କୃଷିଋଣ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର,୨୧।୯: କୃଷକଙ୍କ ବିକାଶ ସମେତ କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମିଳିତ ଭାବେ କୃଷି ଋଣ ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ କିଷାନ କ୍ରେଡିଟ କାର୍ଡ (କେସିସି) ଘର ଘର ଅଭିଯାନ ଏବଂ ଓ୍ବେଦର ଇନ୍‌ଫର୍ମମେଶନ ନେଟ୍‌ଓ୍ବର୍କ ଡେଟା ସିଷ୍ଟମ (ଉଇଣ୍ଡସ)କୁ ଅନ୍ୟ ମନ୍ତ୍ରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ଅର୍ଥମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏ ନେଇ ସେ କହିଥିଲେ, ବ୍ୟାଙ୍କଗୁଡିକ ଦ୍ୱାରା ଘର ଘର ଅଭିଯାନ ସଫଳତାର ସହ କାର୍ଯ୍ୟ କରାଯିବ। ଏପରିକି କୃଷିକ୍ଷେତ୍ରର ବିକାଶ ଓ କୃଷକଙ୍କର ଉନ୍ନତି ଉଦେଶ୍ୟରେ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି।

କେସିସି ଜରିଆରେ କୃଷକ କିଭଳି ଅଧିକରୁ ଅଧିକ ଳାଭବାନ ହୋଇପାରିବେ ସେ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ବାରମ୍ବାର ସମୀକ୍ଷା ସହ ବିଭାଗୀୟ ଅଧିକାରୀଙ୍କୁ ଯୋଜନାର ଅଗ୍ରଗତି ଆଦି ବିଷୟରେ ବିଚାରବିମର୍ଶ କରିଥାନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ୧,୪୦,୦୦୦ କୋଟି ବୀମା ରାଶି ପ୍ରଦାନ କରାଯାଇଥିବାବେଳେ ପ୍ରାୟ ୨୯.୦୦୦ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରାଯାଇଛି।

ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ତୋମାର କହିଥିଲେ, ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କୃଷକ ଓ କୃଷିକ୍ଷେତ୍ର ପାଇଁ ଅନେକ କିଛି କରିଥିବାବେଳେ ଆହୁରି ମଧ୍ୟ ବାକି ରହିଛି। ଏପରିକି ୨୦୧୩-୧୪ ଆର୍ଥିକ ବର୍ଷ ଅପେକ୍ଷା ୨୦୨୩-୨୪ ଆର୍ଥିକ ବର୍ଷରେ କୃଷି ଓ କୃଷକଙ୍କ ବିକାଶ ପାଇଁ କୃଷି ବଜେଟ ପ୍ରାୟ ୭ଗୁଣା ବୃଦ୍ଧି ପାଇଛି। ଅପରପକ୍ଷରେ ମନ୍ତ୍ରୀ ବିଭାଗର ସଫଳତା ଓ ଯୋଜନା ସହିତ ଉପରୋକ୍ତ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସିଇଓ ତଥା ଜେଏସ୍‌ (କ୍ରେଡିଟ) ରିତେଶ ଚୌହାନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆଭିମୁଖ୍ୟ ଓ ସଫଳତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ମଝି ଆକାଶରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା ୨ ଫାଇଟର ଜେଟ, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ

ଓ୍ବାଶିଂଟନ,୧୮।୫: ଆମେରିକାର ଆଇଡାହୋ ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ, ମାଉଣ୍ଟେନ ହୋମ ଏୟାର ଫୋର୍ସ ବେସରେ…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri