ସୁଖ କାହିଁ

ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟ୍‌ଓ୍ବର୍କ ପକ୍ଷରୁ ପ୍ରକାଶିତ ବିଶ୍ୱ ହାପିନେସ୍‌ ରିପୋର୍ଟ ୨୦୨୩ରେ ଭାରତ ୧୨୬ ତମ ସ୍ଥାନରେ ଅଛି। ତାଲିକାରେ ଫିନ୍‌ଲାଣ୍ଡ ସବୁଠୁ ସୁଖୀ ଦେଶ ହୋଇଥିବାବେଳେ ଡେନ୍‌ମାର୍କ ଦ୍ୱିତୀୟ ଏବଂ ଆଇସ୍‌ଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି। ପୃଥିବୀର ମୋଟ ୧୯୫ ଦେଶ ମଧ୍ୟରୁ ୧୫୦ ଦେଶରେ ଏହି ସର୍ଭେ କରାଯାଇଛି। ମୁଖ୍ୟତଃ ମୁଣ୍ଡପିଛା ଜିଡିପି, ସାମାଜିକ ସହଯୋଗ, ଉଦାରତା, ସୁସ୍ଥ ଜୀବନ, ସ୍ବାଧୀନତା ଓ ଦୁର୍ନୀତିକୁ ସର୍ବନିମ୍ନ ମାପଦଣ୍ଡ ଭାବେ ନେଇ ସୁଖୀ ରାଷ୍ଟ୍ର ଚୟନ କରାଯାଇଥାଏ। ଉଲ୍ଲେଖନୀୟ ଯେ, ତାଲିକାରେ ଭାରତ ଏହାର ପଡ଼ୋଶୀ ଦେଶ ନେପାଳ, ଚାଇନା, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ତଳେ ରହିଛି। ବିଗତ ବର୍ଷଗୁଡ଼ିକରେ ପ୍ରକାଶିତ ହାପିନେସ୍‌ ରିପୋର୍ଟରେ ଭାରତ ବି ପଛରେ ରହିଆସିଛି। ତେବେ ସୂଚକାଙ୍କରେ ଲଗାତର ତଳେ ରହିବାର ଅନେକ କାରଣ ଅଛି। ଦ୍ରୁତ ସହରୀକରଣ, ସହରରେ ବଢୁଥିବା ଭିଡ଼, ଜନସଂଖ୍ୟା ବୃଦ୍ଧି, ସ୍ବାସ୍ଥ୍ୟ ଚିକିତ୍ସାର ମୂଲ୍ୟ ବୃଦ୍ଧି ସହିତ ନିମ୍ନମାନର ସ୍ବାସ୍ଥ୍ୟସେବା, ପ୍ରଦୂଷଣ ଏବଂ ମହିଳା ଓ ସଂଖ୍ୟାଲଘୁଙ୍କ ବିରୋଧରେ ବଢୁଥିବା ଅପରାଧ ଭାରତୀୟମାନଙ୍କ ଅସୁଖୀ ହେବାର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି। ପ୍ରଦୂଷଣ କ୍ଷେତ୍ରକୁ ଦେଖିଲେ ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ଟି ସହର ମଧ୍ୟରୁ ଭାରତରେ ଅଛି ୩୯ଟି। ଏହାବାଦ୍‌ ସବୁବେଳେ ସାମାଜିକ ଓ ପାରିବାରିକ ବିଷୟରେ ବସୁଧୈବ କୁଟୁମ୍ବକମ୍‌ କଥା କୁହାଯାଉଥିବାବେଳେ ସାମାଜିକ ସହଯୋଗ କ୍ଷେତ୍ରରେ ଭାରତ ଅତ୍ୟନ୍ତ ଦୁର୍ବଳ। ସେହିଭଳି ବଜେଟକୁ ଅମୃତକାଳ ବଜେଟ ଆଖ୍ୟା ଦିଆଯାଉଛି, ୨୦୪୭ ବେଳକୁ ଭାରତ ବିକଶିତ ଦେଶ ହେବ ବୋଲି ଦାବି କରାଯାଉଥିବାବେଳେ ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦରେ ଭାରତ ବାଂଲାଦେଶ ଓ ଶ୍ରୀଲଙ୍କା ପଛରେ ଅଛି।
ସୁଖୀ ହେବା ଲାଗି ଆଇନ ଶାସନର ଗୁରୁତ୍ୱ ରହିଛି। କିନ୍ତୁ ଭାରତରେ ଏହାର ଅଧୋଗତି ଦେଖିବାକୁ ମିଳୁଛି। କାରଣ ଏଠାରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଛି। ତତ୍‌ସହିତ ମହିଳା ଓ ଶିଶୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧିପାଉଛି। ନାଗରିକମାନଙ୍କ ବାକ୍‌ ତଥା ଧର୍ମୀୟ ଓ ବୃତ୍ତିଗତ ସ୍ବାଧୀନତାରେ ବାଧା ସୃଷ୍ଟି କରାଯାଉଛି। ଜନଗଣନା ବନ୍ଦ ରହିଥିଲେ ମଧ୍ୟ ଚଳିତ ବର୍ଷ ଭାରତ ବିଶ୍ୱର ସବୁଠୁ ଜନବହୁଳ ଦେଶ ହେବାକୁ ଯାଉଛି। ଭାରତର ଜନସଂଖ୍ୟାର ବୃହତ୍‌ ଭାଗ ହେଉଛନ୍ତି କୃଷକ। ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ବିରାଟ ଯୁବଶକ୍ତି। କିନ୍ତୁ ବେରୋଜଗାର ବଢ଼ିବା ସହିତ କୃଷିଭିତ୍ତିକ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି। ତେବେ ଅସୁଖୀର ବାସ୍ତବତାକୁ ସ୍ବୀକାର କରି ସମାଧାନ ପାଇଁ ବାଟ କରିବା ଦରକାର। ସୁଖୀ ସୂଚକାଙ୍କରେ ଦେଶର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ନାଗରିକଙ୍କ ମନରେ ବିଶ୍ୱାସ ଏବଂ ଶାନ୍ତିର ମାନସିକତା ସୃଷ୍ଟି କରିପାରିଲେ ଦେଶର ସ୍ଥିତି ଆପଣାଛାଏଁ ଉନ୍ନତ ହୋଇପାରିବ।
ଯେଉଁ ଦେଶରେ ଲୋକେ ସୁଖରେ ଅଛନ୍ତି ବୋଲି ସୂଚକାଙ୍କରେ ଦର୍ଶାଯାଇଛି ସେଗୁଡ଼ିକୁ ଅନୁଧ୍ୟାନ କଲେ ତନ୍ମମଧ୍ୟରୁ ଅଧିକାଂଶ ଶିଳ୍ପ, ବ୍ୟବସାୟ କିମ୍ବା ପୁଞ୍ଜିବାଦରେ ଲିପ୍ତ ନୁହନ୍ତି; ଯେଉଁଥିପାଇଁ ଆମେରିକା, ଜର୍ମାନୀ ଭଳି ଦେଶ ସର୍ବାଗ୍ରରେ ନାହାନ୍ତି। ଭାରତରେ ଯଦି ତାହାର ପୁଞ୍ଜିବାଦ ନୀତି ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମନରେ ସାମାଜିକ ସହଯୋଗ ସହିତ ଶାନ୍ତିର ପରିବେଶ ସୃଷ୍ଟି କରାଯାଇପାରନ୍ତା, ତେବେ ସୁଖରେ ବଞ୍ଚିବା ସମ୍ଭବପର ହୋଇପାରନ୍ତା। ଦୁଃଖର ବିଷୟ ଯେ, ଭାରତ କିଛି ଦଶନ୍ଧି ହେବ କେବଳ ପୁଞ୍ଜିବାଦ ଚିନ୍ତାଧାରାରେ ଲିପ୍ତ ରହୁଥିବାରୁ ସୁଖ ହ୍ରାସ ପାଉଛି। ମଣିଷ ଯେତିକି ବସ୍ତୁବାଦୀ ହେବ ସେତିକି ଅଶାନ୍ତ ହେବ। ତେବେ ସବୁ ଦିଗରେ ଆମେ ପଛରେ ରହୁଥିବାବେଳେ ସୁଖ ଖୋଜିବା ବୋକାମି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri