ଯେଉଁଠି ମା’, ଝିଅ, ଭଉଣୀ ଅଲୋଡ଼ା

ଇରାନୀୟ ମହିଳା ମହସା ଅମିନିଙ୍କ ୧୬ ସେପ୍ଟେମ୍ବର ୨୦୨୨ରେ ମୃତ୍ୟୁ ହେବା ପରେ ସେ ଦେଶରେ ଶାସକ ବିରୋଧୀ ପ୍ରତିବାଦ ସର୍ବୋଚ୍ଚରେ ପହଞ୍ଚିଛି। ମହିଳାମାନେ ରାସ୍ତାକୁ ଆସି ବିକ୍ଷୋଭ କରିବା ସହ ଅନ୍ତର୍ଜାତୀୟ ମଞ୍ଚରେ ହିଜାବ ପ୍ରସଙ୍ଗ ଉଠାଇ ଏହାର ନାଗରିକମାନେ ଇରାନ ସରକାରକୁ ଅପଦସ୍ଥ କରିଦେଇଛନ୍ତି। ଫଳସ୍ଵରୂପ ସେଠାକାର ସରକାର ନୈତିକ ପୋଲିସର ଗତିବିଧି ଉପରେ ରୋକୋ ଲଗାଇବାକୁ ବାଧ୍ୟ ହୋଇଛି। ଏଭଳି ନିଷ୍ପତ୍ତି ଇରାନୀୟ ମହିଳାଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ବର୍ତ୍ତମାନ ପଡ଼ୋଶୀ ଆଫଗାନିସ୍ତାନ ମହିଳାଙ୍କ ପାଇଁ ଏକ ଭିନ୍ନ ପ୍ରକାର ସମସ୍ୟା ଆରମ୍ଭ ହେଲାଣି। ଗତ ସପ୍ତାହରେ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ଉଚ୍ଚଶିକ୍ଷାକୁ ନିଷେଧ କରାଯାଇଥିଲା। ଏହା ପରେ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ବାହାରେ କାନ୍ଦୁଥିବା ଦେଖାଯାଇଥିଲା। କେଉଁଥିପାଇଁ ସେମାନଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ କରାଗଲା ତାହାର କାରଣ ଦର୍ଶାଯାଇ ନ ଥିଲା। ଏବେ ତାଲିବାନ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରୀମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବା ପଛର କାରଣ ହେଉଛି ସେମାନେ ଉପଯୁକ୍ତ ଡ୍ରେସ୍‌ କୋଡ୍‌ ମାନୁ ନାହାନ୍ତି। ମୁଖ୍ୟତଃ ଅନେକେ ହିଜାବ ପିନ୍ଧୁ ନ ଥିବାରୁ ସେମାନଙ୍କ ଉପରେ ଏପରି କଟକଣା ଲାଗୁ କରାଯାଇଛି। ତେବେ ଅଧିକ ପରିତାପର ବିଷୟ ପୁଣି ସାମ୍ନାକୁ ଆସିଛି। ଆଫଗାନ ମହିଳାଙ୍କୁ ନିଯୁକ୍ତି ନ ଦେବାକୁ ତାଲିବାନ ସରକାର ବିଦେଶୀ ଓ ଦେଶର ସ୍ବେଚ୍ଛାସେବୀ ସଙ୍ଗଠନ (ଏନ୍‌ଜିଓ)ଗୁଡ଼ିକୁ ନିର୍ଦ୍ଦେଶନାମା ଦେବା ହେଉଛି ସଦ୍ୟତମ ପ୍ରହାର। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ୨୫ ଡିସେମ୍ବରରେ ମହିଳାମାନେ ହେରାଟ୍‌ ସିଟିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।
ଶିକ୍ଷା ହେଉଛି ମଣିଷର ମାନବିକ ଅଧିକାର। ସମଗ୍ର ପୃଥିବୀରେ ମହିଳାଙ୍କୁ ଶିକ୍ଷିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦାୟିତ୍ୱ ଭାବେ ବିଚାର କରାଯାଏ। ଶିକ୍ଷାକୁ ଯେଉଁ ସରକାର, ସଙ୍ଗଠନ ବା ଗୋଷ୍ଠୀ ସଙ୍କୁଚିତ କରିଥାଏ, ତାହା ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିବାଦ ହେବା ଉଚିତ। ହେଲେ ମୌଳବାଦୀଙ୍କ ଦ୍ୱାରା ଶାସିତ ଭୂଖଣ୍ଡକୁ ମନାଇବା ସହଜ ହୋଇପାରୁ ନାହିଁ। ଦୀର୍ଘବର୍ଷ ପରେ ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ଏହାର ନେତାମାନେ ପୂର୍ବାପେକ୍ଷା ଉଦାର ହେବେ ବୋଲି କହିଥିଲେ। ମହିଳା ଓ ସଂଖ୍ୟାଲଘୁଙ୍କ ପ୍ରତି ସେଠାକାର ସରକାର ଅଧିକ ସମ୍ବେଦନଶୀଳ ହୋଇ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଦିଗରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶାସନର ମଙ୍ଗ ଧରିବା ପରେ ତାଲିବାନ୍‌ ପୁନଶ୍ଚ କଠୋର ଇସ୍‌ଲାମୀୟ ଆଇନ ବା ଶରିୟାତ୍‌କୁ ଅନୁସରଣ କରି ମହିଳାଙ୍କ ଅଧିକାରକୁ ସମ୍ପୂର୍ଣ୍ଣ ସଙ୍କୁଚିତ କରିଦେଇଛି। ଶିକ୍ଷା ପରେ ସେମାନଙ୍କ ଆର୍ଥିକ ଦିଗକୁ ମାଡ଼ କରାଯିବା ଦ୍ୱାରା ସେମାନେ ଆହୁରି ଦୁର୍ବଳ ହୋଇଯିବେ। ବିଶେଷଜ୍ଞଙ୍କ ମତରେ ତାଲିବାନ୍‌ ସରକାରରେ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ଘୋର ଅଭାବ ରହିଛି। ସମ୍ଭବତଃ ସେଥିପାଇଁ ସେମାନେ ଚାହୁଁନାହାନ୍ତି ଦେଶରେ ମହିଳାମାନେ ଉଚ୍ଚଶିକ୍ଷିତ ହୁଅନ୍ତୁ। ଏହା ସବୁ ସମୟରେ ଦେଖାଯାଇଛି ଯେ, ଯେଉଁ ପରିବାରରେ ମହିଳା ଶିକ୍ଷିତ ସେଠାରେ ପିଲାମାନେ ସାଧାରଣରେ ବିପଥଗାମୀ ହୋଇ ନ ଥାଆନ୍ତି। ଶିକ୍ଷା ମଣିଷର ଚିନ୍ତନ ପ୍ରକ୍ରିୟାକୁ ଊର୍ଦ୍ଧ୍ୱଗାମୀ କରୁଥିବାରୁ ପଶ୍ଚାତ୍‌ପଦ ଭାବନାର ସମାଧି ଘଟିଥାଏ। ଆଧୁନିକ ବିଜ୍ଞାନସମ୍ମତ ଶିକ୍ଷାର ପ୍ରସାର ଘଟିଲେ ଅନ୍ଧ ଧାର୍ମିକ ଚିନ୍ତାଧାରା ମଧ୍ୟ ହ୍ରାସ ପାଇଥାଏ। ହୁଏତ ତାଲିବାନ୍‌ର ଭୟ ଏଇଥିପାଇଁ ଶିକ୍ଷା ପ୍ରତି ରହିଛି। ଶିକ୍ଷିତ ମହିଳା ଯେତେବେଳେ ଘରେ ପିଲାଙ୍କୁ ଦିଗ୍‌ଦର୍ଶନ ଦେବେ ସେତେବେଳେ ଅନ୍ଧବିଶ୍ୱାସ ଦୂର ହେବା ସହିତ ଶିଶୁଙ୍କ ଜୀବନ ଆଲୋକିତ ହୋଇଯିବ। ଆଫଗାନିସ୍ତାନରେ ମହିଳାମାନେ ଉଚ୍ଚଶିକ୍ଷିତ ହୋଇଗଲେ ପରବର୍ତ୍ତୀ ବଂଶଧର ମୂଢ଼ ଶାସକଙ୍କ କଳାକାରନାମା ବିଷୟରେ କାଳେ ଅବଗତ ହେବେ ଓ ତାହାକୁ ବଦଳାଇବା ସକାଶେ ଝୁଙ୍କ୍‌ ଦେଖାଇବେ, ସମ୍ଭବତଃ ସେହି ଆଶଙ୍କାରେ ତାଲିବାନ୍‌ମାନେ କଠୋର ପଦକ୍ଷେପ ନେଉଛନ୍ତି।
ଏକବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ ସ୍ତରରେ ବିଜ୍ଞାନସମ୍ମତ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉଛି। ପ୍ରଯୁକ୍ତିସଂଲଗ୍ନ ଯନ୍ତ୍ର ବ୍ୟବହାର କରାଯାଇ ମଣିଷର ଜୀବନଯାତ୍ରାକୁ ସୁଗମ କରାଯାଉଛି। ଯୁଦ୍ଧ ଓ ବିସ୍ତାରବାଦୀ ମନୋଭାବକୁ ଅନେକ ମଣିଷ ଆଉ ଲୋଭକରି ଯନ୍ତ୍ରଣା ଭୋଗିବାକୁ ଚାହୁଁନାହାନ୍ତି। କାରଣ ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମହାମାରୀ ଯୋଗୁ ପୃଥିବୀବାସୀ କଲବଲ ହେଉଥିବା ବେଳେ ମନୁଷ୍ୟକୃତ ବିପଦକୁ ଆହ୍ବାନ କରୁଥିବା ବର୍ଗ ପ୍ରତି ଗୋଟେ ଘୃଣାଭାବ ସୃଷ୍ଟି ହୋଇଯାଇଛି। ରୁଷିଆରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧପ୍ରିୟ ପଦକ୍ଷେପକୁ ନାଗରିକମାନେ ବିରକ୍ତିର ସହ କେବଳ ସହୁଛନ୍ତି। ଚାଇନାରେ ଶି ଜିନ୍‌ପିଙ୍ଗଙ୍କ ବିରୋଧରେ କୋଭିଡ୍‌ଜନିତ ଯନ୍ତ୍ରଣାମିଶ୍ରିତ ପ୍ରତିବାଦର ଗୋଟେ ‘ଘୋ’ ସୃଷ୍ଟି ହୋଇଯାଇଛି। ଏଭଳି ସ୍ଥଳେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ହନନ କରୁଥିବା ତାଲିବାନ୍‌କୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯିବା ଦରକାର। ଇରାନ୍‌ ମହିଳାମାନେ ଯେଭଳି ଦୀର୍ଘ ସମୟ ଧରି ସେମାନଙ୍କ ଅଧିକାର ପାଇଁ ପ୍ରତିବାଦ ଜାରି ରଖିଛନ୍ତି, ଅନୁରୂପ ବିକ୍ଷୋଭ ଅଫଗାନ୍‌ ମହିଳାଙ୍କୁ କରିବାକୁ ପଡ଼ିବ। ହକ୍‌ ପାଇଁ ଲଢ଼େଇ ଜାରି ରହିଲେ ଶାସକ ଦୁର୍ବଳ ହେବା ସ୍ବାଭାବିକ। ଯେହେତୁ ମୌଳବାଦୀମାନେ ସେଠାରେ ଶାସନ ମଙ୍ଗ ଧରିଛନ୍ତି, ସେମାନଙ୍କୁ ଦୋହଲାଇବାକୁ ହେଲେ ଅନ୍ତର୍ଜାତୀୟ ସମୁଦାୟ ଆର୍ଥିକ ଓ ବହିର୍ବ୍ୟାପାର କଟକଣା ଲଗାଇଲେ ହୁଏତ ଅଫଗାନ୍‌ ମହିଳାମାନେ ନ୍ୟାୟ ପାଇପାରନ୍ତେ।
ଇରାନ୍‌ ଓ ଆଫଗାନିସ୍ତାନରୁ ଭାରତ ମଧ୍ୟ ଅନେକ ଶିକ୍ଷା ପାଆନ୍ତା। ଯେଉଁଠି ଅନ୍ଧବିଶ୍ୱାସରେ ଧର୍ମକୁ ମୁଖ୍ୟ କରିଦିଆଯାଏ, ସେଠାରେ ଶିକ୍ଷିତ ନାଗରିକ କେବଳ ସମସ୍ୟା ସୃଷ୍ଟି କରିପାରିବେ। ସେଥିପାଇଁ ଧର୍ମବାଟରେ ଯାଉଥିବା ପ୍ରଶାସନ, ନିଜର ଚେର ସୁଦୃଢ଼ କରିସାରିବା ପରେ, ଶିକ୍ଷା ଓ ମହିଳାଙ୍କୁ ଦମନ କରିବାକୁ ସବୁବେଳେ ଚେଷ୍ଟା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri