ଆମେ କେବେ ବୁଝିବା

ବୈକୁଣ୍ଠନାଥ ମିଶ୍ର

 

ସମ୍ପ୍ରତି ଏକ ଉତ୍କଟ ପରିସ୍ଥିତି ଦେଇ ମାନବ ସମାଜ ଗତିକରୁଛି। ସ୍ନେହ, ସହାନୁଭୂତି, ଦୟା, କ୍ଷମା, ପରୋପକାର ଇତ୍ୟାଦି ସ୍ବପ୍ନ ହୋଇଗଲାଣି। ଯଦିବା କେହି ଦୟା ବା ସହାନୁଭୂତି ପ୍ରଦର୍ଶନ କରୁଛି ତାହା କେବଳ ପ୍ରଚାର ସର୍ବସ୍ବ। ସାମାଜିକ ଗଣମାଧ୍ୟମରେ ଦାତାକୁ ଏଭଳି ପ୍ରଚାର କରାଯାଉଛି, ମନେହେଉଛି ଦାନ ନୁହେଁ କେବଳ ଆତ୍ମପ୍ରଚାର ହିଁ ଗୁରୁତ୍ୱପୂର୍ଣ୍ଣ। ପ୍ରଚାର ମାଧ୍ୟମରେ ଆତ୍ମବଡ଼ିମା ପ୍ରଦର୍ଶନ ମୂଳଲକ୍ଷ୍ୟ। ଅବଶ୍ୟ ପ୍ରଚାରର ଯେ କିଛି ଆଲୋକିତ ପାର୍ଶ୍ୱ ନାହିଁ ଏ କଥା ନୁହେଁ, ପ୍ରଚାର ଅନ୍ୟକୁ ଅନୁପ୍ରେରିତ କରିବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରେ। ଏ ସଂସାରରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜେ ନାନା ଅସୁବିଧାରେ ବଞ୍ଚୁଥିଲେ ମଧ୍ୟ ଅନ୍ୟର ଦୁଃଖ ମୋଚନ ପାଇଁ ‘ପରୋପକାରାୟ ସ୍ବର୍ଗାୟ’କୁ ମୂଳମନ୍ତ୍ର କରି ଦେବଦୂତ ପରି ଆଗେଇ ଆସନ୍ତି। ନ ଥାଏ ମନରେ ଆତ୍ମବଡ଼ିମା କିମ୍ବା ନୁହନ୍ତି ସେମାନେ ପ୍ରଚାର ସର୍ବସ୍ବ। ସେମାନଙ୍କ ନିଃସ୍ବାର୍ଥପର ସେବା ମନୋଭାବ ଅନ୍ୟ ପାଇଁ ପ୍ରେରଣାର ଉସତ୍ ହୋଇଉଠେ।
ଦିବ୍ୟଜନନୀ ଶ୍ରୀମା କହନ୍ତି -‘ଯେଉଁ ବ୍ୟକ୍ତି ନିଜ ଚେତନା ଭିତରେ ସର୍ବଦା ସମସ୍ତଙ୍କ ଲାଗି ଶୁଭେଚ୍ଛା ପୋଷଣ କରିଥାଏ, ସେ ହିଁ କେବଳ ସବୁ ଜିନିଷରେ ଲୁଚିରହିଥିବା ଶୁଭେଚ୍ଛାକୁ ଦେଖିପାରେ। ତା’ ଅନ୍ତର୍ଦୃଷ୍ଟିରେ ଇ ଶୁଭେଚ୍ଛା ପ୍ରତିଭାତ ହୁଏ। ‘ଏଠାରେ କତିପୟ ବିରଳ ନାରୀ ଚରିତ୍ର ଆଲୋଚନା ସାପେକ୍ଷ, ଯେଉଁମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥର ଊଦ୍ଧର୍‌ବକୁ ଉଠି ପର ଉପକାର ସାଧନକୁ ଜୀବନର ବ୍ରତ ଭାବରେ ଗ୍ରହଣକରି ନେଇଛନ୍ତି। ଓଡ଼ିଶାର ଉପାନ୍ତ ଜିଲା ନୂଆପଡ଼ାର ପଦ୍ମିନୀ ମାଝିଙ୍କ କଥା ଓ ଗାଥା ବିଚାରକୁ ନେଲେ ଆମେ ତାଙ୍କର ବଳିଷ୍ଠ ତ୍ୟାଗ, ସେବା ମନୋଭାବ ଓ ସମାଜ ଲାଗି ଶୁଭେଚ୍ଛାର ଏକ ଶୁଦ୍ଧ ନମୁନା ପ୍ରାପ୍ତ ହୋଇପାରିବା। ତାଙ୍କ ତ୍ୟାଗ ଓ ସେବାକୁ ଯେତେ ପ୍ରଶଂସା କଲେ ଊଣାହେବ। ୬୫ ବର୍ଷୀୟା ଏହି ମହିଳା ଜଣକ ଆଜକୁ ପ୍ରାୟ ୩୦ ବର୍ଷ ହେଲା ଅବିଶ୍ରାନ୍ତ ଭାବେ ଗ୍ରାମ ନିକଟସ୍ଥ ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି। ରାତି ପାହିଲେ ପଖାଳ ତୋରାଣି ମୁନ୍ଦେ ପିଇ କାନ୍ଧରେ ଟାଙ୍ଗିଆ ଧରି ବାହାରି ଯା’ନ୍ତି ଜଙ୍ଗଲ ଅଭିମୁଖେ। ପ୍ରାୟ ୨୦୦ ଏକର ପରିମିତ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ସେ ସ୍ବତଃ ନିର୍ବାହ କରି ଆସୁଛନ୍ତି। ନାହିଁ ଜଙ୍ଗଲ ଦସ୍ୟୁ ଅବା ହିଂସ୍ର ଜନ୍ତୁ ଓ ବିଷଧର ସରୀସୃପଙ୍କୁ ଭୟ। ଅର୍ଥ ଓ ପୁରସ୍କାର ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ପଦ୍ମିନୀ ଅନେକ ଆହ୍ବାନର ସମ୍ମୁଖୀନ ହୋଇ ସାରିଲେଣି। ଅନେକ ଥର ଦୁର୍ବୃତ୍ତଙ୍କଠାରୁ ଧମକ ମିଳିଥିଲେ ମଧ୍ୟ ତାକୁ ସେ ଭ୍ରୂକ୍ଷେପ କରିନାହାନ୍ତି। ଜଙ୍ଗଲଟି ଶାଳ, ପିଆଶାଳ, ଶାଗୁଆନ ଓ ଶିଶୁ ପ୍ରଭୃତି ମୂଲ୍ୟବାନ୍‌ ବୃକ୍ଷରାଜିରେ ଯେତିକି ସମୃଦ୍ଧ, ସମପରିମାଣରେ ସମୃଦ୍ଧ ବିରଳ ଔଷଧୀୟ ବୃକ୍ଷମାନଙ୍କର ସମାବେଶରେ। ବୃକ୍ଷମାନଙ୍କର ବୈଜ୍ଞାନିକ ଉପକାରିତା ସମ୍ବନ୍ଧରେ ସେ ଯଥେଷ୍ଟ ଅଜ୍ଞ ଥିଲେ ମଧ୍ୟ ଜଙ୍ଗଲ ତାଙ୍କ ପରି ଅଧିବାସୀଙ୍କ ପାଇଁ ଯେ ଜୀବିକାର୍ଜନର ଏକ ଉସତ୍ ଏକଥା ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି। ଜଙ୍ଗଲ ମଧ୍ୟକୁ ପ୍ରବେଶ ପାଇଁ ପଦ୍ମିନୀଙ୍କର ଯେ ଅନୁମତି ଲୋଡ଼ା ଏହା ସମସ୍ତେ ବୁଝିଯାଇଛନ୍ତି। ଗଛର ଶୁଖିଲା ଡାଳ କିମ୍ବା ଝଡ଼ିଯାଇଥିବା ପତ୍ର ସାଉଁଟିବା ବ୍ୟତୀତ ଜୀବିତ ବୃକ୍ଷରେ ହାତ ନ ଦେବା ସତେ ଯେପରି ଏକ ଅଘୋଷିତ ନିୟମ। ପ୍ରକୃତିର ଏହି ଅନନ୍ୟ ସମ୍ପଦ ଯେ ମନୁଷ୍ୟର ସ୍ଥିତି ପାଇଁ ଏକା ‘ଉପାଦେୟ – ଏ କଥାକୁ ସେ ମର୍ମେ ମର୍ମେ ଅନୁଭବ କରନ୍ତି। ପଦ୍ମିନୀଙ୍କ ପରି ବିରଳ ବ୍ୟକ୍ତିତ୍ୱମାନେ ଦେଶର ପ୍ରକୃତ ବନ୍ଧୁ।
ଆଉ ଜଣେ ବନ ସଂରକ୍ଷିକା ମହୀୟସୀ ମହିଳା ହେଲେ ନୟାଗଡ଼ ଜିଲା ରଣପୁର ଅଞ୍ଚଳର ଝରିବନ୍ଧ ଗ୍ରାମର ୬୮ ବର୍ଷୀୟା ଶ୍ରୀମତୀ ଶଶୀ ପ୍ରଧାନ। ଗ୍ରାମ ସନ୍ନିକଟ ଜଙ୍ଗଲଟି ମୂଲ୍ୟବାନ୍‌ ବୃକ୍ଷରାଜି ଯୋଗୁ ଯେତିକି ପରିଚିତ ଔଷଧୀୟ ବୃକ୍ଷମାନଙ୍କର ନିବିଡ଼ ସମାବେଶ ଜଙ୍ଗଲଟିକୁ କରିଛି ତତୋଽଧିକ ଶ୍ରୀସମୃଦ୍ଧମୟ। କାଠମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ ଅବାଧ ପ୍ରବେଶ ଜଙ୍ଗଲକୁ ଲୋପକରି ଦେବାର ଭୟ ଗ୍ରାମବାସୀଙ୍କ ମନୋରାଜ୍ୟକୁ ବେଶ୍‌ ଆନ୍ଦୋଳିତ କଲା। ଏମିତି ଦିନେ ଘଟିଲା ଯେ କେତେଜଣ ଜଙ୍ଗଲ ଦସ୍ୟୁ କେତୋଟି ଶଗଡ଼ ଓ ମାରଣାସ୍ତ୍ରରେ ସୁସଜ୍ଜିତ ହୋଇ ଜଙ୍ଗଲ ଲୁଟ କରିବାକୁ ଆସିଲେ। ଗ୍ରାମର ସରଳ ନିରୀହ ଲୋକେ ସେମାନଙ୍କର ସମ୍ମୁଖୀନ ହେବାକୁ ସାହସ ଜୁଟାଇପାରିଲେ ନାହିଁ। ଗାଁରେ ରହନ୍ତି ପ୍ରାୟ ୪୦ ପରିବାର। ସେମାନେ ଆଶଙ୍କା କଲେ ଯଦି ପୁରୁଷମାନେ ଦସ୍ୟୁଦଳଙ୍କୁ ମୁକାବିଲା କରିବାକୁ ଯା’ନ୍ତୁ , ତେବେ ଯୁଦ୍ଧ ଅବଶ୍ୟମ୍ଭାବୀ। ଧନଜୀବନ ମଧ୍ୟ ହାନି ଘଟିବାର ସମସ୍ତ ସମ୍ଭାବନା ଥିଲା। ତେଣୁ ସେମାନେ ପ୍ରତି ପରିବାରର ନାରୀମାନଙ୍କର ସହାୟତା ଲୋଡ଼ିଲେ। ସେମାନେ ଭାବିଲେ ନାରୀମାନଙ୍କୁ ପୁରୋଭାଗରେ ଦେଖି ସେମାନେ ଯୁଦ୍ଧ ନ କରି ପଳାୟନ କରିବେ। ସେମାନଙ୍କର ଭାବନା ଫଳବତୀ ହେଲା। ନାରୀମାନଙ୍କର ଅଦମ୍ୟ ସାହସ ଓ ଉସତ୍ାହ ଦେଖି ଦସ୍ୟୁମାନେ ଛତ୍ରଭଙ୍ଗ ଦେଲେ। ନାରୀବାହିନୀର ପୁରୋଭାଗରେ ଥିଲେ ଅମିତ ପରାକ୍ରମୀ ଶଶୀମାଉସୀ। ସେବେଠାରୁ ପ୍ରତ୍ୟହ ସକାଳ ହେଲେ ଶଶୀମାଉସୀ ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ କାନ୍ଧରେ ଟାଙ୍ଗିଆ ଧରି ବୀରାନାରୀ ଯୁଦ୍ଧକ୍ଷେତ୍ରକୁ ଗଲା ପରି ଜଙ୍ଗଲ ଅଭିମୁଖେ ବାହାରି ଯା’ନ୍ତି। ରାତିରେ ପୁରୁଷମାନେ ପାଳିକରି ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ନିଅନ୍ତି। କିଛି ବିପଦ ଆଶଙ୍କା ଥିଲେ ଶଶୀମାଉସୀଙ୍କୁ ଡକାଯାଏ ଓ ଶଶୀମାଉସୀଙ୍କ ନାଁ ଶୁଣିଲେ ବିପଦ ଛାଏଁ ଟଳିଯାଏ। ଜଙ୍ଗଲଟି ଚିରହରିତ୍‌ ବର୍ଣ୍ଣରେ ସଦା ସୁଶୋଭିତ। ଶଶୀମାଉସୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସତ୍।
ଆଜି ଜଙ୍ଗଲ ନିଅଁାରେ ଓଡ଼ିଶା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେପରି ସ୍ଥଳେ ପଦ୍ମିନୀ ମାଝି ଓ ଶଶୀ ପ୍ରଧାନଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ସେମାନେ ଜଙ୍ଗଲ ଦସ୍ୟୁଙ୍କୁ ପରାହତ କରିବା ସହ ମାନବକୃତ ବନାଗ୍ନିକୁ ମଧ୍ୟ ଏଡ଼ାଇ ପାରିଛନ୍ତି। ଫେବୃୟାରୀ ପ୍ରଥମ ସପ୍ତାହରେ ଓଡ଼ିଶାର ୧୦୦ରୁ ଊଦ୍ଧର୍‌ବ ଜଙ୍ଗଲ ଦାବାଗ୍ନିର କ୍ରୂର କବଳିତ ହୋଇଛି। ଫେବୃୟାରୀ ଶେଷ ସପ୍ତାହ ସୁଦ୍ଧା ୪୦୦ରୁ ଊଦ୍ଧର୍‌ବ ଜଙ୍ଗଲ ଦାବାଗ୍ନି କବଳିତ ହୋଇସାରିଲାଣି। ବନ ବିଭାଗର ଆକଳନ ଅନୁଯାୟୀ ଏବର୍ଷ ଗ୍ରୀଷ୍ମଋତୁରେ ଛୋଟବଡ଼ ପ୍ରାୟ ୧୦୦୦ ଜଙ୍ଗଲ ଅଗ୍ନି ଭକ୍ଷିତ ହୋଇ ପାଉଁଶଗଦାରେ ପରିଣତ ହେବ। ଅକ୍ଟୋବର ପ୍ରଥମାର୍ଦ୍ଧ ପରଠାରୁ ସାଢ଼େ ୪ମାସ ହେଲା ବୃଷ୍ଟିପାତର ଅଭାବ ବନାଗ୍ନିରେ ଘୃତ ସିଞ୍ଚନ ସଦୃଶ ହୋଇଛି। ଶୁଷ୍କପତ୍ରରେ ସଂଯୁକ୍ତ ଅଗ୍ନି କ୍ରମେ ଭୀଷଣ ସଞ୍ଚାରିତ ହୋଇ ବନର ଜୀବନ୍ତ ବୃକ୍ଷ ଓ ଜଙ୍ଗଲରେ ବାସ କରୁଥିବା ସକଳ ପ୍ରାଣୀଙ୍କୁ ଦଗ୍ଧ କରୁଛି। ଜଙ୍ଗଲ ପରି ସୁରକ୍ଷିତ ସ୍ଥାନ ଯେତେବେଳେ ଅସୁରକ୍ଷିତ ବନ୍ୟପ୍ରାଣୀ ଜୀବନ ବିକଳରେ ଜନପଦ ମୁହାଁ ହେଉଛନ୍ତି। ଜଙ୍ଗଲର ବିଶାଳ ମୂଲ୍ୟବାନ୍‌ ବୃକ୍ଷ ସମ୍ପଦ ସହ ନାନା ଔଷଧୀୟ ବୃକ୍ଷ ବିଲୟକୁ ସାମ୍‌ନା କରୁଛନ୍ତି। ପରିବେଶବିତ୍‌ଙ୍କ କହିବା ଅନୁସାରେ ଓଡ଼ିଶାରେ ୯୦ ଭାଗ ଦାବାଗ୍ନି ମନୁଷ୍ୟକୃତ। ଜଙ୍ଗଲରେ ଧୂମପାନ ପରେ ଅବଶେଷାଂଶକୁ ନିକ୍ଷେପ କରିବା ଯୋଗୁ ଶୁଷ୍କପତ୍ରଗୁଡ଼ିକ ସହଜରେ ଅଗ୍ନିଧାରଣ କରି ସମଗ୍ର ବନାଞ୍ଚଳକୁ ବ୍ୟାପିଯାଉଛି। କେତେକ ହୀନ ସ୍ବାର୍ଥ ବ୍ୟକ୍ତି ଶିକାର ଲୋଭରେ ଜାଣି ଜାଣି ବନରେ ଅଗ୍ନି ସଂଯୋଗ କରୁଛନ୍ତି। ତିନିପଟ ଅଗ୍ନିର ଲେଲିହାନ ଶିଖାକୁ ଭୟକରି ନିରାପଦ ପଟରେ ପଳାୟନ କରିବା ସମୟରେ ଶିକାରୀର କ୍ରୂର କବଳିତ ହେଉଛନ୍ତି। ଯଦି ବନାଗ୍ନି ମନୁଷ୍ୟକୃତ ହୋଇ ନ ଥା’ନ୍ତା ତେବେ ମା’ ପଦ୍ମିନୀ ମାଝି ଓ ମା’ ଶଶୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଥିବା ବନାଞ୍ଚଳ ଏପରି ଅଗ୍ନିରହିତ କିପରି ? ହେ ସ୍ବାର୍ଥାନ୍ଧ ମଣିଷ ! ଅନ୍ତରରୁ ସମସ୍ତ ହୀନ ପ୍ରବୃତ୍ତିକୁ ଦୂରକରି ଏଇ ଦୁଇ ମହୀୟସୀ ନାରୀଙ୍କଠାରୁ ନିଃସ୍ବାର୍ଥ ସେବା ନୈପୁଣ୍ୟ ଶିକ୍ଷାକର। ବିଖ୍ୟାତ ପରିବେଶ ବିଜ୍ଞାନୀ ରୁଷି ଇନିଅର ତ କହିଲେ, ଗୋଟିଏ ଗଛ କାଟିବା ପୂର୍ବରୁ ଅନ୍ତତଃ ପାଞ୍ଚଟି ବୃକ୍ଷକୁ ସମୃଦ୍ଧ କର। ଏ କଥାର ମହତ୍ତ୍ୱକୁ ସାଧାରଣ ଗ୍ରାମୀଣ ନାରୀ ଦୁହେଁ ବୁଝି ସାରିଥିବା ବେଳେ ଆମେ କେବେ ବୁଝିବା ?
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୦୪


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri