Posted inଫୁରସତ

ଏମିତି ଦେଶ, ଯେଉଁଠି ଦ୍ୱିତୀୟ ବିବାହ ବାଧ୍ୟତାମୂଳକ

ବିବାହ ଏବଂ ଧାର୍ମିକ ରୀତିନୀତିକୁ ନେଇ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି। ଏକ ସମୟ ଥିଲା ଅନେକ ସ୍ଥାନରେ ବହୁ ବିବାହ ପ୍ରଥା ପ୍ରଚଳିତ ଥିଲା। କିନ୍ତୁ ଧୀରେ ଧୀରେ ଏହି ପ୍ରଥା କିଛି ସ୍ଥାନରୁ ଉଠିଗଲାଣି। କିନ୍ତୁ ଏବେ ବି ଏମିତି ଏକ ଦେଶ ଅଛି, ଯେଉଁଠାରେ ଗୋଟିଏ ନୁହେଁ; ଦୁଇଟି ବିବାହ କରାଯାଇଥାଏ। ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ଆଇନଗତ ଭାବରେ ବାଧ୍ୟତାମୂଳକ ଅଟେ। ମନା କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଏପରିକି ସ୍ତ୍ରୀମାନେ ସ୍ବାମୀଙ୍କୁ ମଧ୍ୟ ଅନ୍ୟ ସ୍ତ୍ରୀ ଆଣିବାରେ ଅଟକାଇ ପାରିବେ ନାହିଁ।

ଏପରି ପ୍ରଥା ଆଫ୍ରିକାର ଇରିଟ୍ରିଆରେ ପ୍ରଚଳିତ ହେଉଛି। ପୁରୁଷଙ୍କ ପାଇଁ ଦୁଇଟି ବିବାହ କରିବା ଏଠାରେ ବାଧ୍ୟତାମୂଳକ ଅଟେ। ଏପରିକି ମନା କରିଦେଲେ ଆଜୀବନ କାରାଦଣ୍ଡ ବି ହୋଇପାରେ। ମହିଳାମାନେ ସ୍ବାମୀଙ୍କୁ ଯଦି ଦ୍ୱିତୀୟ ବିବାହ କରିବାକୁ ଅଟକାନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଅଦ୍ଭୁତ ପ୍ରଥା ପଛର କାରଣ ହେଉଛି ଦେଶରେ ମହିଳା ସଂଖ୍ୟା ଅଧିକ। ପୁରୁଷଙ୍କ ସଂଖ୍ୟା କମ୍‌। ତେଣୁ ଏଥିରେ ସନ୍ତୁଳନ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ପ୍ରତ୍ୟେକ ପୁରୁଷ ଦୁଇଜଣ ମହିଳାଙ୍କୁ ବିବାହ କରିବା ଉଚିତ। ଯଦି ଜଣେ ପୁରୁଷର କେବଳ ଗୋଟିଏ ସ୍ତ୍ରୀ ଥାନ୍ତି ତେବେ ସେ ଆଇନ ବିରୋଧୀ ହୋଇଥାନ୍ତି। ଇରିଟ୍ରିଆର ଏହି ସ୍ବତନ୍ତ୍ର ପ୍ରଥା ପାଇଁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କିନ୍ତୁ ନିଜ ଦେଶ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ସମାଲୋଚନା ପରେ ଏପରି ଅଦ୍ଭୁତ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

T20 ବିଶ୍ୱକପରେ ହେବ IND vs PAK ମ୍ୟାଚ୍; ସରେଣ୍ଡର କଲା ପାକିସ୍ତାନ, ଲାହୋରରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୦।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ମ୍ୟାଚ୍ ଏବେ ଖେଳାଯିବ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପୂର୍ବରୁ ୧୫ ଫେବୃଆରୀରେ କଲମ୍ବୋରେ…

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri