ଆମେ କେବେ ବାହା ହେବା?

ମୁମ୍ବାଇ: ଯେବେ ବି-ଟାଉନ୍‌ର ଅବିବାହିତ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ଅଭିନେତା ରଣବୀର କପୁର ଏବଂ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଥା ପ୍ରଥମେ ଆସିଥାଏ। ଗତ ବର୍ଷ ଏକ ସାକ୍ଷାତକାରରେ ରଣବୀର ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ସେବେଠାରୁ ପରସ୍ପର ଅନେକ ଥର ନଜର ଆସୁଛନ୍ତି। ଏପରିକି ଉଭୟଙ୍କ ବିବାହ କଥାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି।

ନିକଟରେ ଫିଲ୍ମ ଆରଆରଆରର ଟ୍ରେଲର ରିଲିଜ ଅବସରରେ ଆଲିଆ ମଧ୍ୟ ତାଙ୍କ ଜୀବନରେ ‘ଆର୍‌’ ଅକ୍ଷରକୁ ଅତ୍ୟନ୍ତ ସ୍ବତନ୍ତ୍ର ବିବେଚନା କରିଥିଲେ। ରଣବୀରଙ୍କ ନାମ ଇଂରାଜୀରେ ‘ଆର’ ଅକ୍ଷରରୁ ଆରମ୍ଭ। ରଣବୀର ଏବଂ ଆଲିଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର ପାଇଁ ପରସ୍ପର ସହ କାମ କରୁଛନ୍ତି। ନିକଟରେ ଏହି ଫିଲ୍ମ ମୋଶନ ପୋଷ୍ଟର ରିଲିଜ ହୋଇଥିଲା। ଏହି ସମୟରେ ଯତେବେଳେ ପ୍ରଶଂସକମାନେ ରଣବୀରଙ୍କୁ ଆଲିଆଙ୍କ ସହ ତାଙ୍କ ବିବାହ ବିଷୟରେ ପଚାରିଥିଲେ, ରଣବୀର ହସି ହସି କହିଥିଲେ, ‘ବର୍ଷକ ମଧ୍ୟରେ ଆମେ ଅନେକ ଲୋକଙ୍କୁ ବିବାହ କରିଥିବାର ଦେଖି ନାହୁଁ କି? ମୁଁ ଭାବୁଛି ସେଥିରେ ଆମେ ଖୁସି ହେବା ଉଚିତ୍‌।

ଏହା ପରେ ରଣବୀର ପୁନର୍ବାର ଆଲିଆଙ୍କୁ ପଚାରିଥିଲେ, ଆମେ କେବେ ବାହା ହେବୁ? ‘ଏହା ଉପରେ ତୁମେ କ’ଣ କହିବାକୁ ଚାହୁଁଛ? ରଣବୀରଙ୍କ ଏପରି ପ୍ରଶ୍ନ ଶୁଣି ସମସ୍ତଙ୍କ ସାମ୍ନାରେ ଲାଜେଇ ଯାଇଥିଲେ ଆଲିଆ। ଏହି କଥା ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା।

ରଣବୀର-ଆଲିଆ ଚଳିତ ବର୍ଷ ବିବାହ କରିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ଉଭୟ ବିବାହକୁ ଆସନ୍ତା ବର୍ଷକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି, ୨୦୨୨ ଏପ୍ରିଲରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri