Posted inଖେଳ

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ବିନା ବର୍ଷାରେ ପଡ଼ିଆରେ ବର୍ଷିଲା ପାଣି, ଆଉ ତା’ପରେ….

ନୂଆଦିଲ୍ଲୀ,୧୦।୩: ଆଜିକାଲି ମହିଳା ପ୍ରିମିୟର ଲିଗ ୨୦୨୪ ଚାଲିଛି। ଏହି ଲିଗରେ ଏପର୍ଯ୍ୟନ୍ତ ଅନେକ ରୋମାଞ୍ଚକର ମ୍ୟାଚ ଖେଳାଯାଇଛି। ସିଜିନର ୧୬ତମ ମ୍ୟାଚରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜିଆଣ୍ଟସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚର ଦ୍ୱିତୀୟ ଇନିଂସ ସମୟରେ ହଠାତ୍‌ ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ ମ୍ୟାଚକୁ କିଛି ମିନିଟ ପାଇଁ ବନ୍ଦ କରିବାକୁ ପଡିଥିଲା। ମହିଳା ପ୍ରିମିୟର ଲିଗ ଇତିହାସରେ ଏହା ପୂର୍ବରୁ କେବେ ଦେଖାଯାଇ ନ ଥିଲା।
ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଗୁଜରାଟ ଜିଆଣ୍ଟସ ୨୦ ଓଭରରେ ୭ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା। କ୍ୟାପଟେନ ବେଥ ମୁନି ୬୬ ରନ ଏବଂ ହେମଲତା ୭୪ ରନ ଇନିଂସ ଖେଳିଥିଲେ। ଏହାର ଜବାବରେ ମୁମ୍ବାଇ ଦଳ ସ୍କୋର ପିଛା କରୁଥିବାବେଳେ ମ୍ୟାଚର ୧୮ତମ ଓଭରରେ ମୁମ୍ବାଇ ୧୨ ବଲରେ ୨୩ ରନ ଆବଶ୍ୟକ କରୁଥିଲା, ସେତେବେଳେ ମ୍ୟାଚ ବନ୍ଦ କରିବାକୁ ପଡିଲା। ହଠାତ୍‌ ପଡିଆରେ ପାଣି ଝରଣା ଝରିବାକୁ ଲାଗିଲା। ଚାରିଆଡେ ଖାଲି ପାଣି ବର୍ଷା ହେଲା। ଏହା ପରେ ଖେଳକୁ କିଛି ସମୟ ଅଟକା ଯାଇଥିଲା। ପରେ ପଡିଆ ଶୁଖାଯାଇ ଖେଳ ଆରମ୍ଭ ହୋଇଥିଲା। ମୁମ୍ବାଇ ବିଜୟ ହାସଲ କରିଥିଲା।
କ୍ୟାପଟେନ ହରମାନପ୍ରୀତ କୌର ମୁମ୍ବାଇ ପାଇଁ ଏକ ଭଲ ଇନିଂସ ଖେଳିଥିଲେ। ସେ ୧୦ଟି ଚୌକା ଓ ପାଞ୍ଚ ଛକା ସହାୟତାରେ ୪୮ଟି ବଲରେ ଅପରାଜିତ ୯୫ ରନ ସ୍କୋର କରିଥିଲେ। ୟସ୍ତିକା ଭାଟିଆ ଆଠଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୬ ବଲରେ ୪୯ ରନ୍‌ର ଇନିଂସ ଖେଳିଥିଲେ।
ଏହି ବିଜୟ ସହିତ ମୁମ୍ବାଇ ଦଳ ପ୍ରଥମ ଦଳ ହୋଇ ମହିଳା ପ୍ରିମିୟର ଲିଗ ୨୦୨୪ର ପ୍ଲେ ଅଫ ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri