ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସ୍ଥାନରେ ଅନେକ ଲୋକ ଏକଜୁଟ ହୋଇଥିବା ବେଳେ କୋଭିଡ୍ କଟକଣା ମନୁ ନାହାନ୍ତି। ସେଠାରେ ଏକ କୁକୁର ଏକ ବଡ଼ ବାଡିକୁ ପାଟିରେ ଧରି ସାମାଜିକ ଦୂରତା ରକ୍ଷା କରୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରି ଟୁଇଟ୍ କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
He took social distancing very seriously pic.twitter.com/kdG9arbGll
— Welcome To Nature (@welcomet0nature) September 20, 2020