ଜାଣିଶୁଣି କରୋନା ପଜିଟିଭ୍‌ ହେଲେ ମିଳିବ ୪ ଲକ୍ଷ ଟଙ୍କା, ଜାଣନ୍ତୁ ଏହା ପଛରେ ଥିବା କାରଣ

ଲଣ୍ଡନ,୨୬ା୧୨: ଆସନ୍ତା ମାସରେ ଲଣ୍ଡନରେ ହ୍ୟୁମାନ ଚ୍ୟାଲେଞ୍ଜର ପରୀକ୍ଷା ହେବାକୁ ଯାଉଛି। ଲଣ୍ଡନର ରୟାଲ ଫ୍ରି ହସ୍ପିଟାଲରେ ହେବାକୁ ଥିବା ଏହି ପରୀକ୍ଷଣରେ ବ୍ରିଟେନର ପ୍ରାୟ ୨୫୦୦ ଲୋକ ଉଦ୍ଦେଶ୍ୟମୂଳକ ଭାବେ କରୋନା ପଜିଟିଭ୍‌ ହେବାକୁ ଯାଉଛନ୍ତି। ଯାହା ପରେ ଏହି ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ। ଏହି ପରୀକ୍ଷଣରେ, ସୁସ୍ଥ ଲୋକଙ୍କୁ ପ୍ରଥମେ କରୋନା ଭାଇରସ ପଜିଟିଭ୍‌ ଦିଆଯିବ ଏବଂ ତା’ପରେ ସେମାନଙ୍କୁ ଟିକା ଦିଆଯିବ। ଟିକା କାମ କରୁଛି କି ନାହିଁ ଏହାର ଫଳାଫଳ ଉପରେ ନଜର ରଖାଯିବ। ଏହାପୂର୍ବରୁ ମ୍ୟାଲେରିଆ, ଟାଇଫଏଡ୍‌ ଏବଂ ଫ୍ଲୁ ଭଳି ରୋଗ ପାଇଁ ମଧ୍ୟ ଏହିପରି ପରୀକ୍ଷଣ କରାଯାଇଥିଲା।

ଏହି ପରୀକ୍ଷଣ ଦ୍ୱାରା କରୋନା ଟିକା ତ୍ୱରାନ୍ବିତ ହୋଇପାରିବ। ଏହି ସମସ୍ତ ଲୋକ ୧୮ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହି ବୟସର ଲୋକଙ୍କ ମଧ୍ୟରେ କରୋନାରୁ ମୃତ୍ୟୁ ହେବାର ଆଶଙ୍କା କମ୍‌ ରହିଥାଏ। ସେମାନଙ୍କୁ ରୟାଲ ଫ୍ରି ହସ୍ପିଟାଲର ସ୍ପେଶାଲିଷ୍ଟ କ୍ଲିନିକ୍‌ରେ ରଖାଯିବ ଏବଂ ସେମାନଙ୍କର ଲକ୍ଷଣ ପ୍ରତି ନଜର ରଖାଯିବ। ଏହି ଦୁଇ ତିନି ସପ୍ତାହ ପରୀକ୍ଷଣ ପାଇଁ, ଏହି ଲୋକମାନେ ୪୦୦୦ ପାଉଣ୍ଡ ଅର୍ଥାତ୍‌ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪ ଲକ୍ଷ ଟଙ୍କା ପାଇବେ।

୧୮ ବର୍ଷୀୟ ଆଲାଷ୍ଟର ଫ୍ରେଜର ମଧ୍ୟ ଏହି ପରୀକ୍ଷଣରେ ଭାଗ ନେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଅତି କମ୍‌ରେ ଦୁଇ ସପ୍ତାହ ଧରି କ୍ଲିନିକରେ ବନ୍ଦ ରଖାଯିବ। ତାଙ୍କ ସ୍ବାସ୍ଥ୍ୟ ପ୍ରତି ନଜର ରଖାଯିବ। ସେ କହିଛନ୍ତି, ଯଦି ଏହି ପରୀକ୍ଷା ସଫଳ ହୁଏ, ତେବେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ। ତେଣୁ ସେମାନେ ଏହି ପରୀକ୍ଷଣର ଭାଗ ନେବାକୁ ପୂରା ପ୍ରସ୍ତୁତ।

ସେହିପରି ୨୯ ବର୍ଷିୟା ଜେନିଫର୍‌ ରାଇଟ ମଧ୍ୟ ଏହି ପରୀକ୍ଷାରେ ଭାଗ ନେବେ। ସେ କହିଛନ୍ତି, ମୋର କିଛି ବନ୍ଧୁ ଅଛନ୍ତି ଯେଉଁମାନେ ମେଡିକାଲ କ୍ଷେତ୍ରରେ କାମ କରନ୍ତି। ଏହି ମହାମାରୀ ସମୟରେ ସେମାନେ ସମସ୍ତ ପ୍ରକାର ବିପଦକୁ ନେଇ ନିଜ ଜୀବନରେ ଖେଳୁଛନ୍ତି। ଏହି ସମୟରେ, ଆମ ମଧ୍ୟରୁ ଅନେକ ଅଛନ୍ତି, ଯେଉଁମାନେ ଘରେ ସୁରକ୍ଷିତ ଅଛନ୍ତି। ଏଭଳି ପରିସ୍ଥିତିରେ, ଯେତେବେଳେ ମୋତେ ଏପରି ସୁଯୋଗ ମିଳିଲା, ମୁଁ ମନା କରି ପାରିଲି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri