ସୁଖ କେଉଁଠି ଥାଏ

ମୋହନ ଚରଣ ବିଷି

ସେଦିନ ଶ୍ରୀମତୀ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ୍‌ ବଞ୍ଚିବା। କ’ଣ ହେଲା ଯେ। ସବୁବେଳେ ଏମିତି ମେଡ଼ିକାଲ ଯାଉଥିବା କି ! ଯେତେବଡ ଧନୀ ମାନୀର ଜୀବନରେ ଦୁଃଖ ଅଛି। ଏମିତି ଏକ ନାଁ ଧର ଯିଏ ସୁଖରେ ଜୀବନ ଅତିବାହିତ କରୁଛି। ଉତ୍ତର ମିଳିଲାନି। ତମେ ଯାହାକୁ ଦୁଃଖ ବୋଲି ଭାବୁଛ ସେହି ଦୁଃଖ ଭିତର ଦେଇ ସୁଖର ଅନୁସନ୍ଧାନ କରାଯାଏ। ସୁଖ କିଏ ଚାହେଁ ନାହିଁ ? ସମସ୍ତଙ୍କୁ ସୁଖ, ଶାନ୍ତି ଓ ଆନନ୍ଦ ଦରକାର। ଠିକ୍‌ ଅଛି ଯଦି ସୁଖ ଚାହୁଁଛ, ତା’ହେଲେ ଆସ ଜାଣିବା ଓ ବୁଝିବା ଶ୍ରୀକୃଷ୍ଣଙ୍କ ଗୀତା ଜ୍ଞାନର ୨ୟ ଅଧ୍ୟାୟ ୬୩ତମ ଶ୍ଲୋକଟିକୁ। ଏହି ଶ୍ଲୋକର ମର୍ମାନୁବାଦ ହେଲା ବିଷୟରୁ ଆସକ୍ତି, ଆସକ୍ତିରୁ କାମନା, କାମନାରୁ କ୍ରୋଧ, କ୍ରୋଧରୁ ମୂଢ଼ ଭାବ, ମୂଢ଼ ଭାବରୁ ସ୍ମୃତି ଭ୍ରମ, ସ୍ମୃତି ଭ୍ରମରୁ ବୁଦ୍ଧି ନାଶ, ବୁଦ୍ଧି ନାଶରୁ ସବୁ ଶେଷ। ବୟସ ବଢ଼ିବା ସହ ଆସକ୍ତି ମଧ୍ୟ ବଢ଼ିଥାଏ।
ଛୁଆକୁ ତା’ ମନଲାଖି ଜିନିଷ ନ ମିଳିଲେ କି ତା’ ଇଚ୍ଛା ପୂରଣ ନ ହେଲେ ସେ ରୁଷିବ। ଅଭିମାନ କରିବ, ରାଗିବ ଖାଇବନାହିଁ। କେତେ ବୁଝାମଣା ପରେ ପୂର୍ବ ଅବସ୍ଥାକୁ ଆସିଥାଏ। ଛୁଆଟି ବେଳରୁ ଅପ୍ରାପ୍ତିଜନିତ ଦୁଃଖ ଅଭ୍ୟାସଗତ ହୋଇଯାଇଥାଏ। ଠିକ୍‌ ସେହିପରି ଆମେ ଯେଉଁ ଜିନିଷକୁ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥାଉ ସେ ବିଷୟରେ ଅନେକ ଆଲୋଚନା କରିଥାଉ କିନ୍ତୁ ଠିକ୍‌ ସମୟରେ ସେମିତି ନ ହେଲେ ସେ ଏମିତି ନ କଲା, ତା’ ପାଇଁ ସେମିତି ହେଲା ବୋଲି ଦୃଢୋକ୍ତିର ସହ କହିଥାଉ। ଯେମିତି ଭାବିଥିଲୁ ସେମିତି ନ ହେବାଜନିତ ବ୍ୟଥାରେ ମ୍ରିୟମାଣ ହୋଇଥାଉ। ଏହା ବିଷୟଜନିତ ଆସକ୍ତି। ଏହି ଆସକ୍ତି ଏମିତି କରିଦିଏ ଯେ ମୁଁ କହିବା କଥା ହେଲାନାହିଁ ଏମିତି ଭାବନା କ୍ରୋଧକୁ ଜନ୍ମ ଦେଇଥାଏ। ଦେଖାଦିଏ ମନରେ ଅହେତୁକ ଚିଡ଼ିଚିଡା। ଅଯଥା କଥାରେ ରାଗିବା, ଜିନିଷପତ୍ର ଫିଙ୍ଗା ଫୋପଡା କରିବା ଓ ଛୋଟ ଛୋଟ କଥାରେ ବାହାନା ବନେଇ ଆରୋପ ଲଗେଇବା ପ୍ରକୃତି ବଢିଯାଏ। ଏମିତି ସମୟରେ ଯିଏ କହିଲେ ମଧ୍ୟ କାହା କଥା ପରତେ ଯାଇ ନ ଥାଏ। ସେ ଯାହା ତତ୍କାଳ ଭାବେ ସେମିତି କରିଥାଏ। ଏହାକୁ ମୂଢ଼ ଭାବ ବୋଲି କୁହାଯାଏ। ମୂଢ ଲୋକର ମସ୍ତିଷ୍କ କିଛି କାମ କରେନାହିଁ। ପାଗଳା କୁକୁର ପରି କେତେବେଳେ କ’ଣ ଯେ କରିପକାଏ ଜାଣି ନ ଥାଏ। ତା’ର ସ୍ମରଣ ଶକ୍ତି ନଷ୍ଟ ହୋଇଯାଏ। ବିଚାର କରିବାର ଜୁ ନ ଥାଏ। ତା’ ମୁଣ୍ଡ ଅକଲଗୁଡୁମ ହୋଇଥାଏ। ଭୟ ଭ୍ରାନ୍ତିରେ ଜୀବନ ବିତାଏ।ଲୋକମାନେ ଅନାଦର କରନ୍ତି। ପରିବାର ସମାଜରେ ମାନ ସମ୍ମାନ କିଛି ରହେ ନାହିଁ। ଏମିତି ଅବସ୍ଥାରେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥାଏ। ତେଣୁ ଯାହାର ବର୍ତ୍ତମାନରେ ଯେମିତି ଅଛି ସେ ଭିତରେ ସୁଖ, ସନ୍ତୋଷ ଖୋଜିବାକୁ ହେବ। ଧନ ସଂପଦ ଅମାପ ଥିଲେ କିମ୍ବା ବିଭବଶାଳୀ ପରିବାରରେ ଜନ୍ମଗ୍ରହଣ କରିଦେଲେ ସୁଖ ମିଳି ନ ଥାଏ। ସୁଖ ତ କୁଡିଆ ଘରେ ମଧ୍ୟ ପ୍ରାପ୍ତି ହୁଏ। ଏ ଦିନ ଚାଲିଯିବ ସେଥିପାଇଁ କୌଣସି ବି ପରିସ୍ଥିତିରେ ବ୍ୟସ୍ତ ନ ହୋଇ ଅପେକ୍ଷା କରନ୍ତୁ ସବୁ ପ୍ରକାର ବିପଦ ଟଳିଯିବ। ଆଶା ଉଚ୍ଚରଖ କିନ୍ତୁ ସନ୍ତୁଷ୍ଟ ରୁହ।
ଲକ୍ଷ୍ୟ ହାସଲ ନ ହେବା ମୋହଗ୍ରସ୍ତ କରେ। ଅନେକ ଦୁଃଖକୁ ଠୁଳ କରିଥାଏ। ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ସମସ୍ତେ ଏ ପଥର ପଥଗାମୀ ହେବେ। ତେଣୁ ମୃତ୍ୟୁ ଭୟକୁ ଦୂର କରିଦେଲେ ସୁଖ ଆପେ ଆପେ ବିରାଜମାନ କରିବ। ଆଉ ସଂସାରରେ ଆମେ ପ୍ରତ୍ୟେକ କର୍ମ କରିବା ପରେ ଯେଉଁ ପାଇବାର ଆଶା ରଖି ଥାଉ ତାହା ଭୁଲିଯିବାକୁ ହେବ। ଫଳ ଆଶାନୁରୂପ ନ ହେଲେ ଦୁଃଖ ଦେଇଥାଏ ତେଣୁ ବିନା ଉଦ୍ଦେଶ୍ୟରେ କର୍ମ କଲେ ଆତ୍ମସନ୍ତୋଷ ଲାଭ ହୁଏ। ପ୍ରତ୍ୟେକ କାର୍ଯ୍ୟରେ ସମର୍ପଣ ଭାବ ରହିଲେ ଉତ୍ତମ ଫଳପ୍ରାପ୍ତି ସହ ଅନେକ ପ୍ରଶଂସା ଅଚିରେ ଅଜାଡି ହୋଇଥାଏ। ଦୈନନ୍ଦିନ ଜୀବନରେ ସୁଖୀ ହେବା ପାଇଁ କିଛି ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ସକାଳୁ ଉଠିଲା ପରେ ପିତାମାତାଙ୍କୁ ପ୍ରଣାମ କରନ୍ତୁ। ଏହାଦ୍ୱାରା ଆମ ଶରୀରରେ ଏକ ଆସ୍ତିସୂଚକ ଉର୍ଜା ଜାଗ୍ରତ ହୋଇଥାଏ। ଯାହାଙ୍କ ନୀତି ଆଦର୍ଶ ଆପଣଙ୍କୁ ଭଲ ଲାଗୁଛି ଦୃଢ଼ତାର ସହ ବିଶ୍ୱାସ କରି ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ। ତାଙ୍କର ମାର୍ଗ ଦର୍ଶନରେ ପ୍ରତ୍ୟେକ କାର୍ଯ୍ୟ ସଂପାଦନ କରନ୍ତୁ। ଆପଣକୁ ଭଲ ଲାଗୁଥିବା ପୁସ୍ତକ ବାରମ୍ବାର ପଢ଼ନ୍ତୁ। ନିଜକୁ ନିଜର କାର୍ଯ୍ୟକୁ ଗଭୀର ବିଶ୍ୱାସ କରନ୍ତୁ। ଆତ୍ମାନୁଶୀଳ ହୁଅନ୍ତୁ। ଆପଣଙ୍କ ହୃଦୟର ଭାଷା ବୁଝିବାକୁ ଚେଷ୍ଟା କରନ୍ତୁ। ପ୍ରତ୍ୟେକ ସମସ୍ୟାର ସୂତ୍ର ସ୍ବତଃ ମିଳିଯିବ। ସ୍ମୁଥ ଲାଇଫ ଯାହାକୁ ସହଜ ଜୀବନ ଧାରଣ ବା ସରଳ ଜୀବନ ଯାପନ କହୁଛେ ତାହା ପାଇବାକୁ ହେଲେ ଉଚ୍ଚ ବିଚାରବନ୍ତ ହେବାକୁ ହେବ। ବିବେକ ଅନୁମୋଦିତ ବିଚାର ପର ଆପଣା ଭୁଲି ଯଥାର୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିବା। ସାଧାରଣତଃ ଅନ୍ୟ ପାଇଁ ଅନେକ କହିଥାଉଁ। ଅନେକ ପରାମର୍ଶ ଦେବା ସହ ପ୍ରଶଂସା, ତାଚ୍ଛଲ୍ୟ, ଭର୍ତ୍ସନା କରିଥାଉ। କହିଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ନିଜକୁ ଅବସ୍ଥା ହୋଇଥାଏ। ନିଜର ମିଥ୍ୟା, ଖରାପ ଅଭ୍ୟାସକୁ ଲୁଚେଇବାକୁ ଯାଇ ଅନେକ ମିଥ୍ୟାର ଆଶ୍ରୟ ନେବାକୁ ପଡେ। ପୁଣି ଏକ ନୂଆ ସମସ୍ୟାରେ ଛନ୍ଦି ହେବାକୁ ପଡିଥାଏ। ଏଣୁ ସିଧାସଳଖ କଥା ସରଳ ଭାବରେ କହିବା ସହ ନିଜ ଜୀବନର ପ୍ରତି କ୍ଷଣରେ କ୍ଷଣସ୍ଥାୟୀ ଜୀବନ ପ୍ରତି ମୋହ ତୁଟିଲେ ସର୍ବଦା ସୁଖୀ ରହିବା।
ଗଡ଼ରାମାଳ, କୋକସରା, କଳାହାଣ୍ଡି
ମୋ-୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri