ଯେଉଁଠୁ ମିଳେ ଧାର୍ମିକ ସହିଷ୍ଣୁତାର ବାର୍ତ୍ତା

ଚଣ୍ଡିଖୋଲ, ୨୩ା୧୧ (ଡି.ଏନ.ଏ.):ଭାରତର ବିଭିନ୍ନ ସ୍ଥାନରେ ଧର୍ମପୀଠକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହିଂସା ବହୁବାର ଦେଖିବାକୁ ମିଳୁଛି। ପରସ୍ପର ଲହୁଲୁହ ବୁହାଉଛନ୍ତି। ଅନେକ ଜୀବନ ଯାଉଛି। ହେଲେ ଯାଜପୁର ଜିଲାର ଧାର୍ମିକ ପୀଠ ‘ସତ୍ୟପୀର’ ହିନ୍ଦୁ ଏବଂ ମୁସଲମାନମାନଙ୍କ ଭାଇଚାରାର କେନ୍ଦ୍ର ପାଲଟିଛି। ବଡ଼ଚଣା ବ୍ଲକ ଅନ୍ତର୍ଗତ ଆଲମଗିରି ପାହାଡ଼ ଶୀର୍ଷରେ ଅବସ୍ଥିତ ପ୍ରାୟ ୮ଶହ ବର୍ଷର ଏହି ଐତିହ୍ୟ ପୀଠରେ ହିନ୍ଦୁମାନେ ସତ୍ୟନାରାୟଣ ଭାବେ ଜନ୍ମିତ ସନ୍ତାନର ଏକୋଇଶିଆ ପୂଜା କରିଥାନ୍ତି। ସେହିଭଳି ମୁସଲମାନ ଧର୍ମାବଲମ୍ବୀମାନେ ପୀର ବାବା କହି ପୀର ପଗମ୍ବରଙ୍କୁ ଉପାସନା କରିଥାନ୍ତି। କେବଳ ଭାରତ ନୁହେଁ, ସାରା ବିଶ୍ୱକୁ ଧାର୍ମିକ ସହିଷ୍ଣୁତାର ବାର୍ତ୍ତା ବାଣ୍ଟୁଥିବା ସତ୍ୟପୀର ପୀଠ ଏବେ ଅବହେଳିତ ହୋଇରହିଛି। ସେଠାକୁ ଯିବାକୁ ଭଲ ରାସ୍ତା ନାହିଁ କି ପାଣି, ଆଲୋକର ବ୍ୟବସ୍ଥା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଯୋଜନାରେ ଏହି ପୀଠର ବିକାଶ କଥା ଚିନ୍ତା କରାଯାଇନାହିଁ। ନଭେମ୍ବର ୧୯ରୁ ପାଳିତ ହୁଏ ବିଶ୍ୱ ଐତିହ୍ୟ ସପ୍ତାହ। ପ୍ରତ୍ୟେକ ବର୍ଷ ଏହି ସପ୍ତାହରେ ବିଭିନ୍ନ ଐତିହ୍ୟସ୍ଥଳ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗ, ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆଲୋଚନାଚକ୍ର କରାଯାଏ। ତଥାପି ସତ୍ୟପୀର ପୀଠ ଅଲୋଡ଼ା ଓ ଅନାଲୋଚିତ ହୋଇରହିଛି।

ଦୂରରୁ କ୍ଷୁଦ୍ର ଧଳା ଗମ୍ବୁଜ ଭଳି ଦେଖାଯାଉଥିବା ଘରେ ପୂଜା ପାଆନ୍ତି ସତ୍ୟପୀର, ଯାହାକୁ ଲୋକମାନେ ସାଧାରଣତଃ ଦରଗାଶାହା ବୋଲି କହିଥାନ୍ତି। ଗମ୍ବୁଜ ମଧ୍ୟରେ ରହିଛି ୨ଟି କଠଉ। ସମସ୍ତେ କଠଉକୁ ହିଁ ପୂଜା କରିଥାନ୍ତି। ଏଠାରେ ନିଆରା ପରମ୍ପରା ହେଲା ଶିରିଣି ଭୋଗ। ଏହାକୁ ହିନ୍ଦୁ ଧର୍ମାବଳମ୍ବୀମାନେ ତିଆରି କରିଥାନ୍ତି, କିନ୍ତୁ ଏହି ଭୋଗକୁ ସତ୍ୟପୀରଙ୍କ ନିକଟରେ ଲାଗି କରିଥାନ୍ତି ମୁସଲମାନ ଧର୍ମାବଲମ୍ବୀ ଉପାସକ। ପ୍ରତ୍ୟେକ ଗୁରୁବାର ବହୁ ଭକ୍ତ ଓ ଦର୍ଶନାର୍ଥୀ ସେଠାକୁ ଯାଇଥାନ୍ତି। ସେଠାରେ ବାଜା ବଜାଇବା, ଫୁଲ ଦେବା ଓ କଠଉ ଦେବା ପାଇଁ ହିନ୍ଦୁ ଧର୍ମର ବଂଶାନୁକ୍ରମେ ସେବକ ରହିଛନ୍ତି। ସତ୍ୟପୀରଙ୍କର ୫୦ ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତି ଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଠିକ୍‌ ସମୟରେ ପୂଜା ନୀତି ହୋଇପାରୁ ନାହଁି। ସ୍ଥାନୀୟ ଅଞ୍ଚଳର ପୁରୁଖା ବ୍ୟକ୍ତିମାନେ କୁହନ୍ତି, ହଇଜା ଓ ବସନ୍ତ ରୋଗ ଦେଖାଦେଲେ ସମସ୍ତେ ସତ୍ୟପୀରଙ୍କୁ ଆରାଧନା କରିଥାଆନ୍ତି। ପୀରଙ୍କ ନିକଟରୁ କଠଉ ଆସି ଗଁାଦାଣ୍ଡରେ ପଡ଼ିଲେ ରୋଗ ଛାଡ଼ିଯାଇଥାଏ। ଏଭଳି ଲୋକବିଶ୍ୱାସ ଅନେକ ଦିନ ଧରି ନିକଟସ୍ଥ ଚାରିନଙ୍ଗଳ, ମାଣ୍ଡୁକା, ନଳିପୁର, ଗୋପାଳପୁର ଆଦି ପଞ୍ଚାୟତବାସୀଙ୍କ ମୁଖରୁ ଶୁଣାଯାଏ। ସତ୍ୟପୀରଙ୍କ ସେବା କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନେ ପୀଠର ଜମି ଚାଷ କରୁଥିଲେ। ଏବେ ଏକର ଏକର ଜମିର ହିସାବ ନାହଁି। ପୀଠ ନିକଟ ତଥା ପାହାଡ଼ ଶୀର୍ଷରେ ୫ ଏକର ପରିମିତ ସମତଳ ସ୍ଥାନ ରହିଛି। ବହୁ ବର୍ଷ ପୂର୍ବେ ସେଠାରେ ମେଳା ମହୋତ୍ସବ ଅନୁଷ୍ଠିତ ହେଉଥିଲା ବୋଲି ଜଣାପଡ଼ିଛି। ଗମ୍ବୁଜ ସଦୃଶ ଏହି ଘରଟି  କେବେ  ନିର୍ମାଣ ହୋଇଥିଲା ସେ ସମ୍ପର୍କରେ କେହି କହିପାରୁ ନାହାନ୍ତି। ଏହା ଦ୍ୱାଦଶ କିମ୍ବା ତ୍ରୟୋଦଶ ଶତାବ୍ଦୀର ହେବ ବୋଲି ଐତିହାସିକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି କୁହନ୍ତି। ଏହି ପ୍ରାଚୀନ ପୀଠକୁ ପାହାଡ଼ ପାଦଦେଶରୁ ଯିବା ପାଇଁ ରାସ୍ତା  ନିର୍ମାଣ ସାଙ୍ଗକୁ ଆଲୋକ ଓ ପାନୀୟଜଳର ବ୍ୟବସ୍ଥା କରାଗଲେ ଏହା ଆକର୍ଷଣୀୟ ପ୍ରକୃତି ଓ ଧାର୍ମିକ ପର୍ଯ୍ୟଟନସ୍ଥଳୀ ହୋଇପାରିବ। ଏହାସହ ଧାର୍ମିକ ସଦ୍‌ଭାବ ଭଳି ଭଲ କଥାର ଟେକ ରହିପାରିବ। ତେଣୁ ରାଜ୍ୟ ସରକାର ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ସତ୍ୟପୀର ପୀଠକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଦେଇ ଏହାର ବିକାଶ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ପ୍ରଦୀପ୍ତ କୁମାର ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri