ଆମେ ବଞ୍ଚତ୍ଗଲୁ, ଅନ୍ୟମାନଙ୍କ ଉଦ୍ଧାରରେ ଲାଗିଲୁ

ଭୁବନେଶ୍ବର, ୪।୬ (ବ୍ୟୁରୋ) ବାଲେଶ୍ୱର ଜିଲା ବାହାନାଗାରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଲୋକଙ୍କର ଜୀବନ ଯାଇଥିବାବେଳେ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଭୁବନେଶ୍ବରର ଇଞ୍ଜିନିୟର ଦିଲୀପ କୁମାର ପଟ୍ଟନାୟକ। କରମଣ୍ଡଳ ଏକ୍ସପ୍ରେସ୍‌ର ଏସ୍‌-୫ ବଗିରେ କୋଲକାତାରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ସେ ସତ୍‌ସଙ୍ଗର ଆଚାର୍ଯ୍ୟଦେବଙ୍କ ଜନ୍ମୋତ୍ସବରେ ଯୋଗଦେଇ ବୈଦ୍ୟନାଥ ଧାମ ଦେଓଘରରୁ ଫେରୁଥିଲେ। ତାଙ୍କ ସହ ଆଉ ୫ରୁ୬ ଜଣ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଭକ୍ତ ମଧ୍ୟ ଥିଲେ। ସେମାନେ ପରସ୍ପର ମଧ୍ୟରେ ଆଧ୍ୟାତ୍ମିକ ଆଳାପ କରୁଥିବାବେଳେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେଲା। ସେ ସମୟର ଅନୁଭୂତି ବଖାଣି ଦିଲୀପ କୁହନ୍ତି, ଭଲରେ ଭଲରେ ବାଲେଶ୍ବର ଷ୍ଟେଶନ ଟପିଲୁ। ସନ୍ଧ୍ୟା ୬ଟା୨୫ରେ ପ୍ରାର୍ଥନା କଲୁ। ପ୍ରାର୍ଥନା ସରିବାର କିଛି ସମୟ ପରେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେଲା ଓ ଲାଗିଲା ଯେମିତି ଭୂମିକମ୍ପ। ଏଇ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଛାତି ଥରିଗଲା। ହଠାତ୍‌ ବୁଝିପାରିଲୁନି କ’ଣ ହେଲା। ତା’ପରେ ଆମ ଏସ୍‌-୫ କମ୍ପାର୍ଟମେଣ୍ଟ ଧଡ଼କିନା ଉପରକୁ ଉଠିଗଲା। ସମସ୍ତେ ବିକଳରେ ଚିତ୍କାର କରିଉଠିଲେ। ମୋ ପାଟିରୁ ବାହାରି ଆସିଲା-ହେ ଠାକୁର ବଞ୍ଚାଅ। ଉପରମୁହଁା ହୋଇ ରହିଗଲା ଆମ ବଗି। ଜିନିଷପତ୍ର ସବୁ ଅଜାଡ଼ି ହୋଇପଡ଼ିଲା ଆମ ଉପରେ। ସେଇ ଝଟକାରେ ଆମେ ଟ୍ରେନ୍‌ ସିଟ ଓ ରେଲିଂ ସହ ପିଟି ହୋଇଗଲୁ। ଏହାପରେ ଜାଣିପାରିଲୁ କି ଦୁର୍ଘଟଣା ଘଟିଲା। ଆମ ବଗିରେ କେତେଜଣ ଆହତ ବି ହେଲେ, କିନ୍ତୁ ଗୁରୁତର ନୁହେଁ। ଟ୍ରେନ୍‌ କମ୍ପାର୍ଟମେଣ୍ଟ ଅନ୍ଧାରକୁ ବାହାର ବି ଅନ୍ଧାର। ଖାଲି ଶୁଭୁଥାଏ ଲୋକଙ୍କ ବିକଳ ଚିତ୍କାର। ବହୁ ସାବଧାନତାର ସହ ସେମାନେ କମ୍ପାର୍ଟମେଣ୍ଟ ଗେଟ୍‌ ପାଖକୁ ଆସିଲେ। ଝାପ୍‌ସା ଆଲୁଅରେ ଯାହା ଦେଖିଲେ, ତାହା ସେମାନଙ୍କ ଛାତି ଥରାଇ ଦେଲା। ରେଳ ଇଞ୍ଜିନଠାରୁ ତାଙ୍କ ପୂର୍ବ କମ୍ପାର୍ଟମେଣ୍ଟ ପର୍ଯ୍ୟନ୍ତ ସବୁ ବଗି ଓଲଟି ପଡ଼ିଛି। କମ୍ପାର୍ଟମେଣ୍ଟ ଦ୍ବାର ଭୂମିଠାରୁ ପ୍ରାୟ ୨ପୁରୁଷ ଉଚ୍ଚତାରେ ଥିଲା। ବଡ଼ କଷ୍ଟରେ ଅତ୍ୟନ୍ତ ସାବଧାନତାର ସହ ସେମାନେ ଓହ୍ଲାଇଲେ ଏବଂ ତଳକୁ ଆସି ଦେଖିଲେ ଅଗଣିତ ଲୋକ ଟ୍ରେନ୍‌ ତଳେ ଚାପି ହୋଇ ରହିଛନ୍ତି। କେତେଜଣ ଲୋକ ବାହାରକୁ ଛିଟିକି ପଡ଼ି ମୁମୂର୍ଷୁ ଅବସ୍ଥାରେ ଆର୍ତ୍ତନାଦ କରୁଥାଆନ୍ତି। ତଳକୁ ଆସି ସେମାନେ ଏସ୍‌-୫ କମ୍ପାର୍ଟମେଣ୍ଟରେ ଥିବା ସହଯାତ୍ରୀଙ୍କୁ ବାହାରକୁ ଆଣିଲେ। ତା’ପରେ ସେମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ସେ ସମୟର କଥା ବଖାଣି ଦିଲୀପ କୁହନ୍ତି-‘ଯେହେତୁ ଠାକୁର ଆମକୁ ବଞ୍ଚାଇ ଦେଲେ ତେଣୁ ଆମେ ଅନ୍ୟମାନଙ୍କୁ ବଞ୍ଚାଇବା ଉଦ୍ୟମ ଆରମ୍ଭ କଲୁ। ସେତେବେଳକୁ ଖାଲି ପୋଲିସ ପହଞ୍ଚତ୍ଥାଏ। ସ୍ଥାନୀୟ ଲୋକେ ଆସି ଯାତ୍ରୀଙ୍କୁ ବାହାର କରୁଥାଆନ୍ତି। ଆମେ ତାଙ୍କ ସହ ମିଶିଗଲୁ ପ୍ରାୟ ୪୦ ଜଣଙ୍କୁ ବାହାର କରି ସେମାନଙ୍କୁ ଅଟୋ ଓ ଅନ୍ୟ ଗାଡ଼ିରେ ଡାକ୍ତରଖାନା ପଠାଇଲୁ। ଏହାର କିଛି ସମୟ ପରେ ପ୍ରଶାସନ ପହଞ୍ଚତ୍ ଥିଲା।’ ମୃତ୍ୟୁକୁ ସାମ୍ନାରେ ଦେଖି ତା’ହାବୁଡ଼ରୁ ଫେରି ଆସିବାର ଏଇ ଅନୁଭୂତି ଜୀବନରେ କେବେ ବି ଭୁଲିହେବ ନାହିଁ। ବର୍ତ୍ତମାନ ଦିଲୀପ ବାଲେଶ୍ବର ମେଡିକାଲ କଲେଜ ହସ୍ପିଟାଲରେ ଅଣ୍ଟାବ୍ୟଥା କାରଣରୁ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?