ଯେତେବେଳେ ଯେଉଁ କଥା

ପ୍ରାତଃଭ୍ରମଣରୁ ଫେରି ବୈଠକଘରେ ବସି ପତ୍ନୀ ପ୍ରାଣାୟାମ କରିବା ପରେ ମୋତେ କହିଲେ, ବଜାର ଯାଇ କଞ୍ଚାଲଙ୍କା, ଧନିଆପତ୍ର, ସାରୁ, କଖାରୁ, ପୋଟଳ, ଟମାଟୋ, ଲେଉଟିଆ ଶାଗ ଆଣିବ। ମୁଁ ସେତେବେଳେ ଅଧା ଲେଖିଥିବା ଲେଖାଟିକୁ ସମ୍ପୂର୍ଣ୍ଣ କରିବା ସାଧନାରେ ଥିଲି। ପତ୍ନୀ କ’ଣ କ’ଣ ମୋତେ ବରାଦ କଲେ ତାହା ପୂରା ଶୁଣି ନ ପାରି ଖାଲି ହଁ ହାଁ ଉଚ୍ଚାରିବସିଲି। ତରବରିଆ ଭାବରେ ବ୍ୟାଗ ଧରି ବଜାରକୁ ଯାଇ ପତ୍ନୀଙ୍କ ବରାଦ କଥା ମନେପକେଇବାକୁ ଚେଷ୍ଟା କଲି। କିନ୍ତୁ ସହଜରେ ମନେପଡିଲା ନାହିଁ, କିଣିବାକୁ ଥିଲା ଯାହାଯାହା। ଶୀଘ୍ର କିଣିପକେଇ ଘରକୁ ଫେରିଲି। ହେଲେ ବ୍ୟାଗ ଖୋଲି ଦେଖିବାମାତ୍ରେ ପତ୍ନୀଙ୍କ ତୁଣ୍ଡରୁ ଭାସିଆସିଲା-କଞ୍ଚାଲଙ୍କା ଆଣିନାହଁ,ଆଣିଛ କଲରା, ଧନିଆପତ୍ର ଜାଗାରେ ଆଣିଛ ପୋଦିନା!
ସାରୁ ନାହିଁ, ଅଛି ଖମ୍ବଆଳୁ! ପତ୍ନୀଙ୍କର ତାଚ୍ଛଲ୍ୟ ଶ୍ରବଣାନ୍ତେ ଅକଲ ପଶିଲା ମୋ ମୁଣ୍ଡରେ! ଓହୋ, ମାତ୍ରାଧିକ ସାହିତ୍ୟ ପ୍ରୀତି ବହୁବାର ମୋତେ ଅକଳରେ ପକେଇଛି,ଏମିତି ଏମିତି! ପତ୍ନୀଙ୍କ ବରାଦକୁ ମନେରଖି ପରିବା କିଣି ଘରକୁ ଫେରିଥିଲେ,ଏତେ ସରି କିଆଁ ମୋ ହାଲତ ହୋଇଥାନ୍ତା ସତରେ? ତେଣୁ ଯେତେବେଳେ ଯେଉଁ କଥା, ସେତେବେଳେ ସେ କଥାକୁ ଉପଯୁକ୍ତ ମାନ୍ୟତା ଦେବା ନିହାତି ଦରକାର। ସମୟ ଆମକୁ ଯେତେବେଳେ ଅକଳରେ ପକାଏ, ସେତେବେଳେ ଧୈର୍ଯ୍ୟ,ସାହସ, ଆତ୍ମବିଶ୍ୱାସକୁ ନେଇ ନୀରବରେ ଆଗକୁ ବଢିବା ଦରକାର। ସମୟ ବଡ଼ ବଳବାନ୍‌। ଯେଉଁ ସମୟ ଆମ ପାଇଁ ସମସ୍ୟା ସୃଷ୍ଟି କରୁଛି,ସେଇ ସମୟ ପୁଣି ଆମ ପାଇଁ ସମାଧାନର ସୂତ୍ର ନିରୂପଣ କରୁଛି। କେତେବେଳେ ଜୀବନରେ ଭଲ ସମୟ ଆସେ ତ ପୁଣି କେତେବେଳେ ଆସେ ଖରାପ ସମୟ! ସେଇଥିପାଇଁ ତ ଯେତେବେଳେ ଯେଉଁ କଥା ସୂତ୍ରରେ ସୃଷ୍ଟ ସମସ୍ୟା ବା ଆସନ୍ନ ବିପଦକୁ ମୁକାବିଲା କରିବା ନିହାତି ଦରକାର।
ଅଫିସରେ ଏକଦା ଜଣେ ସହକର୍ମୀ ବନ୍ଧୁଙ୍କର ଚକ୍ରାନ୍ତ ଯୋଗୁ ମୁଁ କିଛିଦିନ ମୋର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କର କ୍ରୋଧର ଶିକାର ହୋଇ ହଇରାଣ ହେବାକୁ ବାଧ୍ୟ ହୋଇଥିଲି। ଅସହିଷ୍ଣୁ ସହକର୍ମୀ ବନ୍ଧୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ମୋ ବିରୋଧରେ ବେଜାଏ ଚୁଗୁଲି କଲେ, ମିଥ୍ୟା ଅଭିଯୋଗ ଆଣିଲେ। ଯଦ୍ଦ୍ବାରା ଅକାରଣେ ଉଚ୍ଚପଦସ୍ଥ ଅଧିକାରୀ ମହାଶୟ ମୋ ଉପରେ ରକ୍ତଚାଉଳ ଚୋବେଇଲେ। ତାଙ୍କର ଔଦ୍ଧତ୍ୟ ଓ ଅହଙ୍କାର ପ୍ରଦର୍ଶନକୁ ମୁଁ ନୀରବରେ ବରଦାସ୍ତ କରୁଥିଲି ସତ, ମାତ୍ର ତାଙ୍କ ଧମକଚମକରେ ହତୋତ୍ସାହିତ ହୋଇ ମୁଁ ମୋ ମାନସିକ ଭାରସାମ୍ୟ ହରେଇ ନ ଥିଲି। ଅଧିକନ୍ତୁ ଅତ୍ୟନ୍ତ ନିଷ୍ଠାର ସହ ମୁଁ ମୋ କର୍ତ୍ତବ୍ୟ ସମ୍ପାଦନ କରିଚାଲିଥିଲି। ଦିନକର କଥା। ସେ ହେଙ୍କଡ଼, ହାମ୍‌ବଡା ଅଧିକାରୀଙ୍କୁ ସାମ୍ନା କରିବାର ସୁଯୋଗ ଦୈବାତ ମୋତେ ମିଳିଗଲା। ତାଙ୍କ ପାଖକୁ ଯାଇ ସିଧାସଳଖ ତାଙ୍କୁ ପ୍ରଶ୍ନ କଲି, ସାର୍‌, ବିନା କାରଣରେ ମୋ ଉପରେ କାହିଁକି ରାଗି ଏତେ ଧମକଚମକ ଦେଉଛନ୍ତି ? ଅଧିକାରୀ ଜଣକ ମୋ ମୁହଁକୁ ବଲବଲ ଅନେଇ ରହିଲେ ଓ କହିଲେ, ”ଆରେ ଆରେ କମ୍‌ ବହପ ନୁହଁ ତୋର ? ହେଃ ମୋତେ ଚିହ୍ନିନୁ, ମୁଁ କିଏ, କେତେ ପାରିବାର ?“ ହେଲେ କିଛି କ୍ଷଣ ପରେ ସେ ମୋତେ ପୁଣି କହିଲେ, ହଁ ବୁଝିପାରିଲି ତୁମ କଥା। ତେବେ ଅସଲ ସମସ୍ୟା ହେଲା, ତୁମ ସହକର୍ମୀ ଯାହାକୁ ତୁମେ ତୁମର ବିଶ୍ୱସ୍ତ ଓ ଦରଦୀ ବନ୍ଧୁ ଭାବୁଛ,ସେ ତୁମ ବିରୋଧରେ ଏଣୁତେଣୁ ଗୁଡ଼ାଏ ମୋ ପାଖରେ ଅଭିଯୋଗ କରି ମୋତେ ଅନୁରୋଧ କରି କହିଲା, ସାର୍‌, ଭଲକିନା ହାଇଡୋଜ ଦେବେଟି ତାକୁ। ସବୁ ନାଟର ଗୋବର୍ଦ୍ଧନ ସେଇ ତୁମ ବନ୍ଧୁ! ସେ କହିବାରୁ ମୁଁ ତୁମ ଉପରେ ମିଛଟାରେ ରାଗୁଥିଲି ! ଛାଡ଼ ସେ କଥା। ମୁଁ କହିଲି,”ହେଲେ ସାର୍‌,ମୋ ଉପରେ ଅକାରଣେ ଆଉ ରାଗିବେ ନାହିଁ ପ୍ଲିଜ୍‌! ଯଦି ରାଗିବାର କାରଣ ଥିବ,ମୋତେ ଜଣେଇଲେ,ମୁଁ ସେ କାରଣକୁ ସମ୍ମାନ ଦେଇ ନିଜକୁ ସଂଶୋଧନ କରିଦେବି।” କହିବା ବାହୁଲ୍ୟ,ତା’ପରଠାରୁ ଅତି ଆଶ୍ଚର୍ଯ୍ୟ ଭାବରେ ସେ ମହାଶୟଙ୍କ ସହ ମୋର ଭଲ ସମ୍ପର୍କ ଗଢିଉଠିଲା!
ଏମିତି ଏମିତି ଅନେକ ସମ୍ବାଦ, ବିସମ୍ବାଦ, ଘଟଣା, ଅଘଟଣ ଆମ ଜୀବନରେ ଘଟେ ବା ଆସେ, ଯାହାର ଅବଧି କିଛି କ୍ଷଣ, କିଛି ମୁହୂର୍ତ୍ତ, କିଛି ଦିନ, କିଛି ମାସ, କିଛି ବର୍ଷ। ତେବେ ମୁହୂର୍ତ୍ତକୁ ମୁକାବିଲା କରିପାରିଲେ, ପରକ୍ଷଣରେ ଆମକୁ ପଶ୍ଚାତ୍ତାପ,ମନସ୍ତାପ, ଅନୁଶୋଚନା,ଅବସୋସ କି ଅସାମର୍ଥ୍ୟକୁ ନେଇ ଧନ୍ଦିହେବାକୁ ଆଦୌ ପଡିବ ନାହିଁ। ଆଉ ମୁହୂର୍ତ୍ତକୁ ମୁକାବିଲା କରି ନ ପାରିଲେ ଅର୍ଥାତ୍‌ ସୃଷ୍ଟ ସମସ୍ୟା ବା ପରିସ୍ଥିତି ପ୍ରତି ଉଦାସୀନ, ବୀତସ୍ପୃହ, ଅନିୟମିତ, ଅଳସୁଆ, ଅକର୍ମା ରହିଲେ, ସମସ୍ୟା କାୟା ବିସ୍ତାର କରିବ,ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଥୟ!
ବେଳେବେଳେ ଅବଶ୍ୟ ପରିସ୍ଥିତି ଭିନ୍ନ ମୋଡ଼ ଧରେ! ସକଳ ସୂତ୍ର, ନିୟମ, ପ୍ରଣାଳୀ, ପ୍ରୟୋଗ, ପଦ୍ଧତି, ପ୍ରୟାସ ଫସର ଫାଟେ! ଯାହାହେବାକୁ ଥିବ,ତାହା ଅବଶ୍ୟ ହୋଇବ!
କୌଣସି ଉପାୟରେ ମିଳିବନାହିଁ ସମସ୍ୟା ସମାଧାନର ସୂତ୍ର। ଗୋଟିଏ ସମସ୍ୟା ସହ ଯୋଡି ହୋଇଯାଉଥିବ,ଗୋଟିକ ପରେ ଗୋଟିଏ କ୍ରମରେ ଆଉ କିଛି ସମସ୍ୟା! ଲାଗୁଥିବ,ସମସ୍ୟାର ଚକ୍ରବୂ୍ୟହ ଭେଦି ବାହାରକୁ ଆସିବା ଅସମ୍ଭବ ବ୍ୟାପାର!
ଏମିତି ଦେଖିବାକୁ ଗଲେ, ସମସ୍ୟା, ସଙ୍କଟ ଆମ ଜୀବନଚର୍ଯ୍ୟା ସହିତ ଓତପ୍ରୋତ ଭାବେ ଜଡିତ। ସମସ୍ୟା ତ ପ୍ରତିବନ୍ଧକ! ପ୍ରତିବନ୍ଧକ ପାରିହୋଇ ଆଗକୁ ବଢିପାରିଲେ ଦକ୍ଷତା, କ୍ଷମତା, ପାରଦର୍ଶିତା,ସଫଳତାର ଅଧିକାରୀ ହୋଇପାରିବା! ସମସ୍ୟାର କୋପ, ପ୍ରକୋପ, ଥାଟ, କୁହାଟରେ ଡରିଗଲେ ତ କଥା ସରିଗଲା! ସମସ୍ୟାର ତ୍ରାସ ଓ ଧାସରେ ଦୃଷ୍ଟିଶକ୍ତି କ୍ଷୀଣ ହୋଇଯାଇପାରେ, ତା’ର ପ୍ରଭାବରେ ଚଉଦିଗ ଜାଲଜାଲିଆ କି ଅନ୍ଧାର ଦେଖାଯାଇପାରେ!
ଅନ୍ଧାର ଭିତରେ ସମାଧାନର ରାସ୍ତା ନିରୂପଣ କରିବା ଦୁରୂହ ହୋଇପାରେ! ତା’ସତ୍ତ୍ୱେ ବି ଉଦ୍ୟମରୁ ବିରତ କିମ୍ବା ବିଚ୍ୟୁତ ହେବା ଅନୁଚିତ। ସୁଯୋଗ, ସଂଯୋଗର ମିଳିତ ଆନୁକୂଲ୍ୟରେ କେଉଁଠି ନା କେଉଁଠି ସମାଧାନର ବାଟ ଫିଟିଯିବ, ଗାଣିତିକ ସୂତ୍ର; ‘ସମସ୍ୟା ଅଛି ତ ତା’ର ସମାଧାନ ନିଶ୍ଚିତ ଅଛି’ ନ୍ୟାୟରେ। ସବୁଠୁ ବଡ଼ କଥା ହେଲା, ଆମକୁ ପ୍ରତ୍ୟେକ କ୍ଷେତ୍ରରେ ହାତେ ମାପି ଚା’ଖଣ୍ଡେ ଚାଲିବା ଦରକାର। ଆଗତ ଭବିଷ୍ୟତ କଥା ବା ଘଟଣା ଆମ ଅକ୍ତିଆର କି ଆୟତ୍ତ ବାହାରେ। ବିତିଯାଇଥିବା ଅତୀତ ବି ନାହିଁ ଆମ ହାତ ପାଆନ୍ତାରେ, କୁଆଡ଼େ ନା କୁଆଡ଼େ ଉଡ଼ିଯାଇଛି ଦୂରେ, ବହୁଦୂରେ! ତେଣୁ ବର୍ତ୍ତମାନକୁ ନେଇ ଯେତେସବୁ ବ୍ୟବସ୍ଥା! ସାମ୍ନାକୁ ଆସୁଥିବା ସମସ୍ୟାକୁ ତତ୍କାଳେ ସମାଧାନ କରିବାର ଦକ୍ଷତା ଆମ ଭିତରେ ମହଜୁଦ ଥିବା ନିହାତି ଦରକାର। ସେଥିପାଇଁ ବନ୍ଧୁଗଣ, ମୋର କହିବାର କଥା, ଆଜ୍ଞା,ଯେତେବେଳେ ଯେଉଁ କଥା!

ରାଧାଶ୍ୟାମ ରାଉଳ
ମର୍କତନଗର, କଟକ
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରାବାସରୁ ଛାତ୍ର ନିଖୋଜ

ଦାରିଙ୍ଗବାଡି, ୮।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଆଉ ଏକ ଅଘଟଣ ଘଟିଛି । ଜଣେ ନବମ ଶ୍ରେଣୀ…

ମାର୍ଚ୍ଚ ପୂର୍ବରୁ ବୋତୋସ୍ବାନାରୁ ଆସିବେ ଚିତା

ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର…

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri