Posted inଜାତୀୟ

ଗର୍ଲଫ୍ରେଣ୍ଡଙ୍କୁ କନ୍ୟା ବେଶରେ ଦେଖି ଷ୍ଟେଜ୍‌ ଉପରେ ଚଢି ଏମିତି କାମ କଲେ ବୟଫ୍ରେଣ୍ଡ

ଗୋରଖପୁର,୨।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ହରପୁର ବୁଦହଟ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ବିବାହ ଚାଲିଥିବା ବେଳେ ହଠାତ୍‌ ଜଣେ ଯୁବକ ମଣ୍ଡପକୁ ଆସି କନ୍ୟାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ। ଏହା ଦେଇ ବର ଏବଂ ଉଭୟ ପକ୍ଷ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବରର ପରିବାର ସଦସ୍ୟ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଂଚିଥିବା ପୋଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁ ମୁଖିଆ, ବୃଦ୍ଧ ଓ ବୁଦ୍ଧିଜୀବୀଙ୍କ ସାହାଯ୍ୟରେ ଏହି ସମସ୍ୟାର ସମାଧାନ କରିଥିଲା। ଗୁରୁବାର ସକାଳେ ପଞ୍ଚାୟତ ପରେ ବର କନ୍ୟାଙ୍କୁ ନେଇ ତାଙ୍କ ଘରକୁ ନେଇ ଯାଇଥିଲେ।
ସୂଚନାଯୋଗ୍ୟ, ହରପୁର ବୁଦହଟ ଅଞ୍ଚଳର ଏକ ଗାଁର ଜଣେ ଯୁବକ ଏବଂ ସେହି ଗାଁର ଜଣେ ଝିଅ ପରସ୍ପରକୁ ଭଲ ପାଉଥିଲେ। ଅଳ୍ପ କିଛି ମାସ ପୂର୍ବରୁ ସମ୍ପୃକ୍ତ ଯୁବକ କାମ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ଯୁବତୀ ଘର ପରିବାର ଝିଅର ବିବାହ ସ୍ଥିର କରିଥିଲେ। ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ବିବାହ ବିଷୟରେ ଶୁଣି ସେ ଦୁଇ ଦିନ ପୂର୍ବରୁ ଗାଁକୁ ଆସିଥିଲେ।
ଯୁବତୀଙ୍କ ବିବାହ ଡିସେମ୍ବର ୧ରେ ସ୍ଥିର ହୋଇଥିଲା। ବିବାହ ଚାଲିଥିବା ବେଳେ ହଠାତ୍‌ ପ୍ରେମିକ ଆସି ଷ୍ଟେଜ୍‌ରେ ଥିବା ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ। ଏହା ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହା ଦେଖି ବର ଏବଂ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ସମ୍ପକ୍ତ ପ୍ରେମିକ ଏବଂ ପ୍ରେମିକା ଏକା ସାଙ୍ଗରେ ରହିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ପରେ ଗ୍ରାମପଞ୍ଚାୟତ ବସି ମାମଲାର ସମାଧାନ ହୋଇଥିଲା। ଶେଷରେ କନ୍ୟା ତାଙ୍କ ବରଙ୍କ ସହ ଯିବାକୁ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri