କେନ୍ଦୁଝରରେ ୪ ବର୍ଷରେ ଗଲାଣି ୨୬ ଜୀବନ

କେନ୍ଦୁଝର,୧ା୧୨ (ସ୍ବ.ପ୍ର.): ଦିନକୁ ଦିନ ଏଡ୍‌ସ ମାରାମତ୍କ ରୂପ ଧାରଣ କରୁଥିବାବେଳେ ଚିକିସତ୍ା ଅପେକ୍ଷା ଏଥିପ୍ରତି ସତର୍କତା ହେଲେ ଏହି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ। ଏହି ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ଡିସେମ୍ବର ୧କୁ ବିଶ୍ୱ ଏଡ୍‌ସ ଦିବସ ଭାବରେ ପାଳନ କରାଯାଉଛି। କେନ୍ଦୁଝର ପରି ଏକ ଶିଳ୍ପ, ଖଣି ଓ ପରିବହନ ପରିପୁଷ୍ଟ ଜିଲାରେ ଏଡ୍‌ସ ବିଭିନ୍ନ କାରଣ ଯୋଗୁଁ ଗତ କିଛିବର୍ଷ ହେବ ବୃଦ୍ଧି ପାଉଛି। ଜିଲାରେ ଗତ ୪ ବର୍ଷ ମଧ୍ୟରେ ୩୭୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୬ ଆକ୍ରାନ୍ତଙ୍କ ଜୀବନ ଯାଇଛି। ୨୦୦୬ ରୁ ୨୦୨୨ ନଭେମ୍ବର ସୁଦ୍ଧା ୭୫୯ ଜଣ ଏଚ୍‌ଆଇ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୪୨ ଜଣ ମୃତ୍ୟୁବରଣ କରିଛନ୍ତି। ମୋଟ ଚିହ୍ନଟଙ୍କ ମଧ୍ୟରୁ ୪୪୨ଜଣ ପୁରୁଷ, ୨୬୬ ଜଣ ମହିଳା ଏବଂ ୫୧ ଜଣ ଗର୍ଭବତୀ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୬ରେ ୧୯ ହଜାର ୯୦୪ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୭ରେ ୧୯ହଜାର ୩୦୫ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୫୮ଜଣ, ୨୦୧୮ରେ ୧୯ହଜାର ୨୫୨ଜଣଙ୍କ ପରୀକ୍ଷା କରାଯାଇ ୬୪ ଜଣ, ୨୦୧୯ରେ ୧୮ହଜାର ୨୯ ଜଣଙ୍କ ପରୀକ୍ଷା କରାଯାଇ ୫୫ଜଣ, ୨୦୨୦ରେ ୨୧ହଜାର ୭୧ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୫୧ଜଣ, ୨୦୨୧ରେ ୨୪ ହଜାର ୩୧୬ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୩୭ ଓ ୨୦୨୨ରେ ନଭେମ୍ବର ୩୦ସୁଦ୍ଧା ୨୩ ହଜାର ୬୭୧ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୪୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରୋଗୀଙ୍କ ମଧ୍ୟରୁ ୨୦୧୬ରେ ୪ ଜଣ, ୨୦୧୯ରେ ଜଣେ, ୨୦୨୦ରେ ୮ ଜଣ, ୨୦୨୧ରେ ୭ ଜଣ, ୨୦୨୨ ନଭେମ୍ବର ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଥିବା ୪୨୯ ଜଣଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜାନରେ ମାସିକ ୫୦୦ ଟଙ୍କା ଲେଖାଁଏ ଭତ୍ତା ଦିଆଯାଉଛି।
ବିଶେଷତଃ ଜିଲାରେ ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରୁ ଅଧାରୁ ଅଧିକ ଡ୍ରାଇଭର ଓ ତାଙ୍କ ପରିବାର ବୋଲି ଜଣାପଡ଼ିଛି। ଜିଲା ଦେଇ କଲିକତା-ମୁମ୍ବାଇ ଜାତୀୟ ରାଜପଥ ନଂ. ୪୯ ଯାଇଛି। ତେଣୁ ବହୁ ସଂଖ୍ୟାରେ ଲାଇନ୍‌ ଟ୍ରକ୍‌ ଯାତାୟାତ କରୁଛି। ଖଣିଖାଦାନ ଅଞ୍ଚଳ ହୋଇଥିବାରୁ ବାହାର ରାଜ୍ୟର ବହୁ ଗାଡ଼ି ଆସୁଛି। ବାହାର ରାଜ୍ୟର ବହୁ ଶ୍ରମିକ ମଧ୍ୟ ଆସୁଥିବାରୁ କେନ୍ଦୁଝରରେ ଏଚ୍‌ଆଇଭି ବ୍ୟାପିବା ଆଶଙ୍କା ଅଧିକ ରହୁଛି। ଏହାକୁ ନଜରରେ ରଖି ଜାତୀୟ ଏଡ୍‌ସ କଣ୍ଟ୍ରୋଲ ସଂସ୍ଥା ମାଧ୍ୟମରେ ରୋଗକୁ ନିୟନ୍ତ୍ରଣ କରିବା, ରୋଗୀଙ୍କୁ ଚିହ୍ନଟ ଓ ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ଦିଗରେ ପଦକ୍ଷେପ ନିଆଯିବା ଦରକାର। ଏଥିସହ ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଏଚ୍‌ଆଇଭି ପଜିଟିଭ୍‌ ବ୍ୟକ୍ତିବିଶେଷ ସର୍ବୋପରି ଜନସାଧାରଣଙ୍କୁ ସଚେତନ କରାଇବା ସହ ଏଡ୍‌ସ ରୋଗ ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ଆପଣେଇବାକୁ ପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?