Posted inଖେଳ

ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’

ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍‌-ହ୍ବାଟ୍‌ ଲାଇଫ୍‌ ଆଣ୍ଡ କ୍ରିକେଟ ଟଟ୍‌ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ। ନିଜ ଆତ୍ମଜୀବନୀରେ ରାଇନା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ନେଇ କିଛି କଥା ଶେୟାର କରିଥିଲେ। ଏକଦା ଭୁଲ ପୋଷାକ ଚୟନକୁ ନେଇ ଏହି ଭାରତୀୟ କିମ୍ବଦନ୍ତୀ କ୍ରିକେଟର କିଭଳି ତାଙ୍କୁ ଗାଳି ଦେଇଥିଲେ ତାହା ରାଇନା ବର୍ଣ୍ଣନା କରିଛନ୍ତି।

୨୦୦୫ରେ ଦ୍ରାବିଡଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ରେ ଡେବ୍ୟୁ କରିଥିଲେ ରାଇନା। ହେଲେ ଘଟଣାଟି ୨୦୦୬ର। ସେତେବେଳେ ରାଇନା ଭାରତୀୟ ଦଳ ପାଇଁ ନୂଆ ଥିଲେ। ଭାରତ-ଅଷ୍ଟ୍ରେଲିଆ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଟ୍ରାଇ ସିରିଜ୍‌ ପାଇଁ ମାଲେସିଆରେ ଥିବା ବେଳେ ରାଇନା ଏକ ଟି-ଶାର୍ଟ ପିନ୍ଧିଥିଲେ। ସେଥିରେ ‘FCUK’ ଲେଖାଥିଲା। ଏହାକୁ ନେଇ ଦ୍ରାବିଡ ତାଙ୍କୁ ଗାଳି ଦେଇଥିଲେ।

ତୁମେ କ’ଣ ପିନ୍ଧିଛ, ତାହା ଜାଣିଛ ତ? ତୁମେ ଜଣେ ଭାରତୀୟ କ୍ରିକେଟର। ଟି-ଶାର୍ଟରେ ଏଭଳି ଶବ୍ଦ ସହ ବାହାରକୁ ଯିବା ଉଚିତ ନୁହେଁ ବୋଲି ରାଇନାଙ୍କୁ ଦ୍ରାବିଡ କହିଥିଲେ। ଏହାଶୁଣି ରାଇନା ଡରି ଯାଇଥିଲେ। ସେ ସଙ୍ଗେ ସଙ୍ଗେ ପୋଷାକ ବଦଳାଇବାକୁ ଶୌଚାଳୟକୁ ଯାଇଥିଲେ। ଏପରିକି ଉକ୍ତ ଶାର୍ଟଟିକୁ ସେ ଫିଙ୍ଗି ମଧ୍ୟ ଦେଇଥିଲେ। ତେବେ ଭାରତୀୟ କ୍ରିକେଟରମାନେ କିଭଳି ନିଜକୁ ଉପସ୍ଥାପନ କରିବେ ସେ ବିଷୟରେ ଦ୍ରାବିଡ ସ୍ପଷ୍ଟ ଥିଲେ। କ୍ରିଡାବିତ୍‌ମାନେ ଦେଶର ପ୍ରତିନିଧି ଅଟନ୍ତି ବୋଲି ସେ ବିଶ୍ୱାସ କରୁଥିଲେ ବୋଲି ରାଇନା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri