ହ୍ବାଇଟ୍‌ ବିଚ୍‌ ହେଭେନ୍‌

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଉପକୂଳରେ ଥିବା ହ୍ବିଟ୍‌ସଣ୍ଡେ ଦ୍ୱୀପରେ ରହିଛି ହ୍ବାଇଟ୍‌ ବିଚ୍‌ ହେଭେନ୍‌ । ୭ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବେଳାଭୂମିରେ ପ୍ରାୟ ୯୮ ପ୍ରତିଶତ ସିଲିକା ଥିବାରୁ ଏହାର ରଙ୍ଗ ଧଳା, ଯାହାକି ଦେଖିବାକୁ ଖୁବ୍‌ ସୁନ୍ଦର ଓ ମନଲୋଭା। ଆଉ ଏଥିପାଇଁ ୨୦୨୧ ମସିହାରେ ଏହାକୁ ଆଓ୍ବାର୍ଡ଼ ମିଳିଥିଲା। ତେବେ ଜାଣିବା ଏହା ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ…

୧୮୭୯ ମସିହାରେ ଷ୍ଟାଫ୍‌ କମାଣ୍ଡର ଇପି ବେଡ୍‌ଓ୍ବେଲ୍‌ ଏହି ବିଚ୍‌କୁ ଆବିଷ୍କାର କରିବା ସହ ଏହାର ନାମକରଣ ମଧ୍ୟ କରିଥିଲେ। ଏହାର ସୌନ୍ଦର୍ଯ୍ୟ ତଥା ଏଠାରେ ଥିବା ହ୍ବିଟ୍‌ସଣ୍ଡେ ପାଇଁ ଏପରି ନାମ ଦିଆଯାଇଛି।
ବିଚ୍‌ଟି ସିଲିକାରେ ପରିପୂର୍ଣ୍ଣ ଥିବାରୁ ବାଲି ବହୁତ ସଫ୍ଟ ଏବଂ ଫାଇନ୍‌ ଥାଏ। ସେଥିପାଇଁ ଖରାଦିନେ ଅନ୍ୟ ବିଚ୍‌ଗୁଡ଼ିକ ପରି ଏହା ଗରମ ଲାଗେନି। ଆପଣ ଚାହିଁଲେ ଖାଲିପାଦରେ ମଧ୍ୟ ଏଠାରେ ଆରାମରେ ଚାଲିପାରିବେ।
ସ୍ମୋକିଂ ବା ସିଗାରେଟ୍‌ ଟାଣିବା ଏଠାରେ ସମ୍ପୂର୍ଣ୍ଣ ନିଷେଧ। ତେଣୁ ଏହାର ଆଖପାଖ ପରିବେଶ ସବୁବେଳେ ପ୍ରଦୂଷଣମୁକ୍ତ ଥାଏ। ଏମିତିକି ଏଠାରେ ଜୀବଜନ୍ତୁ ଯଥା କୁକୁରଙ୍କୁ ବି ପ୍ରବେଶ କରିବାକୁ ଦିଆଯାଇ ନ ଥାଏ। ଏହା ଅଷ୍ଟ୍ରେଲିଆ ମହାଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଯାହାର ପରିଚ୍ଛନ୍ନତା ପାଇଁ ନା କେବଳ ଏହାକୁ ୨୦୦୮ ମସିହାରେ ”କୁଇନ୍ସଲ୍ୟାଣ୍ଡସ୍‌ କ୍ଲିନେଷ୍ଟ ବିଚ୍‌“ ଭାବେ ପୁରସ୍କାର ମିଳିଛି ବରଂ ଏଥିପାଇଁ ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଅଧିକାର କରିଛି। ଖାଲି ସେତିକି ନୁହେଁ, ୨୦୧୦ ମସିହାରେ ପୃଥିବୀର ପ୍ରଥମ ”ଇକୋ ଫ୍ରେଣ୍ଡ୍‌ଲି“ ବିଚ୍‌ ଭାବେ ମଧ୍ୟ ଏହା ପରିଗଣିତ ହୋଇଥିଲା।
ପରିବେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ କୁଇନ୍ସଲ୍ୟାଣ୍ଡ ସରକାର ହ୍ବାଇଟ୍‌ ସଣ୍ଡେ ଦ୍ୱୀପ ଏବଂ ତା’ର ଆଖପାଖ ଅଞ୍ଚଳକୁ ‘ନ୍ୟାଶନାଲ୍‌ ପାର୍କ’ର ମାନ୍ୟତା ଦେଇଛନ୍ତି ଏବଂ ଏଥିସହ ‘ଓ୍ବାଲର୍‌ଡ ହେରିଟେଜ’୍‌ରେ ମଧ୍ୟ ଏହା ସ୍ଥାନ ପାଇଛି।
ଏଠାରେ ପହଁରିବାର ବି ସୁବିଧା ରହିଛି। ୨୦୦୯ ମସିହାଠାରୁ ପ୍ରତିବର୍ଷ ନଭେମ୍ବର ୧୨ ତାରିଖରେ ଏଠାରେ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି। ସିଲିକା ସ୍ୟାଣ୍ଡରେ ଜୁଏଲେରିଗୁଡ଼ିକ ଭଲ ଭାବେ ପଲିସ୍‌ ହେଉ ଥିବାରୁ ଏଠାକୁ ଯିଏ ବି ବୁଲିବାକୁ ଗଲେ ନିଜର ଜୁଏଲେରି ନେବାକୁ ଭୁଲି ନ ଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri