କେଉଁଠି ବିମାନରେ ନିଆଁ ତ ପୁଣି କେଉଁଠି ରନ ଓ୍ବେରୁ ଖସିଗଲା ବିମାନ,୨୪ ଘଣ୍ଟାରେ ୩ ବଡ଼ ଧରଣର ବିମାନ ଦୁର୍ଘଟଣା

ସିଓଲ/ଅସ୍ତାନା/ଓଟାଓ୍ବା,୨୯।୧୨: ରବିବାର (୨୯ ଡିସେମ୍ବର ୨୦୨୪) ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟି ୧୭୯ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାରୀମାନେ ଦୁର୍ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ବିମାନ ଦୁର୍ଘଟଣା ସହ ଜଡିତ ତିନୋଟି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ବିମାନର ଜରୁରୀ ଅବତରଣ କରିବାକୁ ପଡିବା ବେଳେ ଏମିତି ଘଟିଛି।
ୟୋନହାପ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ ରାତି ୯ଟା ୭ରେ ଜାଜୁ ଏୟାର ବିମାନ ଅବତରଣ ସମୟରେ ରନୱେରୁ ଖସିଯାଇ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ କାନ୍ଥରେ ପିଟି ହୋଇଯାଇଥିଲା। ବ୍ୟାଙ୍କକରୁ ଫେରୁଥିବା ଏହି ବିମାନରେ ୬ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୮୧ଜଣ ଲୋକ ଥିଲେ। ଏହି ବିମାନରେ ଦୁଇଜଣ ଯାତ୍ରୀ ଥାଇଲ୍ୟାଣ୍ଡର ଏବଂ ବାକିମାନେ ଦକ୍ଷିଣ କୋରିଆର ଥିଲେ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏକ ଲ୍ୟାଣ୍ଡିଂ ଗିଅର ତ୍ରୁଟି ବାର୍ଡ ଷ୍ଟ୍ରାଇକ ଦ୍ୱାରା ହୋଇଥାଇପାରେ, ଯାହା ଦୁର୍ଘଟଣା ଘଟାଇପାରେ। ଦକ୍ଷିଣ କୋରିଆର ରାଷ୍ଟ୍ରପତି ମଧ୍ୟ ଏ ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ଜରୁରୀ ବୈଠକ ଡାକିଥିଲେ।
ଏହାପୂର୍ବରୁ ଶନିବାର ରାତିରେ ଏକ ଏୟାର କାନାଡା ବିମାନକୁ ହଲିଫାକ୍ସ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଥିଲା। ପାଲ ଏୟାରଲାଇନ୍ସର AC2259 ବିମାନ ଶନିବାର ରାତିରେ ଏକ ଦୁର୍ଘଟଣାରୁ ରକ୍ଷା ପାଇଛି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ବିମାନରେ ବୈଷୟିକ ତ୍ରୁଟି ରହିଥିଲା ଏବଂ ବିମାନଟି ଜରୁରୀ ଅବତରଣ କରିବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଅବତରଣରେ ସାମାନ୍ୟ ବିଳମ୍ବ ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟାଇପାରେ।
ଶନିବାର ବିଳମ୍ବିତ ରାତିରେ ନରୱେର ଓସଲୋ ଟର୍ପ ସାଣ୍ଡେଫୋର୍ଡ ବିମାନବନ୍ଦରରେ ଜରୁରୀ ଅବତରଣ ସମୟରେ ଏକ KLM ରୟାଲ ଡଚ ଏୟାରଲାଇନ୍ସର ବିମାନ ଖସିପଡିଥିଲା। ଓସଲୋ ବିମାନବନ୍ଦରରୁ ଆମଷ୍ଟରଡାମ ଯାଉଥିବା ବୋଇଙ୍ଗ 737-800 ବିମାନର ହାଇଡ୍ରୋଜେନ ସିଷ୍ଟମରେ ତ୍ରୁଟି ଦେଖାଦେଇଥିଲା। ଏହା ପରେ ଓସଲୋ ଠାରୁ ୧୧୦କିଲୋମିଟର ଦକ୍ଷିଣରେ ଥିବା ସାଣ୍ଡେଫୋର୍ଡ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିରାପଦ ଅବତରଣ ସତ୍ତ୍ୱେ ବିମାନଟି ରନୱେରୁ ଖସି ନିକଟସ୍ଥ ଘାସରେ ଅଟକି ଗଲା। ଏହି ବିମାନରେ ସମୁଦାୟ ୧୮୨ଜଣ ଲୋକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri