Posted inଖେଳ

ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୬: ଖୁବ୍‌ କମ୍‌ ମ୍ୟାଚ୍‌ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ ସ୍ପିନର ଭାବେ ଗଣାଯାଉଥିବା ଅଶ୍ୱିନ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ କାରଣରୁ ଏକଦା ବ୍ୟାନ ହୋଇଥାନ୍ତେ। କିନ୍ତୁ ତାଙ୍କୁ ବ୍ୟାନ ହେବାରୁ ବଞ୍ଚାଇବା ପାଇଁ ୬ ମାସ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରଖିଥିଲା ବିସିସିଆଇ। ଏଭଳି ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ସ୍ପିନର ସଇଦ ଅଜମଲ।

ଉଲ୍ଲେଖଯୋଗ୍ୟ, ଅଜମଲ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ କାରଣରୁ ଆଇସିସି ପକ୍ଷରୁ ବ୍ୟାନ ହୋଇଥିଲେ। ହାତକୁ ୧୫ ଡିଗ୍ରୀ ବେଣ୍ଡ କରି ସ୍ପିନରଙ୍କୁ ବୋଲିଂ କରିବାକୁ ପଡ଼େ। ଆଇସିସିର ଏହି ନିୟମକୁ ଅଜମଲ ଦୁସରା ବଲ ପକାଇଲାବେଳେ ଭଙ୍ଗ କରୁଥିଲେ।

”ମୁଁ ୮ ବର୍ଷ ଧରି କ୍ରିକେଟ ଖେଳୁଥିଲି। ହଠାତ୍‌ କାହାକୁ କିଛି ନ ପଚାରି ନିୟମରେ ପରିବର୍ତ୍ତନ କରିଦେଲେ। ନିୟମ କେବଳ ମୋ ପାଇଁ ଥିଲା। ସେହି ସମୟରେ ଅଶ୍ୱିନ ପ୍ରାୟ ୬ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ। ଏହାର କାରଣ ତୁମେ ତୁମ ବୋଲରଙ୍କ ଉପରେ କାମ କରିପାରିବ। ଯାହା ଫଳରେ ସେ ବ୍ୟାନ ହେବାରୁ ବଞ୍ଚିତ ହୋଇପାରିବେ। ଜଣେ ପାକିସ୍ତାନ ବୋଲର ବାସନ୍ଦ ହେଲେ, ତାଙ୍କ ଉପରେ ଫରକ ପଡ଼ୁନାହିଁ। ସେମାନେ କେବଳ ଟଙ୍କା ବିଷୟରେ ଚିନ୍ତା କରନ୍ତି “ ବୋଲି ଅଜମଲ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ତେବେ ଦୁସରା ବୋଲିଂ ପାଇଁ ୧୫ ଡିଗ୍ରୀ ନିୟମରେ କୋହଳ ଲାଗି ଆଇସିସିକୁ ଅଶ୍ୱିନ ଅନୁରୋଧ କରିଥିବା କିଛି ରିପୋର୍ଟରେ ପ୍ରକାଶ ପାଇଥିଲା। ନିକଟରେ ଏକ ଟୁଇଟ୍‌ ଯୋଗେ ଏହାକୁ ଖଣ୍ଡନ କରିଥିଲେ ଅଶ୍ୱିନ। ମାତ୍ର ୭୮ ଟେଷ୍ଟ ଖେଳିଥିବା ତାମିଲନାଡୁ ସ୍ପିନରଙ୍କ ନାମରେ ଅଛି ୪୦୯ ଉଇକେଟ। ଏଥିରେ ସାମିଲ ଅଛି ୩୦ଟି ୫ ଉଇକେଟ ଓ ୭ଟି ୧୦ ଉଇକେଟ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୯ ରନ୍‌ରେ ହିଁ ବ୍ୟାଟ ଟେକି ଅର୍ଦ୍ଧଶତକ ଖୁସି ମନାଇଲେ ଶ୍ରେୟାସ; ହସି ହସି ଗଡ଼ିଲେ କୋହଲି

ବିଶାଖାପାଟଣା,୧୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟାର ଏକ କୌତୂହଳପୂର୍ଣ୍ଣ ତ୍ରୁଟି କରିଛନ୍ତି। ସେ...

ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା

ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା...

ଟିମ୍‌ ଇଣ୍ଡିଆକୁ ଫେରିବା ପଥରେ ରାହାନେ

ମୁମ୍ବାଇ,୧୮।୨: ଟେଷ୍ଟ କ୍ୟାରିୟରର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ବ୍ୟାଟର ଅଜିଙ୍କ୍ୟ ରାହାନେ ଚଳିତ ଘରୋଇ ସିଜନର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ...

ବିବାହରେ ଭାରତୀୟ କ୍ରିକେଟରଙ୍କୁୁ ଆମନ୍ତ୍ରଣ କରିବେ ହସନ ଅଲି

କରାଚୀ,୫।୮(ପି.ଟି.)- ପାକିସ୍ତାନ ପେସର ହସନ ଅଲି ସେପ୍ଟେମ୍ବର ୨୦ରେ ଭାରତୀୟ ନାଗରିକ ସମିଆ ଆର୍ଜୁଙ୍କୁ ଦୁବାଇଠାରେ ବିବାହ କରିବେ। ତାଙ୍କ ବିବାହ ଉତ୍ସବକୁ ଭାରତୀୟ କ୍ରିକେଟରଙ୍କୁ...

‘ଆମେରିକା ସମକକ୍ଷ ପ୍ରଦର୍ଶନ କରିପାରିଲୁନି’

ଭୁବନେଶ୍ୱର, ୧୩।୧୦: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ବରଣ...

ପ୍ରଶିକ୍ଷକ ଦୀପ୍ତିରଞ୍ଜନଙ୍କୁ ୧୦ ଡାନ ରେଡ୍‌ ବେଲ୍ଟ

ଭୁବନେଶ୍ୱର,୨୯।୧୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଶିକ୍ଷକ ଦୀପ୍ତିରଞ୍ଜନ ମହାପାତ୍ର କୁମ୍ଫୋ କରାଟେରେ ସମ୍ମାନଜନକ ୧୦ ଡାନ ରେଡ୍‌ ବେଲ୍ଟ ପାଇଛନ୍ତି। ଆତ୍ମରକ୍ଷା କୌଶଳ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା...

କାଠରେ ନୁହେଁ ଆଲୁମୁନିୟମ ବ୍ୟାଟ୍‌ରେ ଖେଳୁଥିଲେ ଏହି ଖେଳାଳି

କ୍ରିକେଟରେ ସାଧାରଣତଃ କାଠରେ ତିଆରି ବ୍ୟାଟ୍‌ ବ୍ୟବହାର କରାଯାଏ। ହେଲେ କ୍ରିକେଟ ଇତିହାସରେ ଏମିତି ଜଣେ ଖେଳାଳି ଥିଲେ, ସେ ଆଲୁମୁନିୟମ ବ୍ୟାଟ୍‌ରେ ବ୍ୟାଟିଂ କରିଥିଲେ।...

‘କେବଳ ମୋଦି ଚାହିଁଲେ ହେବ ସମ୍ଭବ’

ନୂଆଦିଲ୍ଲୀ,୨୨।୩: ୨୦୨୩ ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଭାରତ ସହ ଅନେକ ଦଳ ଟାଇଟଲ...

Advertisement
Archives

Model This Week