ମୋହନା,୭।୧( ମନ୍ମଥ ମିଶ୍ର ): ଗଜପତି ଗିଲା ଅଡବା ଥାନା ଅନ୍ତର୍ଗତ ରାଇଗଣ୍ଡା ଗାଁ ଆମ୍ବତୋଟା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ମୃତ ଜଣକ ହେଲେ ପାଣିଗଣ୍ଡା ଗାଁର ଅଭି ରାଉତ। କନ୍ଧମାଳ ଜିଲା ବ୍ରାହ୍ମୁଣିଗାଁରେ ରାଜ ମିସ୍ତ୍ରୀ କାମ କରି ନିଜ ଗାଁ ପାଣିଗଣ୍ଡାକୁ ଚାଲି ଚାଲି ଆସୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ରାସ୍ତା ଅବରୋଧ କରି ରହିଛନ୍ତି ସ୍ଥାନୀୟ ବାସିନ୍ଦା। ଅଡବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରିଛି।


