ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର ପରିମାଣ (ପ୍ରାୟ ୭୧%) ତରଳ ଜଳ। ଏହାର ପୃଷ୍ଠଦେଶରେ ବାସ କରୁଥିବା ପ୍ରାୟ ପ୍ରତ୍ୟେକ ସଜୀବ ଜୀବନଧାରଣ ପାଇଁ ଏହା ଆବଶ୍ୟକ କରେ ଏବଂ ତାଙ୍କ ଶରୀରର ମୁଖ୍ୟଭାଗ ଏଥିରେ ଗଢ଼ା।
ଜଳ ପୃଥିବୀପୃଷ୍ଠରେ ଯେ କିପରି ଉତ୍ପତ୍ତି ହେଲା ତାହାର ରହସ୍ୟ ଉଦ୍‌ଘାଟନ ଲାଗି ବିଭିନ୍ନ କ୍ଷେତ୍ରର ବୈଜ୍ଞାନିକମାନେ ଦୀର୍ଘଦିନ ଧରି ଅଧ୍ୟୟନ ଚଳାଇ ଆସିଛନ୍ତି। କିନ୍ତୁ, ତଥାପି ତାହାର ସମ୍ପୂର୍ଣ୍ଣ ଠିକ୍‌ ଉତ୍ତର ଆଜିପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ତାହା ଅନେକ ମତବାଦ ସୃଷ୍ଟି କରିବାକୁ ସମର୍ଥ ହୋଇପାରିଛି, ଯାହାର ସର୍ବାଗ୍ରରେ ରହିଛି ଦୁଇଟି। ତହିଁରୁ ପ୍ରଥମଟି ଅନୁସାରେ ପୃଥିବୀ ଜଳର କୌଣସି ପୁରୋଗାମୀ ପଦାର୍ଥ ସହିତ ଜନ୍ମଲାଭ କରିଥିଲା ଏବଂ ତତ୍ପରେ ତହିଁରୁ ତାହା ସୃଷ୍ଟିହେଲା। ଅନ୍ୟଟି ଅନୁସାରେ ଆମ ଗ୍ରହଟି ସୃଷ୍ଟି ହେଲା ପରେ ଗ୍ରହାଣୁ ଏବଂ ଧୂମକେତୁ ଭଳି ମହାକାଶ ପିଣ୍ଡମାନଙ୍କ ପତନ ମାଧ୍ୟମରେ ଜଳ ଏଠାକୁ ଆସିଛି। ପୁନଶ୍ଚ ପୃଥିବୀ ସୂର୍ଯ୍ୟଠାରୁ ଉପଯୋଗୀ ଦୂରତାରେ (ଏହାକୁ ‘ବାସୋପଯୋଗୀ ମଣ୍ଡଳ’ କୁହାଯାଏ) ଅବସ୍ଥାନ କରୁଥିବାରୁ ତହିଁରେ ଜଳ ତରଳାବସ୍ଥାରେ ରହିପାରୁଛି ଏବଂ ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ ରୂପେ ବରଫରେ ପରିଣତ ହେଉନାହିଁ।
ଗ୍ରହାଣୁମାନେ ଜଳ ଆଣିଲେ: ଆଜକୁ ପ୍ରାୟ ୪.୬ ହଜାର- ନିୟୁତ (ବିଲିୟନ) ବର୍ଷ ପୂର୍ବେ ବାଷ୍ପ ଏବଂ ଧୂଳିର ବାଦଲମାନଙ୍କ ପତନ ହେତୁ ସୂର୍ଯ୍ୟ ଜନ୍ମନେଲା। ତହିଁରୁ ରହି ଯାଇଥିବା ବଳକା ପଦାର୍ଥରୁ ପ୍ରାୟ ୪.୫ ହଜାର – ନିୟୁତ ବର୍ଷ ପୂର୍ବେ ସୃଷ୍ଟି ହେଲା ପୃଥିବୀ ସମେତ ସୌରଜଗତ। ଆଦ୍ୟକାଳରେ (୪ରୁ ୩ ହଜାର-ନିୟୁତ ବର୍ଷ ପୂର୍ବେ) ଏହାର ଆଭ୍ୟନ୍ତର ଅତ୍ୟନ୍ତ ବିକ୍ଷୁବ୍ଧ ଥିଲା ଏବଂ ଗ୍ରହମାନେ ନିଜର କକ୍ଷ ପରିବର୍ତ୍ତନ କରୁଥିଲେ। ଏହି ମହାକର୍ଷଣୀୟ ଧକମ୍‌ଧକ୍କା ବରଫଯୁକ୍ତ ସାନ ସାନ ମହାକାଶପିଣ୍ଡ ବା ଶିଳାମାନଙ୍କୁ ସୌରମଣ୍ଡଳର ଅନ୍ତର୍ଦ୍ଦେଶ ଆଡ଼କୁ ନିକ୍ଷେପ କରୁଥିଲା। ସମ୍ଭବତଃ ଏଗୁଡ଼ିକରୁ ଅନେକ ପୃଥିବୀ ସହିତ ଧକ୍କା ଖାଇ ଏଥିରେ ଜଳ ସୃଷ୍ଟି କଲେ। ବୈଜ୍ଞାନିକମାନେ ଏହାକୁ କହୁଛନ୍ତି ‘ଦ’ ଲେଟ୍‌ ହେଭି ବମ୍‌ବାର୍ଡମେଣ୍ଟ’ ମତବାଦ।
ଧୂମକେତୁମାନେ ମଧ୍ୟ ପୃଥିବୀକୁ ଜଳ ଆଣିପାରିଥାନ୍ତି ବୋଲି ଆଗରୁ ବିଶ୍ୱାସ କରାଯାଉଥିଲା। ତେବେ ୧୯୮୬ ମସହିାରେ ‘ଜିଓଟୋ’ ମହକାଶ ମିଶନ ‘ହ୍ୟାଲି’ ଧୂମକେତୁରେ ଏବଂ ୨୦୧୪ରୁ ୨୦୧୬ ମଧ୍ୟରେ ‘ରୋସେଟ୍ଟା’ ମହାକାଶ ମିଶନ ‘ଚୁରିୟୁମୋଭ୍‌ ଜେରାସିମେଂକୋ’ ଧୂମକେତୁରେ ପହଞ୍ଚତ୍ ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ଏଗୁଡ଼ିକରେ ଥିବା ଜଳର ରାସାୟନିକ ସ୍ବାକ୍ଷର, ଅର୍ଥାତ୍‌ ଉଦ୍‌ଜାନ ଓ ଡିଉଟେରିୟମ୍‌ (ଭାରି ଉଦ୍‌ଜାନ)ର ଅନୁପାତ ପୃଥିବୀର ଜଳଠାରୁ ଭିନ୍ନ। ଏଣୁ ଏବେ ମନେକରାଯାଉଛି ଯେ, ସମ୍ଭବତଃ ଆମ ଗ୍ରହକୁ ଜଳ ଆଣିବା କାର୍ଯ୍ୟ କେବଳ ଗ୍ରହାଣୁ ଏବଂ ଉଲ୍‌କାମାନଙ୍କ ଦ୍ୱାରା ହିଁ ସାଧିତ ହୋଇଛି। ପୁନଶ୍ଚ ଗ୍ରହାଣୁ ‘ରିୟୁଗୁ’ରୁ ‘ହାୟାବୁସା-୨’ ମିଶନ ଦ୍ୱାରା ସଂଗୃହୀତ ନମୁନାର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଏଥିରେ ଥିବା ଜଳ ପୃଥିବୀର ସମୁଦ୍ରଜଳ ସହିତ ସମ୍ପୂର୍ଣ୍ଣ ଖାପ୍‌ ଖାଉଛି। ଏଣୁ ମନେକରାଯାଏ ଯେ, ଏପ୍ରକାର ଗ୍ରହାଣୁମାନେ ବୋଧହୁଏ ଯଥେଷ୍ଟ ପରିମାଣରେ ଜଳ ଆଣି ପୃଥିବୀରେ ପହଞ୍ଚାଇଛନ୍ତି। ଏହା ବ୍ୟତୀତ ୨୦୨୩ ମସିହା ସେପ୍ଟେମ୍ବରରେ ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ଦ୍ୱାରା ପ୍ରେରିତ ମହାକାଶଯାନ ‘ବେନ୍ନୁ’ ଗ୍ରହାଣୁରୁ ନମୁନା ସଂଗ୍ରହ କରିଥିଲା ା ବିଶ୍ଳେଷଣରୁ ସେଥିରେ ଥିବା ଜଳ ଏବଂ ଜୈବିକ ପଦାର୍ଥମାନଙ୍କର ପୃଥିତ୍ବୀର ସେହି ଉପାଦାନଗୁଡିକ ସହିତ ସମାନତା ଥିବାର ଜଣାପଡିଛି। ଅତଏବ ଗ୍ରହାଣୁମାନେ ପୃଥିବୀକୁ ଯଥେଷ୍ଟ ମାତ୍ରାରେ ଜଳ ଯୋଗାଇଥିବାର ଏହାକୁ ଅନ୍ୟତମ ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ।
ପୃଥିବୀ ନିଜେ ନିଜେ ଜଳ ସୃଷ୍ଟି କଲା:
ଏହି ମତବାଦ ଅନୁସାରେ ପୃଥିବୀ ନିଜେ ନିଜର ଜଳ ସୃଷ୍ଟି କରିଛି ା ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରମାନଙ୍କ ସାହାଯ୍ୟରେ ଦେଖାଯାଇଛି ଯେ, ସୌରଜଗତ ବାହାରେ ନୂଆ ସୃଷ୍ଟି ହୋଇଥିବା ଗ୍ରହମାନଙ୍କରେ ରହିଛି ପ୍ରଚୁର ଆଣବିକ ଉଦ୍‌ଯାନ ା
ଏଣୁ କେତେକ ବୈଜ୍ଞାନିକ ମତଦିଅନ୍ତି ଯେ, ପୃଥିବୀ ମଧ୍ୟ ତା’ ସୃଷ୍ଟିର ଆଦ୍ୟକାଳରେ ଏଥିରେ ସମୃଦ୍ଧ ଥିଲା। ଏହା ତା’ର ‘ମାଗ୍‌ମା’ ସାଗରମାନଙ୍କ ସହିତ ପ୍ରତିକ୍ରିୟା କରି ପ୍ରଚୁର ପରିମାଣ ଜଳ ସୃଷ୍ଟି କରିପାରିଥାଏ।
‘ମାଗ୍‌ମା’ ହେଉଛି ପୃଥିବୀ ପୃଷ୍ଠଦେଶର ତଳେଥିବା ତରଳ ବା ଅର୍ଦ୍ଧତରଳ ଶିଳା ଏବଂ ଏହାର ଆବରଣର ଅଧିକାଂଶ ଭାଗ ଏଥିରେ ଭରା। ଏହା ମୁଖ୍ୟତଃ କଠିନ ଖଣିଜ ପଦାର୍ଥ, ବାଷ୍ପର ଫୋଟକା ଏବଂ ତରଳ ସିଲିକେଟ୍‌ରେ ତିଆରି। ଏହାର ସଂରଚନା ନିର୍ଭର କରେ ଏହାକୁ ସୃଷ୍ଟି କରୁଥିବା ଶିଳା ଏବଂ ତାହା ତରଳିବାର ଅବସ୍ଥା ଉପରେ। ତେବେ ସାଧାରଣ ଭାବେ ‘ମାଗ୍‌ମା’ ୮ଟି ମୁଖ୍ୟ ମୌଳିକ ଉପାଦାନରେ ତିଆରି। ସେଗୁଡ଼ିିକ ହେଲା ଅମ୍ଳଜାନ, ସିଲିକନ୍‌, ଆଲୁମିନିୟମ୍‌, ଲୌହ, କ୍ୟାଲ୍‌ସିୟମ୍‌, ସୋଡିୟମ୍‌, ମାଗ୍ନେସିୟମ ଏବଂ ପଟାସିୟମ୍‌।
ଓ୍ବାଶିଂଟନ୍‌ସ୍ଥିତ ‘କାର୍ଣ୍ଣେଗୀ ଇନ୍‌ଷ୍ଟିଚ୍ୟୁଟ ଫର୍‌ ସାଇନ୍ସ’ର ଗବେଷକମାନେ ଉଦ୍‌ଜାନରେ ସମୃଦ୍ଧ ବାୟୁମଣ୍ଡଳଯୁକ୍ତ ନୂତନ ଭାବେ ସୃଷ୍ଟି ହୋଇଥିବା ସୌରମଣ୍ଡଳ ବାହାର ଶିଳାରେ ତିଆରି ଗ୍ରହମାନଙ୍କରେ କିଛି ମାତ୍ରାରେ ଜଳର ସନ୍ଧାନ ପାଇଛନ୍ତି। ଏପରିକି ଉଚ୍ଚ ତାପମାତ୍ରା ଏବଂ ଚାପ ମଧ୍ୟରେ ଏହା ତହିଁରେ ତରଳ ଅବସ୍ଥାରେ ରହିଛି।
ଏହି ଗବେଷକମାନେ କମ୍ପ୍ୟୁଟର ସିମୁଲେଶନ୍‌ ମାଧ୍ୟମରେ ଆଦ୍ୟକାଳର ପୃଥିବୀରେ ସେହି ଭଳି ଉଦ୍‌ଜାନ ସମୃଦ୍ଧ ବାୟୁମଣ୍ଡଳ ଥିବାର ସମ୍ଭାବନା କଥା ଜାଣିପାରିଛନ୍ତି। ଅତଏବ ଏଥିରେ ମଧ୍ୟ ସେହିପରି ଭାବେ ତହିଁରୁ ଜଳ ସୃଷ୍ଟି ହୋଇଥାଇପାରେ ବୋଲି ମନେକରାଯାଏ। ସେମାନଙ୍କ ମତରେ ଅମ୍ଳଜାନ ମଧ୍ୟରେ ଉଦ୍‌ଜାନ ଜଳିଲେ ତହିଁରୁ ଜଳ ସୃଷ୍ଟିହୁଏା ନଚେତ୍‌ ଏ ଦୁଇଟିର ମିଶ୍ରଣରେ ବିଦ୍ୟୁତ୍‌ସ୍ପନ୍ଦନ ପ୍ରୟୋଗ କିମ୍ବା ଯଥେଷ୍ଟ ତାପ ପ୍ରଦାନ ଦ୍ୱାରା ପ୍ରତିକ୍ରିୟା ଆରମ୍ଭ ଲାଗି ଆବଶ୍ୟକ ପରିମାଣରେ ସକ୍ରିୟକାରୀ ଶକ୍ତି ଉତ୍ପନ୍ନ କରିବା ମାଧ୍ୟମରେ ମଧ୍ୟ ତାହା ହୋଇପାରେ।
ସମ୍ଭବତଃ ଆଦ୍ୟ ଅବସ୍ଥାରେ ପୃଥିବୀ ଏଥିପାଇଁ ସକ୍ଷମ ଥିଲା। ତେଣୁ ତହିଁରେ ଜଳ ସୃଷ୍ଟି ହେଲା।
ଏହା ବ୍ୟତୀତ ପୃଥିବୀପୃଷ୍ଠରେ ଜଳର ଉତ୍ପତ୍ତିକୁ ନେଇ ଆହୁରି ଅନେକ ମତବାଦ ରହିଛି।
ତେବେ, ତହିଁରୁ କୌଣସିଟି ଏହାର ଏକମାତ୍ର ଉତ୍ସ ହୋଇଥିବାର ପ୍ରମାଣିତ ହୋଇ ପାରି ନାହିଁ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?