Posted inଖେଳ

ଏକଦା ରାଗରେ ବ୍ୟାଟ୍‌ ଉଠାଇ ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ ଧମକ ଦେଇଥିଲେ ସେହ୍ବାଗ; ମଇଦାନରେ ଦେଖିବାକୁ ମିଳିଥିଲା…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପ୍ରଥମ ବଲ୍‌ରେ ଚଉକା ମାରି ସେ ବିରୋଧୀ ବୋଲରଙ୍କ ଉପରେ ଚାପ ପକାଉଥିଲେ। ପଡ଼ିଆରେ ବିପକ୍ଷ ଦଳର ଖେଳାଳିଙ୍କ ସହ ତାଙ୍କର କ୍ୱଚିତ ସଂଘର୍ଷ ହେଉଥିଲା। ଏହା ପଛରେ ଥିଲା ତାଙ୍କର ଶାନ୍ତ ସ୍ବଭାବ। ହେଲେ ଅନେକ ଥର ସେହ୍ବାଗ ରାଗିଯିବା ଯୋଗୁ ବିରୋଧି ବୋଲର ନଚେତ ଖେଳାଳିଙ୍କ ସହ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି। ସେଥିରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟନ୍ସନ୍‌ଙ୍କ ସହ ବିବାଦ ଅନ୍ୟତମ।

ଘଟଣାଟି ୨୦୧୧ର। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳାଯାଉଥିଲା। ସେହ୍ବାଗ ତାଙ୍କ ସାଥୀ ଗୌତମ ଗମ୍ଭୀରଙ୍କ ସହ ଭାରତୀୟ ଇନିଂସ ଆରମ୍ଭ କରିଥିଲେ। ସେହ୍ବାଗ ୧୬ ରନ୍‌ କରି ଖେଳୁଥିବା ବେଳେ ଏକ ରନ୍‌ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପାଟିନ୍ସନ୍‌ ତାଙ୍କ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ତାଙ୍କ କାନ୍ଧର ବ୍ୟବହାର କରିଥିଲେ। ଏହାକୁ ଆଦୌ ପସନ୍ଦ କରି ନ ଥିଲେ ସେହ୍ବାଗ। ସେ ରାଗି ଯାଇ ବ୍ୟାଟ୍‌ ଉଠାଇ ପାଟିନ୍ସନ୍‌ଙ୍କୁ ଧମକ ଦେଇଥିଲେ। ଉଭୟ ଖେଳାଳି ମଧ୍ୟରେ କଥା କଟାକଟି ହୋଇଥିଲା। ଏହାଦେଖି ପିଟର ସିଡଲ ସେଠାକୁ ଆସି ସେହ୍ବାଗଙ୍କୁ ଚପାଇବାକୁ ଚେଷ୍ଟା କରିଥିଲେ। ଶେଷରେ ମଇଦାନରେ ଥିବା ଅମ୍ପାୟାରମାନେ ଏଥିରେ ହସ୍ତକ୍ଷେପ କରି ଖେଳାଳିଙ୍କୁ ଶାନ୍ତ କରିବା ପରେ ମ୍ୟାଚ୍‌ ପୁଣିଥରେ ଆରମ୍ଭ ହୋଇଥିଲା।

ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୩୩ ରନ୍‌ କରିଥିଲା। ଜବାବରେ ଭାରତ ସେହ୍ବାଗ(୬୭ରନ୍‌) ପାଳି ଯୋଗୁ ୨୮୨ ରନ୍‌ ପ୍ରଥମ ଇଂନିସରେ କରିଥିଲା। ୨୯ତମ ଓଭରରେ ପାଟିନ୍ସନ ସେହଓ୍ବାଗଙ୍କ ଉଇକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୪୦ରନ୍‌ କରିଥିଲା। ପରେ ସେମାନେ ଭାରତକୁ ୧୬୯ରନ୍‌ରେ ଅଲଆଉଟ୍‌ କରି ଟେଷ୍ଟ ମ୍ୟାଚ୍‌କୁ ୧୨୨ରନ୍‌ରେ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri