ଯେଉଁଠି ପ୍ରକୃତି କୁହେ କଥା

ନୀଳଗିରି, (ପ୍ରଶାନ୍ତ ବିଶ୍ୱାଳ)୧।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପାଗ ଅନୁକୂଳ ଥିବାରୁ ଶନିବାର ଓ ରବିବାର ଭଳି ଛୁଟି ଦିନରେ ବାଲେଶ୍ୱର ଜିଲା ନୀଳଗିରିକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଗହଳଚହଳରେ ଚଳଚଞ୍ଚଳ ହୋଇଉଠିଛି ସୌନ୍ଦର୍ଯ୍ୟର ଗନ୍ତାଘର ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଓ ସବୁଜ ବନାନୀ କୁଲଡ଼ିହା ଅଭୟାରଣ୍ୟ। ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଏହି ଦୁଇ ସ୍ଥାନକୁ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ ପ୍ରାକୃତିକ ପରିବେଶ ଉପଭୋଗ ସାଙ୍ଗକୁ ବଣଭୋଜି, ଶୈବପୀଠ ଦର୍ଶନ ପାଇଁ ଆସିଥାନ୍ତି। ଅନ୍ୟଦିନ ତୁଳନାରେ ଶୀତ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ଏଠାରେ ପ୍ରକୃତି କଥା କହେ ବୋଲି ପ୍ରକୃତିକୁ ଅତି ନିକଟରୁ ଅନୁଭବ କରୁଥିବା ପର୍ଯ୍ୟଟକମାନେ ଅନୁଭୂତିରେ ବଖାଣିଥାନ୍ତି।
ନୀଳଗିରି ନିକଟରେ ବହୁ ବର୍ଷ ପୂର୍ବରୁ ଦେବଗିରି ପର୍ବତମାଳାର ଏକ ଚିରସ୍ରୋତା ଝରଣାର ପଥରଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ୫ଟି ଲିଙ୍ଗଙ୍କୁ ଦର୍ଶନ କରିବା ଲାଗି ଭକ୍ତ ଓ ପର୍ଯ୍ୟଟକ ୨୬୩ ପାହାଚ ଅତିକ୍ରମ କରିଥାନ୍ତି। ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ପାଦଦେଶରେ ବଣଭୋଜିର ମଜା ନେଇ ଫେରିଥାନ୍ତି। ସେଠାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟନ ବିଭାଗ ପାନ୍ଥନିବାସ, ଏକାଧିକ ଘରୋଇ ନିବାସୀ ସୁବିଧା ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ବାଲେଶ୍ୱର ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡରୁ ଆସିବା ରାସ୍ତାରେ କ୍ଷୀରଚୋରା ଗୋପୀନାଥ ମନ୍ଦିର, ଇମାମୀ ଜଗନ୍ନାଥ ମନ୍ଦିର, ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ସହିତ ନୀଳଗିରିର ଐତିହାସିକ ରାଜବାଟି ଓ ନୀଳଗିରିରୁ ମାତ୍ର ୪ କି.ମି. ଦୂର ସଜନାଗଡ଼ ସେଠାରେ ଶହ ଶହ ବର୍ଷ ପୂର୍ବେ ପ୍ରତିଷ୍ଠିତ ମା’ ଭୂଧାରଚଣ୍ଡୀଙ୍କ ପୀଠ ସମେତ ଏକାଧିକ ପର୍ଯ୍ୟଟନସ୍ଥଳୀ ରହିଛି।
କୁଲଡିହା ଅଭୟାରଣ୍ୟରେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ପକ୍ଷରୁ ଗୋହିରାଭୋଳଠାରେ ରାତ୍ରିରହଣୀ ନିମନ୍ତେ ‘ରିଷୟା ପ୍ରକୃତି ନିବାସ’ରେ ୯ଟି ତମ୍ବୁଘର, ପିଇବା ପାଣି, ଶୌଚାଳୟ ଏବଂ ଆଲୋକ ବ୍ୟବସ୍ଥା ରହିଛି। ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ଡ୍ୟାମ୍‌ରେ ବୋଟିଂ ବ୍ୟବସ୍ଥା ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି। ତେବେ ଏଠାରେ ମାଦକଦ୍ରବ୍ୟ ଓ ମାଂସ ଉପରେ କଟକଣା ରହିଛି। ବଣପାହାଡ଼ ଘେରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ୍‌, ୫ଟି ୱାଚ୍‌ ଟାୱାର ଅତି ନିକଟରୁ ପଶୁପକ୍ଷୀଙ୍କୁ ଦେଖିବା ବ୍ୟବସ୍ଥା ରହିଛି। ଅଭୟାରଣ୍ୟକୁ ଲାଗି ରହିଥିବା ଡ୍ୟାମ୍‌ ସାତଘାଟି, ରିଷିଆ, ଜଡ଼ାଚୁଆ ଅଞ୍ଚଳରେ ଆସିଥିବା ପର୍ଯ୍ୟଟକ ବିଭିନ୍ନ ବନ୍ୟଜନ୍ତୁ ସମେତ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଅବାଧ ବିଚରଣ ରୋମାଞ୍ଚକର ଅନୁଭୂତି ନେଇଥାନ୍ତି। ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟ ପୂର୍ବାହ୍ନ ସାଢ଼େ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିଛି। ଭ୍ରମଣ ନିମନ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଛି। ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ ହଜାର ୯୦୦ ଟଙ୍କା ଧାର୍ଯ୍ୟ ସହ ଅନ୍‌ଲାଇନରେ ବୁକିଂ ଓ ୱେବ୍‌ସାଇଟ୍‌ ଖୋଲାଯାଇଛି। କୁଲଡ଼ିହା ଅଭୟାରଣ୍ୟ ଭିତରେ ବଣଭୋଜିର ଅନୁମତି ନ ଥିବାରୁ କେହି କେହି ରିଷିୟା ଡ୍ୟାମ ନିକଟରେ ବଣଭୋଜିର ମଜା ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri