସିଠାରେ ନାହିଁ। ଏହା ବ୍ୟତୀତ ଏହି ରୋଗ ବ୍ୟାପକ ହେଉଥିବାରୁ ସାମୂହିକ ନିରାକରଣ ପାଇଁ ଦାବି ହୋଇଛି।

ଏ ନେଇ ଉଦୟନଗରର ପ୍ରଭାତ କୁମାର ପରିଡ଼ା, ଅଯୋଧ୍ୟା ନଗରର ପ୍ରଶାନ୍ତ କୁମାର ନାୟକ, ଗୁଲନଗରର ଲକ୍ଷ୍ମୀକାନ୍ତ ନାୟକ, ଡେରାବିଶର କରୁଣାକର କର, ଚଉଦକୁଲାଟର ଜୟନ୍ତ କୁମାର ପାତ୍ର ପ୍ରମୁଖ କହିଛନ୍ତି, କିଛିଦିନ ଧରି ଗଛର ପତ୍ରଗୁଡ଼ିକ ଧଳା ରଙ୍ଗରେ ଆଚ୍ଛାଦିତ ହୋଇଯାଉଛି। ପରେ ଏହି ପତ୍ର ସାମୟିକ ଭାବେ ମୋଡି ହେବା ସହିତ ଫିମ୍ପି ମାରୁଛି। ଏହି ଫିମ୍ପିରେ ପିମ୍ପୁଡ଼ି ଲାଗୁଥିବାରୁ ଏହା ମିଠା ବୋଲି ଅନୁମାନ କରାଯାଉଛି। ପରେ ପତ୍ର ନଷ୍ଟହେବା ସହ ଫଳ ଉପତ୍ାଦନ କମ୍‌ ହେଉଛି। ପୂର୍ବରୁ ଏହି ରୋଗ ନଡ଼ିଆଗଛରେ ଦେଖାଯାଉଥିବା ବେଳେ ଏବେ କଦଳୀଗଛ ଓ କେତେକ ପନିପରିବା ଚାଷ ସମୟରେ ଦେଖିବାକୁ ମିଳୁଛି। ପରିବେଶ ସନ୍ତୁଳନ ଏବେ ବିଗିଡ଼ିଯାଇଛି। ବିଶ୍ୱତାପନ ସହ ଶିଳ୍ପ, ଜଳ ଓ ବାୟୁ ପ୍ରଦୂଷଣ ବଢ଼ୁଛି। ଏହାଦ୍ୱାରା ଏହି ରୋଗ ବ୍ୟାପୁଛି। ଏହାର ନିରାକରଣ ପାଇଁ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଅଥବା ଉଦ୍ୟାନ କୃଷି ବିଭାଗକୁ ଜଣାଇଲେ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଔଷଧ ସିଞ୍ଚନରେ ବିଭିନ୍ନ ସମସ୍ୟା ଅଛି। ନଡ଼ିଆ ଚାଷରେ ଏହି ରୋଗ ବ୍ୟାପକ ଭାବେ ଦେଖାଦେଇଥିଲା ବେଳେ ଔଷଧ ସିଞ୍ଚନ ଏକ ପ୍ରକାର ଅସମ୍ଭବ ହୋଇଛି। ଜିଲାରେ କୌଣସିଠାରେ ଫୁଟ୍‌ ପ୍ରେସର ପମ୍ପ୍‌ ନାହିଁ। ଏହା ବ୍ୟତୀତ ରୋଗର ବ୍ୟାପକତା ଦୃଷ୍ଟିରୁ ସାମୂହିକ ସିଞ୍ଚନ କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ପାଇଁ ଚାଷୀ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ର କହିଛନ୍ତି, ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ହେଉଛି ଚକ୍ରାକାର ଧଳା ମାଛି। ଏହାର ଉତ୍ପତ୍ତିସ୍ଥଳ ସେଣ୍ଟ୍ରାଲ ଆମେରିକା। ୨୦୧୬ ଅଗଷ୍ଟରେ ଏହି ବିଦେଶୀ କୀଟ ଭାରତରେ ଦେଖିବାକୁ ମିଳିଛି। ଛୋଟ ଓ ବୟସ୍କ ମାଛି ପତ୍ରର କୋମଳ ଅଂଶରୁ ରସ ଶୋଷି ଖାଇଥାନ୍ତି, ଯାହାଦ୍ୱାରା ଗଛ ଉପରେ ବିଭିନ୍ନ ଚାପ ସୃଷ୍ଟି ହେଉଛି। ରୋଗର ବ୍ୟାପକତାରୁ ନିସ୍ତାର ପାଇଁ ଫ୍ଲୁବେନଡ଼ିଆମାଇଡ଼ଦ ୪୮୦ ଏସ୍‌ସିର ୫ ମି.ଲି. ସହିତ ୧୦ ଲିଟର ପାଣିରେ ମିଶାଇ ରୋଗଗ୍ରସ୍ତ ଗଛ ଉପରେ ପକାଇପାରିବା। ସେହିପରି ୧୦ ଲିଟର ପାଣି ସହିତ ଇମାମେକଟିନ ବେନଜୋଏଟ ୫ ଏସ୍‌ଜିର ୫ ମି.ଲି. କିମ୍ବା ସ୍ପିନୋସାଡ୍‌ ୪୫ ଏସ୍‌ସିର ୫ ମି.ଲି. ପରିମାଣର ଔଷଧ ସହ ମିଶାଇ ସିଞ୍ଚନ କରିବା ଆବଶ୍ୟକ। ଏହା ବ୍ୟତୀତ ଜୈବିକ ପ୍ରଣାଳୀରେ ଏହି କୀଟକୁ ରୋକିବା ପାଇଁ ନିମ୍ବତେଲ ବ୍ୟବହାର କରାଯାଉଛି। କେତେକ ପ୍ରଜାତିର ଗୋବର ପୋକ ଓ ବିରୁଡ଼ି ଏହି କୀଟକୁ ନଷ୍ଟ କରିଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri