Posted inଫୁରସତ

ସୂର୍ଯ୍ୟ ଉଦୟ ହେଲେ ବଦଳିଯାଏ ଭାରତର ଏହି ଅଞ୍ଚଳର ପୂରା ଦୃଶ୍ୟ

ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏହି ଅଞ୍ଚଳର ଦୃଶ୍ୟ ପୂରା ବଦଳିଯାଏ। ଏମିତି ସ୍ଥାନ ରହିଛି ରାଜସ୍ଥାନର ଚୁରୁରେ। ଏଠାରେ ପାଗକୁ ନେଇ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏଠାରେ ରାତିରେ ତୁଷାରପାତ ହୁଏ। ଫଳରେ ହାଡ଼ଭଙ୍ଗା ଶୀତ ହୁଏ। କୌତୂହଳର ବିଷୟ ହେଉଛି, ଏହି ସହରରେ ସୂର୍ଯ୍ୟ ଉଇଁବା କ୍ଷଣି ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨୦ ଡିଗ୍ରୀ ସେଲସିୟସ ହୋଇଥାଏ।

ରାତିରେ ଶିମ୍‌ଲା ଏବଂ ମନାଲିରେ ପରିଣତ ହୋଇଥିବା ଏହି ସହରରେ ଦିନରେ ଉତ୍ତାପ ଅନୁଭୂତ ହୁଏ। ପାଣିପାଗ କେନ୍ଦ୍ରର ଦାୟିତ୍ୱରେ ଥିବା ରବୀନ୍ଦ୍ର ସିହାଗ କହିଛନ୍ତି, ଏଠାରେ ପାଣିପାଗର ଓଲଟା ହେବାର କାହାଣୀ ନୂଆ ନୁହେଁ ବରଂ ପୁରୁଣା। ପ୍ରାୟତଃ ଏଠାରେ ଶୀତଦିନେ ଏପରି ପାଗ ହୋଇଥାଏ। ଯେଉଁଠାରେ ରାତି ଥଣ୍ଡା ଏବଂ ଦିନ ଗରମ ହୋଇଥାଏ।

ରାଜସ୍ଥାନର ଚୁରୁର ମାଟି ଏପରି ଯେ, ଏହା ଶୀଘ୍ର ଥଣ୍ଡା ହୁଏ ଏବଂ ସୂର୍ଯ୍ୟକିରଣରେ ଉତ୍ତାପ ହୁଏ। ଯେଉଁଥିପାଇଁ ଏଠାରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରାରେ ବିରାଟ ପାର୍ଥକ୍ୟ ରେକର୍ଡ କରାଯାଇଥାଏ।

ଜାନୁୟାରୀ ୫ରେ ସର୍ବାଧିକ ତାପମାତ୍ରା ୧୮.୨ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ମାଇନସ ୧.୫ ଡିଗ୍ରୀ ଥିଲା। ସେହିପରି ୬ରେ ସର୍ବାଧିକ ତାପମାତ୍ରା ମାଇନସ ୧୭.୦ ଡିଗ୍ରୀ, ସର୍ବନିମ୍ନ ୧.୦, ଜାନୁୟାରୀ ୭ରେ ସର୍ବାଧିକ ତାପମାତ୍ରା ୨୦.୨ ଡିଗ୍ରୀ ଏବଂ ସର୍ବନିମ୍ନ ମାଇନସ ୦.୦ ଡିଗ୍ରୀ।  ଜାନୁୟାରୀ ୮ରେ ସର୍ବାଧିକ ତାପମାତ୍ରା – ୨୫.୦ ଡିଗ୍ରୀ, ସର୍ବନିମ୍ନ ମାଇନସ ୦.୫ ଡିଗ୍ରୀ। ଜାନୁୟାରୀ ୯ରେ ସର୍ବାଧିକ ତାପମାତ୍ରା ମାଇନସ ୨୧.୬ ଡିଗ୍ରୀ, ସର୍ବନିମ୍ନ ମାଇନସ ୩.୮ ଡିଗ୍ରୀ ଥିଲା। ଜାନୁୟାରୀ ୧୦ରେ ସର୍ବାଧିକ ତାପମାତ୍ରା ମାଇନସ ୨୪.୧ ଡିଗ୍ରୀ, ସର୍ବନିମ୍ନ ମାଇନସ ୧.୫ ଡିଗ୍ରୀ ଥିଲା। ସେହିପରି ୧୧ ତାରିଖରେ ସର୍ବାଧିକ ତାପମାତ୍ରା ମାଇନସ ୨୭.୭ ଏବଂ ସର୍ବନିମ୍ନ ୪.୫ ଡିଗ୍ରୀ ଥିଲା ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri