ଓଡ଼ିଆ ଭାଷା ଓ ତା’ର ସୁରକ୍ଷା

ଭାଷା ଏକ ନଦୀ ଭଳି ପ୍ରବହମାନ। ନଦୀରେ କେତେ ନାଳ ଓ ଜଳଧାର ମିଶି ମୂଳ ନଦୀରେ ବିଲୀନ ହୁଏ। ସେହି ନ୍ୟାୟରେ ଓଡ଼ିଆ ଭାଷାରେ ମିଶିଛି ଚାରିପ୍ରକାର ଶବ୍ଦ ଯଥା ତତ୍‌ସମ, ତଦ୍‌ଭବ, ଦେଶଜ ଓ ଯାବନିକ ବା ବିଦେଶୀ ଶବ୍ଦ। ତତ୍‌ସମର ମୂଳ ସଂସ୍କୃତ ଓ ଆମ ଭାଷାର ପ୍ରାୟ ଷାଠିଏ ଭାଗ ହେଉଛି ସଂସ୍କୃତ ଶବ୍ଦ। ତତ୍‌ସମରୁ ଜାତ ହୋଇଛି ତଦ୍‌ଭବ, ଯଥା ଘୋଟକରୁ ଘୋଡ଼ା, ମୁଖରୁ ମୁହଁ, ପୁତ୍ରରୁ ପୁଅ, ଜାମାତାରୁ ଜ୍ୱାଇଁ ଇତ୍ୟାଦି। ଯାହା ଏହି ମାଟିରୁ ସୃଷ୍ଟି, ତାହା ହେଲା ଦେଶଜ ଶବ୍ଦ ଯଥା- ଚାଉଳ, ପେଟ, ଗୋଡ଼, ବାଇଗଣ, କଖାରୁ ଇତ୍ୟାଦି।
ଶେଷରେ ବିଦେଶରୁ ଆସିଥିବା ଇଂଲିଶ୍‌ ଶବ୍ଦ ହେଲା ଟେବୁଲ, ରେଡିଓ, ଟିକଟ୍‌, ଟେଲିଫୋନ ଇତ୍ୟାଦି ା ଏହା ବ୍ୟତୀତ ଆରବିକ୍‌, ଉର୍ଦ୍ଦୁ, ପାର୍ସି ଆଦି ଶବ୍ଦ ମଧ୍ୟ ଓଡ଼ିଆ ଭାଷାକୁ ସମୃଦ୍ଧ କରିଛି। ରୂଢ଼ିବାଦୀମାନେ ଓଡ଼ିଆ ଭାଷାରେ ବିଦେଶୀ ଶବ୍ଦର ପ୍ରବେଶକୁ ଅପମିଶ୍ରଣ କହି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ମାତ୍ର ବିଶିଷ୍ଟ ସମାଲୋଚକ ବୈଷ୍ଣବ ଚରଣ ମହାନ୍ତି କହନ୍ତି, ”ବିଦେଶୀ ବିଜାତି ଘର ଝିଅଟାକୁ ଆମ ପୁଅ ଯଦି ରାଜିଖୁସିରେ ବାହାହୋଇ ଘରକୁ ଆଣିଲା, ସେ ବୋହୂ ଆମ ଚଳଣିରେ ବର୍ଷ ବର୍ଷ ଚଳି ଘରକରଣା କଲା, ପୁଅ ଝିଅର ମା’ ହେଲା, ତହିଁରେ ଆମେ ତାକୁ ଆମ ବୋହୂ ନ କହି ପରଝିଅ କହିବା କାହିଁକି? ସଂସ୍କୃତ ଘରୁ ଆସୁଥିବା ଭାଷାକୁ ସାଧୁଭାଷା ଆଉ ଅନ୍ୟଘରୁ ଆସିଥିବା ଭାଷାକୁ ବୈଦେଶିକ ଭାଷା, ଯବନ ଭାଷା କହି ନାକ ଟେକିବା କାହିଁକି?“
କିଛି ଓଡ଼ିଆ ଭାଷାପ୍ରେମୀ ଇଂଲିଶ୍‌ ଶବ୍ଦଗୁଡ଼ିକୁ ସିଧାସଳଖ ଗ୍ରହଣ ନ କରି ଓଡ଼ିଆ ଭାଷାରେ ଅନୁବାଦ କରୁଛନ୍ତି; ଯଥା ରେଫ୍ରିଜେରେଟରକୁ ଶୀତଳକ, ମାସ୍କକୁ ବାୟୁଛାଣକ ବା ଭୂତାଣୁ ପ୍ରତିରୋଧକ, ମେସେଜ ବକ୍ସକୁ ବାର୍ତ୍ତା ମଞ୍ଜୁଷା, ଫେସ୍‌ବୁକକୁ ମୁଖପୁସ୍ତିକା, ଇଣ୍ଟରନେଟକୁ ଅନ୍ତର୍ଜାଲ, ଏକ୍ସ-ରେକୁ ଅସ୍ବଚ୍ଛ ପଦାର୍ଥକୁ ଭେଦ କରିପାରୁଥିବା ଚୁମ୍ବକୀୟ ରଶ୍ମି, ଟେଣ୍ଡର କଲ୍‌ ନୋଟିସକୁ କୋମଳ ଆହ୍ବାନ ବିଜ୍ଞାପନ, ଲାପ୍‌ଟପ୍‌କୁ କ୍ରୋଡ଼ ସଂଗଣକ, କଂପ୍ୟୁଟରକୁ ସଂଗଣକ, ସି.ଏକୁ ସନନ୍ଦୀ ଗାଣନିକ, ଇସ୍ୟୁ ସେକ୍ସନ୍‌କୁ ନିର୍ଗମନ ବିଭାଗ ଇତ୍ୟାଦି। ଭାଷା ମାଧ୍ୟମରେ ଆମେ ପରସ୍ପରର ଭାବକୁ ବୁଝିଥାଉ।
ଯଦି ଆମ ଉଚ୍ଚାରିତ ଶବ୍ଦରାଶି ଶୁଣି କେହି କିଛି ବୁଝିପାରୁନାହାନ୍ତି, ତାହାଦ୍ୱାରା ଭାଷାର ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଏଣୁ ତାହା ଭାଷା ପଦବାଚ୍ୟ ନୁହେଁ। ପୂର୍ବୋକ୍ତ ଅନ୍ତର୍ଜାଲ, ଶୀତଳକ ଭଳି ଶବ୍ଦ ସାଧାରଣ ଲୋକେ ବୁଝିପାରିବେ ନାହିଁ। ମାତ୍ର ରେଫ୍ରିଜେରେଟର କହିଲାମାତ୍ରକେ ସେମାନେ ସହଜରେ ବୁଝିପାରିବେ। ପୁନଶ୍ଚ ଯେଉଁସବୁ ଶବ୍ଦ ବିଦେଶ ମାଟିରେ ସୃଷ୍ଟି ହୋଇଛି ବା ଆଧୁନିକ ବିଜ୍ଞାନ ସୃଷ୍ଟି କରିଛି, ସେହିସବୁ ଶବ୍ଦଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିବାର କୌଣସି ଯଥାର୍ଥ ନାହିଁ। ଏହି କଥା ଅନେକ ବର୍ଷ ତଳେ ସ୍ବଭାବ କବି ଗଙ୍ଗାଧର ମେହେର ବୁଝିପାରିଥିଲେ ବୋଲି ସେତେବେଳେ ସେ ଅନେକ ଇଂଲିଶ ଶବ୍ଦକୁ ସିଧାସଳଖ ତାଙ୍କ କାବ୍ୟ କବିତାରେ ବ୍ୟବହାର କରିଥିଲେ। ଫନୋଗାଫ, ଷ୍ଟେଶନ, ଟିକଟ ଭଳି ଅନେକ ଇଂଲିଶ୍‌ ଶବ୍ଦ ସେ ବ୍ୟବହାର କରିଛନ୍ତି। ତାଙ୍କର ଉକତ୍ଳ ଭାରତୀ କହିଛନ୍ତି, ”ନାନାଦେଶୁ ଆଣ ତରୁ ବଲ୍ଲୀମାନ/ ରୋପଣ କର ମୋ ଉଦ୍ୟାନ ଗର୍ଭେ/ ଉଦ୍ୟାନ କରିବ ସୁଫଳ ପ୍ରଦାନ/ ଭୁଞ୍ଜିବ ସୁଖେ ମୋ ନନ୍ଦନ ସର୍ବେ। “ କବି ଭାଷା ଉଦ୍ୟାନରେ ବିଭିନ୍ନ ଦେଶରୁ ତରୁବଲ୍ଲୀ ଆଣି ରୋପଣ କରିବାକୁ ଆହ୍ବାନ ଦେଇ ବାସ୍ତବତାବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି। ମାତ୍ର ଏହା ସହ ସେ ସତର୍କ ମଧ୍ୟ କରି ଦେଇଛନ୍ତି, ”ପାଇଥିଲେ ଦିଅ ବିଲାତି ପ୍ରସୂନ, ଥାଏ ଯଦି ତହିଁ କିଛି ସୌରଭ“। ଅର୍ଥାତ୍‌ ବୈଶିଷ୍ଟ୍ୟ ନ ଥିବା ଶବ୍ଦକୁ ସେ ଭାଷା ଉଦ୍ୟାନରେ ସ୍ଥାନ ଦେବାକୁ ଚାହିଁ ନାହାନ୍ତି।
ବିଭିନ୍ନ ଭାଷାରୁ ଶବ୍ଦ ଆଣି ଆମ ଓଡ଼ିଆ ଭାଷାରେ ମିଶାଯାଇପାରେ। ମାତ୍ର ଏହାର ଅର୍ଥ ନୁହେଁ ଯେ, ୮୦ ପ୍ରତିଶତ ବିଦେଶୀ ଶବ୍ଦ ବ୍ୟବହାର କରିବା, ଯଦିଓ ସେହି ଶବ୍ଦଗୁଡ଼ିକର ସରଳ ଓଡ଼ିଆ ଶବ୍ଦ ରହିଛି। ଉଦାହରଣ ସ୍ବରୂପ ପ୍ରଧାନ ଶିକ୍ଷକ ଜଣେ ଅଭିଭାବକକୁ କହିଲେ, ”ତମ ପୁଅ ସ୍କୁଲ ଆନୁଆଲ୍‌ ସ୍ପୋଟର୍‌ସରେ ଆଉଟ୍‌ଷ୍ଟାଣ୍ଡିଂ ପରଫର୍‌ମାନ୍ସ କରିଛି। ଏଭ୍ରି ଇଭେଣ୍ଟ୍‌ରେ ରେକର୍ଡ଼ ବ୍ରେକ୍‌ କରିଛି।
ତା’ର ବ୍ରାଇଟ୍‌ ଫ୍ୟୁଚର୍‌। ଏକାଡେମିକ୍‌ ସାଇଡ୍‌ଟା ଅବଶ୍ୟ ଟିକେ ଉଇକ୍‌। ଲାଷ୍ଟ୍‌ ଏକ୍‌ଜାମ୍‌ରେ ମାଥ୍‌ରେ ପର୍ସେଣ୍ଟେଜ୍‌ କମ୍‌ ରଖିଛି। ଟିକେ ଲେବର୍‌ କଲେ ଇମ୍ପ୍ରୁଭ୍‌ କରିଯିବ। ଏହି ଉଦାହରଣଟି ଦେଇ ସମାଲୋଚକ ବୈଷ୍ଣବ ଚରଣ ମହାନ୍ତି କହିଛନ୍ତି ”ଅନ୍ୟ ଭାଷାରୁ ଶବ୍ଦ ଆହରଣ କଲେ ମାତୃଭାଷା ସମୃଦ୍ଧ ହୁଏ। ଗ୍ରହଣଶୀଳତା ଓ ଆହରଣଶୀଳତା ସ୍ବାଗତଯୋଗ୍ୟ, କିନ୍ତୁ ଗାଧୋଇବା ଅର୍ଥ ନୁହେଁ ପାଣିରେ ବୁଡ଼ି ମରିବା।“ ଏବେ ଅନେକ କହୁଛନ୍ତି ”ମୁଁ କଟକକୁ ବିଲଙ୍ଗ୍‌ କରୁଛି,“ ”ମୁଁ ଷ୍ଟ୍ରଗଲ କରୁଛି,“ ”ମୁଁ ସେଣ୍ଡ କରୁଛି“ ଇତ୍ୟାଦି। ଏମିତି ଏକ ସମୟ ଆସିବ ଲୋକେ କହିବେ ମୁଁ ‘ଗୋ’ କରୁଛି, ‘ସିଟ୍‌’ କରୁଛି, ‘ଇଟ୍‌’ କରୁଛି। ଶେଷରେ ଯିବା, ବସିବା, ଖାଇବା ଭଳି ଶବ୍ଦ ଓଡ଼ିଆ ଭାଷାରୁ ଉଭେଇଯିବ।
ପ୍ରଫେସର୍‌ ନୀଳାଦ୍ରିଭୂଷଣ ହରିଚନ୍ଦନ ତାଙ୍କ ପ୍ରବନ୍ଧ ”ଓଡ଼ିଆ ଶବ୍ଦର ବିଲୋପ ପ୍ରକ୍ରିୟା“ରେ ଓଡ଼ିଆ ଭାଷାରେ ହିନ୍ଦୀ ଭାଷାର ଅନୁପ୍ରବେଶ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଆମ ଓଡ଼ିଆରେ ସୁନ୍ଦର ଶବ୍ଦ ଥାଉ ଥାଉ ଆମେ ବହୁଳ ସଂଖ୍ୟାରେ ହିନ୍ଦୀ ଶବ୍ଦ ବ୍ୟବହାର କରୁଛୁ। ଯଥା ଛାନ୍‌ବିନ୍‌ (ଅନୁସନ୍ଧାନ), ମୁଦ୍ଦା (ପ୍ରସଙ୍ଗ), ମାହୋଲ୍‌ (ପରିବେଶ), ନତିଜା (ପରିଣାମ), ଅଧୁରା (ଅସମାପ୍ତ), ଖୁଲାସା (ରହସ୍ୟ ଖୋଲିବା), ମାହିର୍‌ (ନିପୁଣ), ତାଜୁବ୍‌ (ଚକିତ), ହଙ୍ଗାମା (ଗଣ୍ଡଗୋଳ) ଇତ୍ୟାଦି ଶହ ଶହ ଶବ୍ଦ। ଏହିଭଳି ବହୁସଂଖ୍ୟକ ଇଂଲିଶ୍‌ ଓ ହିନ୍ଦୀ ଶବ୍ଦର ବ୍ୟବହାର ଯୋଗୁ ଓଡ଼ିଆ ଶବ୍ଦ ଅବ୍ୟବହୃତ ହୋଇ ଅପମୃତ୍ୟୁର ସମ୍ମୁଖୀନ ହେଉଛି ା ଆମ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ୧,୮୫,୦୦୦ ଶବ୍ଦ ଅଛି। ଓଡ଼ିଆ ଏକ ଦରିଦ୍ର ଭାଷା ନୁହେଁ। ଏଣୁ ଆମ ଭାଷା ଆମର ଭାବପ୍ରକାଶ କରିବା ପାଇଁ ଯଥେଷ୍ଟ। ମାତ୍ର ଆଜିର ଜଗତୀକରଣ ଯୁଗରେ ବିଭିନ୍ନ ଦେଶ ସହ ସମ୍ପର୍କ ସ୍ଥାପନ କଲାବେଳେ ଆମକୁ ଅନ୍ୟ ଦେଶର ଭାଷାରୁ ମଧ୍ୟ ଶବ୍ଦ ଗ୍ରହଣ କରିବାକୁ ପଡ଼ିବ। ଏହାଦ୍ୱାରା ଆମ ଭାଷା ସମୃଦ୍ଧ ହେବ। ମାତ୍ର ଅନ୍ଧଭାବରେ ଶବ୍ଦଗ୍ରହଣ ନ କରି କେବଳ ସେହି ଶବ୍ଦକୁ ଗ୍ରହଣ କରାଯାଉ, ଯେଉଁ ଶବ୍ଦର ବୈଶିଷ୍ଟ୍ୟ ବା ସ୍ବାତନ୍ତ୍ର୍ୟ ଅଛି ଏବଂ ସେହି ନିର୍ଦ୍ଦିଷ୍ଟ ଭାବପ୍ରକାଶ କରିପାରୁଥିବା ଶବ୍ଦ ଓଡ଼ିଆ ଭାଷାରେ ନାହିଁ। ଅନେକ ଜର୍ମାନ୍‌, ଫରାସୀ, ଲାଟିନ୍‌ ଆଦି ଶବ୍ଦକୁ ନେଇ ଗଠିତ ହୋଇଥିବା ଇଂଲିଶ୍‌ ଏବେ ଅନେକ ହିନ୍ଦୀ ଓ ସଂସ୍କୃତ ଶବ୍ଦକୁ ମଧ୍ୟ ଗ୍ରହଣ କରିନେଲାଣି। ଏହି ଗ୍ରହଣଶୀଳତା ପାଇଁ ଆଜି ଏହା ଏକ ବିଶ୍ୱଭାଷା ହୋଇପାରିଛି। ଖାଣ୍ଟି ସୁନାରେ ଖାଦ ମିଶିଲେ ସୁନ୍ଦର ଅଳଙ୍କାର ଗଢ଼ିହୁଏଓଡ଼ିଶା ବଞ୍ଚିତ ଠିକ୍‌ ସେହିପରି ଖାଣ୍ଟି ଓଡ଼ିଆରେ ଅନ୍ୟ ଭାଷାର ଶବ୍ଦ ମିଶିଲେ ଓଡ଼ିଆ ଅଶୁଦ୍ଧ ହେବ ନାହିଁ, ବରଂ ସମୃଦ୍ଧ ହେବ। ଫକୀରମୋହନ ସେନାପତି ଶହେ ବର୍ଷ ତଳେ କହିଥିଲେ, ”ଓଡ଼ିଆ ଏଗାର ପଣି ବାକି ଇଙ୍ଗିରେଜୀ“ ମାତ୍ର ଓଡ଼ିଆକୁ ସମୃଦ୍ଧ କରିବା ନାମରେ ଇଂଲିଶ୍‌ ଏଗାରପଣି ବାକି ଓଡ଼ିଆ ନ ହେଉ। ତେବେ ଓଡ଼ିଆ ଭାଷା ବଞ୍ଚିତ।

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ପ୍ରାକ୍ତନ ଅଧ୍ୟକ୍ଷ,
ଡିଏଭି ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri