କେବେ ପାଇବୁ କରୋନା ଟିକା

ଲଳିତେନ୍ଦୁ ପଲାଉରୀ

 

କେବେ କରୋନା ମହାମାରୀ କବଳରୁ ବିଶ୍ବକୁ ମୁକ୍ତି ମିଳିବ? କେବେ ସାଧାରଣରେ ଉପଲବ୍ଧ ହେବ କରୋନା ଟିକା? ଏଭଳି ଅନେକ ପ୍ରଶ୍ନ କେବଳ ମୁଁ କି ଆପଣ ନୁହନ୍ତି ବିଶ୍ବର ଅଧିକାଂଶ ଦେଶବାସୀଙ୍କ ମନରେ ବାରମ୍ବାର ଆସୁଛି। ଏହି ମହାମାରୀରୁ ସମ୍ପୂର୍ଣ୍ଣ ଆରୋଗ୍ୟ ବା ଏହାର ନିରାକରଣ ପାଇଁ ଏଯାଏ ଶତ ପ୍ରତିଶତ ଔଷଧ କିମ୍ବା ଟିକା ବାହାରିନି। ଦିନରାତି କରୋନା ଟିକାର ଗବେଷଣା ଜାରି ରହିଛି। କିନ୍ତୁ ଆମେ ନିଶ୍ଚୟ କହିପାରିବା ଯେ ଏଯାଏ କରୋନା ଟିକା ନେଇ ଠିକ୍‌ ଉପନୀତରେ କେହି ବି ପହଞ୍ଚି ନାହାନ୍ତି। ଟିକାର ମାନବୀୟ ପରିକ୍ଷଣ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଜାରି ରହିଛି। ତେବେ ରୁଷିଆ ତିଆରି କରିଥିବା ଟିକା ସ୍ପୁଟିନିକ୍‌ – ଭି ବିଶ୍ବବାସୀଙ୍କ ବିଶ୍ବାସ ଜିଣିପାରିନି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହା ଉପରେ ପୂର୍ଣ୍ଣମାତ୍ରାରେ ଭରସା ମଧ୍ୟ କରିପାରୁନି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ଦେଶବାସୀଙ୍କ ମନରେ ବିଶ୍ବାସ ଆଣିବାକୁ ନିଜ ଝିଅକୁ ଏହି ଟିକା ଦେଇଥିବା ସର୍ବସାଧାରଣରେ ଘୋଷଣା କରିଛନ୍ତି। ଏହାସହ ରୁଷିଆର ଶିଳ୍ପମନ୍ତ୍ରୀ ଡେନିସ୍‌ ମଣ୍ଡୁରୋଭ, ମସ୍କୋର ମେୟର ସେର୍ଗି ସୋବ୍ୟାନିନ୍‌ ଓ ରୁଷିଆ ଫର୍ଟିଲାଇଜର କମ୍ପାନୀର ସିଇଓ ଏହି ଟିକା ନେଇଥିବା କହିଛନ୍ତି। ସ୍ପୁଟିନିକ୍‌-ଭି ସେମାନଙ୍କୁ କୌଣସି କ୍ଷତି ପହଞ୍ଚାଇ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ତେବେ ସ୍ପୁଟିନିକ- ଭି’ର ମାନବ ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ଏବେ ବି ଜାରି ରହିଛି। ରୁଷିଆର ବିରୋଧୀ ରାଷ୍ଟ୍ର ହୁଅନ୍ତୁ ବା ପଡୋଶୀ ରାଷ୍ଟ୍ର ରୁଷିଆ ଟିକାକୁ ସେମାନେ ବିଶ୍ବାସକୁ ନେଇ ନାହାନ୍ତି। ଏହି ଟିକା ବ୍ୟବହାର କରିବେନି ବୋଲି ସିଧା ମନା କରିଦେଇଛନ୍ତି।
କରୋନା ମହାମାରୀକୁ ସାରାବିଶ୍ବରୁ ଦୂର କରିବାକୁ ଟିକା ହିଁ ଏକମାତ୍ର ଉପାୟ। ବିଶ୍ବରେ ୪୦ରୁ ଅଧିକ କରୋନା ଟିକାର ମାନବୀୟ ପରୀକ୍ଷଣ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷଣ ଚାଲିଥିବା ଟିକା ଏବେ ସବୁଠାରୁ ଆଡଭାନ୍ସ ଷ୍ଟେଜରେ ରହିଛି ା ୨୪୦ରୁ ଅଧିକ ଟିକାର ପରୀକ୍ଷଣ ଏବେ ବି ପ୍ରାରମ୍ଭିକ ସ୍ତରରେ ଚାଲିଛି। ୪୦ଟିର କ୍ଲିନିକାଲ ଟ୍ରାଏଲ୍‌ ସହ ୯ଟି ଟିକା ବର୍ତ୍ତମାନ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଟିକା ମଣିଷ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଅନେକାଂଶରେ ସାହାଯ୍ୟ କରୁଥିବା ଗବେଷଣାରୁ ପ୍ରମାଣ ମିଳିଛି। ପ୍ରଥମେ ବ୍ରିଟେନ୍‌ କେବଳ ୧୦୦ନିୟୁତ ଲୋକଙ୍କୁ ଏହାର ପ୍ରଥମ ଡୋଜ୍‌ ଦେବାକୁ ସ୍ଥିର କରିଛି। ଆମ ଦେଶରେ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଭାରତ ବାୟୋଟେକ୍‌ ସହ ବହୁ ବାୟୋଟେକ୍‌ ଫାର୍ମ ଟିକା ଗବେଷଣା ଜାରି ରଖିଥିଲେ ମଧ୍ୟ ସେମିତି କିଛି ଉନ୍ନତି ପରିଲକ୍ଷିତ ହୋଇନି। ଭାରତର ବିଭିନ୍ନ ସହରରେ ହୋଇଥିବା ସେରୋଲୋଜିକାଲ ସର୍ଭେ ରିପୋର୍ଟ ଅଧିକ ଚିନ୍ତା ବଢାଇଛି। ଲୋକଙ୍କ ଦେହରେ ଆଣ୍ଟିବଡିର ବିକାଶ ଆଶା ଅନୁସାରେ ହେଉ ନ ଥିବା ସେରୋ ସର୍ଭେରୁ ଜଣାପଡିଛି। ତେବେ କରୋନା ଟିକା ପ୍ରସ୍ତୁତି ପାଇଁ ଅତି ବେଶିରେ ଆଉ ବର୍ଷେ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଗବେଷକଙ୍କ ମତ ୨୦୨୧ ମଧ୍ୟ ଭାଗରେ କରୋନା ଟିକା ସର୍ବସାଧାରଣରେ ମିଳିପାରିବ। ତେବେ ଭୂତାଣୁ ତା’ର ରୂପ ବଦଳାଉଥିବାରୁ ବର୍ତ୍ତମାନ ମାନବୀୟ ପରୀକ୍ଷଣ ଚାଲିଥିବା ଟିକା ଲୋକଙ୍କୁ କେତେ ସାହାଯ୍ୟ କରିପାରିବ ତା’ ଏବେଠୁ କହିବା ମୁସ୍କିଲ। ପ୍ରଥମରେ ଏହା ନିଶ୍ଚିତ ହେବା ଜରୁରୀ ଯେ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ରୋଗୀକୁ ଯେମିତି ଦୀର୍ଘଦିନ ଯାଏ ଏହି ଟିକା ସଂକ୍ରମଣରୁ ରୋକିବାରେ ସହାୟକ ହୋଇପାରୁଥିବ। ଟିକା ରୋଗୀ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା କ୍ଷମତା ରଖିଥିବା ଜରୁରୀ। ଏହା ସମସ୍ତଙ୍କ ପାଇଁ ଏବଂ ଲୋକେ କିଭଳି ସହଜରେ ପାଇପାରିବେ ସେନେଇ ବ୍ୟବସ୍ଥା ହେବା ଆବଶ୍ୟକ।
କିଛିଦିନ ତଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, କୋଭିଡ୍‌-୧୯ ଟିକା ୨୦୨୧ର ପ୍ରଥମ ୩ମାସ ମଧ୍ୟରେ ଉପଲବ୍ଧ ହେବ। ଟିକା ଆଶା ନେଇ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ପାଇଁ ଭାରତୀୟ ସ୍ବାସ୍ଥ୍ୟ ଗବେଷଣା ପରିଷଦ ବା ଆଇସିଏମ୍‌ଆର୍‌ ସହ ଏକ ଅନଲାଇନ୍‌ ପୋର୍ଟାଲ ଉନ୍ମୋଚିତ କରିଛନ୍ତି। ଟିକା ଗବେଷଣାର ବିକାଶ ସମ୍ବନ୍ଧରେ ସାଧାରଣ ଲୋକେ ଏଥିରୁ ସମସ୍ତ ତଥ୍ୟ ପାଇପାରିବେ। ଏହି ପୋର୍ଟାଲରେ ଆମ ଦେଶରେ ବିକଶିତ ହେଉଥିବା ୩ଟି ଟିକା ଯଥା କୋଭିସିଲ୍ଡ, କୋଭାକ୍ସିନ୍‌ ଏବଂ ଜାଇକୋଭ-ଡି ସମ୍ପର୍କରେ ସମସ୍ତ ତଥ୍ୟ ରଖାଯିବା ସହ ଏହାର ମାନବୀୟ ପରୀକ୍ଷଣ ନେଇ ତଥ୍ୟ ରଖାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଟିକା ଉତ୍ପାଦନ ବ୍ୟାପକ ପରିମାଣରେ ହେବା ସହ ଏହା ଯେପରି ସମସ୍ତଙ୍କୁ ସୁବିଧାରେ ମିଳିପାରିବ ସେନେଇ ମଧ୍ୟ ବ୍ୟବସ୍ଥା ହେଉଛି।
ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ପକ୍ଷରୁ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଶେଷ ହୋଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରଥମେ ଟିକାର ୧୦୦କୋଟି ଡୋଜ୍‌ ଭାରତୀୟଙ୍କ ପାଇଁ ଏବଂ ୯୨କୋଟି ଡୋଜ୍‌ ଅନ୍ୟ ଗରିବ ରାଷ୍ଟ୍ର ପାଇଁ ପ୍ରସ୍ତୁତି ଚଳାଇଛି। ଆଇସିଏମ୍‌ଆର୍‌ ତଥ୍ୟ ଅନୁସାରେ ଭାରତ ବାୟୋଟେକ୍‌ ଦ୍ବାରା କୋଭାକ୍ସିନ, ଅକ୍କଫୋର୍ଡର କୋଭଡ ସିଲ୍ଡ ଏବଂ ଜାୟୁଦୁସ୍‌ କାଡିଲା ଦ୍ବାରା ଜାଇକୋଭ-ଡି’ର ପରୀକ୍ଷଣ ଜୋରଦାର ଆଗେଇ ଚାଲିଛି। ସାରା ବିଶ୍ବରେ ୧୯୧ଟି କୋଭିଡ-୧୯ ଟିକା ଏବେ ବିକାଶ ସ୍ଥିତିରେ ରହିଛି ।
ଏଥିମଧ୍ୟରୁ ୪୧ଟି ଟିକା ପରୀକ୍ଷଣ ସହ କ୍ଲିନିକାଲ ଇଭାଲୁଏସଲ୍‌ ସ୍ତରରେ ପହଞ୍ଚିଛି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି, ୩ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ସ୍ତରରେ ପହଞ୍ଚିଥିବା ଦେଶ ମଧ୍ୟରେ ରୁଷିଆର ମସ୍କୋରେ ଥିବା ଗମାଲିୟା ଇନ୍‌ଷ୍ଟିଚ୍ୟୁଟ ଦ୍ବାରା ସ୍ପୁଟିନିକ -ଭି ଆଗେଇ ଚାଲିଛି। ଚାଇନାର ୩ଟି ବାୟୋ କ୍ଲିନିକାଲ ଫାର୍ମ ଦ୍ବାରା ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସରିଛି। ସର୍ବସାଧାରଣଙ୍କ ବ୍ୟବହାର ପୂର୍ବରୁ ୧୦୦୦ ସ୍ବେଚ୍ଛାସେବୀଙ୍କଠାରେ ମାନବୀୟ ପରୀକ୍ଷଣ କରିଛି ଚାଇନା। ଆମେରିକା ମଧ୍ୟ ଟିକା ଗବେଷଣାରେ ବହୁ ଆଗରେ ରହିଛି। ମଡେର୍ନାର ସିଇଓ ଷ୍ଟିପେନ୍‌ ବାନସିଲ ଫାଇନାନସିଆଲ ଟାଇମକୁ ସାକ୍ଷାତ୍‌କାର ବେଳେ କହିଛନ୍ତି ଆଗାମୀ ମାର୍ଚ୍ଚ ସୁଦ୍ଧା ସମସ୍ତ ଆମେରିକୀୟଙ୍କୁ କୋଭିଡ ଟିକା ଦେବା ସମ୍ଭବ ଭଳି ଲାଗୁନି। ତେବେ ମାନବୀୟ ପରୀକ୍ଷଣରୁ ଜଣାପଡିଛି, ଆମେରିକାର ମଡେର୍ନା ଦ୍ବାର ବିକଶିତ ଟିକା ଲୋକଙ୍କ ଦେହରେ ଭାଇରାଲ ପ୍ରୋଟିନ୍‌ ସୃଷ୍ଟି କରିବାର କ୍ଷମତା ରଖିଛି। ୨୦୨୧ ଆରମ୍ଭରୁ ମଡେର୍ନା ୫୦୦ ମିଲିୟନରୁ ୧ ବିଲିୟନ୍‌ ଟିକା ବାଣ୍ଟିବାକୁ ଯୋଜନା କରିଛି। ଆମେରିକାର ଆଉ ଏକ ବାୟୋଟେକ୍‌ କମ୍ପାନୀ ନୋଭାଭାକ୍ସ ୧୮ବର୍ଷରୁ ୮୪ବର୍ଷ ବୟସ୍କ ବର୍ଗରେ ପ୍ରାୟ ୧୦,୦୦୦ ଲୋକଙ୍କଠାରେ ଟିକାର ମାନବୀୟ ପରୀକ୍ଷଣ ଆରମ୍ଭ କରିଛି। ସେମାନଙ୍କ ମଧ୍ୟରେ ୬୫ ପ୍ରତିଶତଙ୍କ ବୟସ ୬୫ବର୍ଷରୁ ଅଧିକ। ସେହିଭଳି ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍‌ସର ନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି ଯେ, ୨୦୨୧ ଜାନୁୟାରୀ ସୁଦ୍ଧା ଆମଦେଶରେ ଏକ ଫଳପ୍ରଦ କୋଭିଡ୍‌ ଟିକା ଉପଲବ୍ଧ ହେବ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri