ଆମେ ବଞ୍ଚତ୍ଗଲୁ, ଅନ୍ୟମାନଙ୍କ ଉଦ୍ଧାରରେ ଲାଗିଲୁ

ଭୁବନେଶ୍ବର, ୪।୬ (ବ୍ୟୁରୋ) ବାଲେଶ୍ୱର ଜିଲା ବାହାନାଗାରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଲୋକଙ୍କର ଜୀବନ ଯାଇଥିବାବେଳେ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଭୁବନେଶ୍ବରର ଇଞ୍ଜିନିୟର ଦିଲୀପ କୁମାର ପଟ୍ଟନାୟକ। କରମଣ୍ଡଳ ଏକ୍ସପ୍ରେସ୍‌ର ଏସ୍‌-୫ ବଗିରେ କୋଲକାତାରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ସେ ସତ୍‌ସଙ୍ଗର ଆଚାର୍ଯ୍ୟଦେବଙ୍କ ଜନ୍ମୋତ୍ସବରେ ଯୋଗଦେଇ ବୈଦ୍ୟନାଥ ଧାମ ଦେଓଘରରୁ ଫେରୁଥିଲେ। ତାଙ୍କ ସହ ଆଉ ୫ରୁ୬ ଜଣ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଭକ୍ତ ମଧ୍ୟ ଥିଲେ। ସେମାନେ ପରସ୍ପର ମଧ୍ୟରେ ଆଧ୍ୟାତ୍ମିକ ଆଳାପ କରୁଥିବାବେଳେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେଲା। ସେ ସମୟର ଅନୁଭୂତି ବଖାଣି ଦିଲୀପ କୁହନ୍ତି, ଭଲରେ ଭଲରେ ବାଲେଶ୍ବର ଷ୍ଟେଶନ ଟପିଲୁ। ସନ୍ଧ୍ୟା ୬ଟା୨୫ରେ ପ୍ରାର୍ଥନା କଲୁ। ପ୍ରାର୍ଥନା ସରିବାର କିଛି ସମୟ ପରେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେଲା ଓ ଲାଗିଲା ଯେମିତି ଭୂମିକମ୍ପ। ଏଇ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଛାତି ଥରିଗଲା। ହଠାତ୍‌ ବୁଝିପାରିଲୁନି କ’ଣ ହେଲା। ତା’ପରେ ଆମ ଏସ୍‌-୫ କମ୍ପାର୍ଟମେଣ୍ଟ ଧଡ଼କିନା ଉପରକୁ ଉଠିଗଲା। ସମସ୍ତେ ବିକଳରେ ଚିତ୍କାର କରିଉଠିଲେ। ମୋ ପାଟିରୁ ବାହାରି ଆସିଲା-ହେ ଠାକୁର ବଞ୍ଚାଅ। ଉପରମୁହଁା ହୋଇ ରହିଗଲା ଆମ ବଗି। ଜିନିଷପତ୍ର ସବୁ ଅଜାଡ଼ି ହୋଇପଡ଼ିଲା ଆମ ଉପରେ। ସେଇ ଝଟକାରେ ଆମେ ଟ୍ରେନ୍‌ ସିଟ ଓ ରେଲିଂ ସହ ପିଟି ହୋଇଗଲୁ। ଏହାପରେ ଜାଣିପାରିଲୁ କି ଦୁର୍ଘଟଣା ଘଟିଲା। ଆମ ବଗିରେ କେତେଜଣ ଆହତ ବି ହେଲେ, କିନ୍ତୁ ଗୁରୁତର ନୁହେଁ। ଟ୍ରେନ୍‌ କମ୍ପାର୍ଟମେଣ୍ଟ ଅନ୍ଧାରକୁ ବାହାର ବି ଅନ୍ଧାର। ଖାଲି ଶୁଭୁଥାଏ ଲୋକଙ୍କ ବିକଳ ଚିତ୍କାର। ବହୁ ସାବଧାନତାର ସହ ସେମାନେ କମ୍ପାର୍ଟମେଣ୍ଟ ଗେଟ୍‌ ପାଖକୁ ଆସିଲେ। ଝାପ୍‌ସା ଆଲୁଅରେ ଯାହା ଦେଖିଲେ, ତାହା ସେମାନଙ୍କ ଛାତି ଥରାଇ ଦେଲା। ରେଳ ଇଞ୍ଜିନଠାରୁ ତାଙ୍କ ପୂର୍ବ କମ୍ପାର୍ଟମେଣ୍ଟ ପର୍ଯ୍ୟନ୍ତ ସବୁ ବଗି ଓଲଟି ପଡ଼ିଛି। କମ୍ପାର୍ଟମେଣ୍ଟ ଦ୍ବାର ଭୂମିଠାରୁ ପ୍ରାୟ ୨ପୁରୁଷ ଉଚ୍ଚତାରେ ଥିଲା। ବଡ଼ କଷ୍ଟରେ ଅତ୍ୟନ୍ତ ସାବଧାନତାର ସହ ସେମାନେ ଓହ୍ଲାଇଲେ ଏବଂ ତଳକୁ ଆସି ଦେଖିଲେ ଅଗଣିତ ଲୋକ ଟ୍ରେନ୍‌ ତଳେ ଚାପି ହୋଇ ରହିଛନ୍ତି। କେତେଜଣ ଲୋକ ବାହାରକୁ ଛିଟିକି ପଡ଼ି ମୁମୂର୍ଷୁ ଅବସ୍ଥାରେ ଆର୍ତ୍ତନାଦ କରୁଥାଆନ୍ତି। ତଳକୁ ଆସି ସେମାନେ ଏସ୍‌-୫ କମ୍ପାର୍ଟମେଣ୍ଟରେ ଥିବା ସହଯାତ୍ରୀଙ୍କୁ ବାହାରକୁ ଆଣିଲେ। ତା’ପରେ ସେମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ସେ ସମୟର କଥା ବଖାଣି ଦିଲୀପ କୁହନ୍ତି-‘ଯେହେତୁ ଠାକୁର ଆମକୁ ବଞ୍ଚାଇ ଦେଲେ ତେଣୁ ଆମେ ଅନ୍ୟମାନଙ୍କୁ ବଞ୍ଚାଇବା ଉଦ୍ୟମ ଆରମ୍ଭ କଲୁ। ସେତେବେଳକୁ ଖାଲି ପୋଲିସ ପହଞ୍ଚତ୍ଥାଏ। ସ୍ଥାନୀୟ ଲୋକେ ଆସି ଯାତ୍ରୀଙ୍କୁ ବାହାର କରୁଥାଆନ୍ତି। ଆମେ ତାଙ୍କ ସହ ମିଶିଗଲୁ ପ୍ରାୟ ୪୦ ଜଣଙ୍କୁ ବାହାର କରି ସେମାନଙ୍କୁ ଅଟୋ ଓ ଅନ୍ୟ ଗାଡ଼ିରେ ଡାକ୍ତରଖାନା ପଠାଇଲୁ। ଏହାର କିଛି ସମୟ ପରେ ପ୍ରଶାସନ ପହଞ୍ଚତ୍ ଥିଲା।’ ମୃତ୍ୟୁକୁ ସାମ୍ନାରେ ଦେଖି ତା’ହାବୁଡ଼ରୁ ଫେରି ଆସିବାର ଏଇ ଅନୁଭୂତି ଜୀବନରେ କେବେ ବି ଭୁଲିହେବ ନାହିଁ। ବର୍ତ୍ତମାନ ଦିଲୀପ ବାଲେଶ୍ବର ମେଡିକାଲ କଲେଜ ହସ୍ପିଟାଲରେ ଅଣ୍ଟାବ୍ୟଥା କାରଣରୁ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri