Posted inଫୁରସତ

ଏମିତି ଦେଶ, ଯେଉଁଠି ଦ୍ୱିତୀୟ ବିବାହ ବାଧ୍ୟତାମୂଳକ

ବିବାହ ଏବଂ ଧାର୍ମିକ ରୀତିନୀତିକୁ ନେଇ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି। ଏକ ସମୟ ଥିଲା ଅନେକ ସ୍ଥାନରେ ବହୁ ବିବାହ ପ୍ରଥା ପ୍ରଚଳିତ ଥିଲା। କିନ୍ତୁ ଧୀରେ ଧୀରେ ଏହି ପ୍ରଥା କିଛି ସ୍ଥାନରୁ ଉଠିଗଲାଣି। କିନ୍ତୁ ଏବେ ବି ଏମିତି ଏକ ଦେଶ ଅଛି, ଯେଉଁଠାରେ ଗୋଟିଏ ନୁହେଁ; ଦୁଇଟି ବିବାହ କରାଯାଇଥାଏ। ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ଆଇନଗତ ଭାବରେ ବାଧ୍ୟତାମୂଳକ ଅଟେ। ମନା କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଏପରିକି ସ୍ତ୍ରୀମାନେ ସ୍ବାମୀଙ୍କୁ ମଧ୍ୟ ଅନ୍ୟ ସ୍ତ୍ରୀ ଆଣିବାରେ ଅଟକାଇ ପାରିବେ ନାହିଁ।

ଏପରି ପ୍ରଥା ଆଫ୍ରିକାର ଇରିଟ୍ରିଆରେ ପ୍ରଚଳିତ ହେଉଛି। ପୁରୁଷଙ୍କ ପାଇଁ ଦୁଇଟି ବିବାହ କରିବା ଏଠାରେ ବାଧ୍ୟତାମୂଳକ ଅଟେ। ଏପରିକି ମନା କରିଦେଲେ ଆଜୀବନ କାରାଦଣ୍ଡ ବି ହୋଇପାରେ। ମହିଳାମାନେ ସ୍ବାମୀଙ୍କୁ ଯଦି ଦ୍ୱିତୀୟ ବିବାହ କରିବାକୁ ଅଟକାନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଅଦ୍ଭୁତ ପ୍ରଥା ପଛର କାରଣ ହେଉଛି ଦେଶରେ ମହିଳା ସଂଖ୍ୟା ଅଧିକ। ପୁରୁଷଙ୍କ ସଂଖ୍ୟା କମ୍‌। ତେଣୁ ଏଥିରେ ସନ୍ତୁଳନ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ପ୍ରତ୍ୟେକ ପୁରୁଷ ଦୁଇଜଣ ମହିଳାଙ୍କୁ ବିବାହ କରିବା ଉଚିତ। ଯଦି ଜଣେ ପୁରୁଷର କେବଳ ଗୋଟିଏ ସ୍ତ୍ରୀ ଥାନ୍ତି ତେବେ ସେ ଆଇନ ବିରୋଧୀ ହୋଇଥାନ୍ତି। ଇରିଟ୍ରିଆର ଏହି ସ୍ବତନ୍ତ୍ର ପ୍ରଥା ପାଇଁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କିନ୍ତୁ ନିଜ ଦେଶ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ସମାଲୋଚନା ପରେ ଏପରି ଅଦ୍ଭୁତ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ପାଇଁ ସତର୍କତା ଜରୁରୀ

ବିପର୍ଯ୍ୟୟ କ୍ଷେତ୍ରରେ ବହୁ ଧନ ଜୀବନ ହାନି ହୋଇଥାଏ। ତେବେ ଏନେଇ ପୂର୍ବରୁ ସତର୍କ ହେଲେ ଧନଜୀବନ ସୁରକ୍ଷିତ ରହିଥାଏ। ଏନେଇ ସଚେତନତା ବୃଦ୍ଧି ପାଇଁ...

ବିଶ୍ୱର ପ୍ରଥମ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି କିଏ ଥିଲେ ଜାଣନ୍ତି କି

ଆଜି ଡିସେମ୍ବର ୧। ସମଗ୍ର ବିଶ୍ୱ ଏହି ଦିନକୁ ‘ବିଶ୍ୱ ଏଡସ ଦିବସ’ ପାଳନ କରେ। ୧୯୮୮ରୁ ଏଡସ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି...

ଜନଗଣମନରେ ଜାତୀୟତାବାଦ

ସମ୍ପ୍ରତି କରୋନା ଯୋଗୁ ଏବର୍ଷ ସ୍ବାଧୀନତା ଦିବସ ନିରାଡ଼ମ୍ବରରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ଦିଲ୍ଲୀ ସମେତ ଅନ୍ୟସବୁ ରାଜ୍ୟଗୁଡ଼ିକରେ ସ୍ବାଧୀନତା ଦିବସ ପାଳନ...

୭ ମାସ ହେବ ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଘଣ୍ଟି: ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତର ଯାହା ଦେଖିଲେ ହୋଇଗଲେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ପ୍ରକାରର ଲୋକ ରହିଛନ୍ତି। ତେବେ ଅଧିକାଂଶ ଲୋକ ନିଜର ଶଉକ ପୂରଣ କରିବା ପାଇଁ ହେଉ ଅବା ଚର୍ଚ୍ଚାକୁ ଆସିବା ପାଇଁ ସେମାନେ...

ଓଲଟା ଲେଖନ୍ତି, ଓଲଟା ଗାଆନ୍ତି; ଦେଖି ନ ଥିବେ ଏଭଳି…

ଓଲଟା ଚାଲିବା, ଓଲଟା ଲେଖିଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ। ହେଲେ ଯଦି କୁହାଯାଏ ଓଲଟା ଗୀତ ଗାଉଥିବାର କାହାକୁ ଦେଖିଛନ୍ତି। ଉତ୍ତର ନା ହୋଇପାରେ।...

ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ

ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ...

ଇଲାଷ୍ଟିକ ପରି କାନ

ଏମିତି କେତେଜଣଙ୍କ ବିଷୟରେ ଜାଣିଥିବେ ଯେଉଁମାନଙ୍କ ଶରୀର ଇଲାଷ୍ଟିକ ପରି ନମନୀୟ ହୋଇଥାଏ। ସେମାନେ ନିଜ ଶରୀରକୁ ଭିନ୍ନ ଭିନ୍ନ ଢଙ୍ଗରେ ମୋଡି ପାରନ୍ତି। କେହି...

ଲକ୍‌ଡାଉନ୍‌ରେ ଗ୍ରାଣ୍ଡ୍‌ ପାର୍ଟି: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି। କରୋନା...

Advertisement
Archives

Model This Week