Categories: ଖେଳ

୩ ଓଭରରେ ବଦଳି ଦେଇଥିଲେ ବିଶ୍ୱକପ୍‌ ସେମିଫାଇନାଲ

ମୋହାଲି,୬।୩: କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ ବିଶ୍ୱର ପ୍ରାୟ ସମସ୍ତ ଭେନ୍ୟୁରେ ନିଜ ଛାପ ଛାଡ଼ିଛନ୍ତି। ଏଠାରେ ପିସିଏ ଷ୍ଟାଡିୟମରେ ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଓ୍ବର୍ନଙ୍କ ଚମକ। ୧୯୯୬ ବିଶ୍ୱକପ୍‌ ସେମିଫାଇନାଲରେ ପେସରଙ୍କୁ ସୁହାଉଥିବା ମୋହାଲି ପିଚ୍‌ରେ ଏକାକୀ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ ଓ୍ବର୍ନ।

ଓ୍ବେଷ୍ଟଇଣ୍ଡିଜର ପେସର କର୍ଟନି ଓ୍ବାଲଶ, ଇଆନ ବିଶପ ଓ ଓଟିସ ଗିବସନଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ୮ ଉଇକେଟରେ ୨୦୭ ରନ୍‌ କରିଥିଲା। ଜବାବରେ ଶିବନାରାୟଣ ଚନ୍ଦ୍ରପାଲ (୮୦) ଓ ବ୍ରାଏନ ଲାରା (୪୫)ଙ୍କ ଯୋଗୁ ଓ୍ବେଷ୍ଟଇଣ୍ଡିଜକୁ ଅନ୍ତିମ ୧୦ ଓଭରରେ ୪୦ ଦରକାର ଥିଲା। କ୍ରିଜ୍‌ରେ ରିଚି ରିଚାର୍ଡସନ (୪୯) ସେଟ୍‌ ଖେଳୁଥିଲେ। ଏଭଳି ପରିସ୍ଥିତିରେ ଓ୍ବର୍ନଙ୍କୁ ବଲ ଦେଇଥିଲେ ଅଷ୍ଟ୍ରେଲିଆ କ୍ୟାପଟେନ ମାର୍କ ଟେଲର। ସେ ଲଗାତାର ୩ ଓଭରରେ ୩ ଉଇକେଟଲ ନେଇ ମ୍ୟାଚ୍‌ର ଫଳାଫଳ ବଦଳି ରଖି ଦେଇଥିଲେ। ଶେଷରେ ଓ୍ବେଷ୍ଟଇଣ୍ଡିଜ ବିଜୟ ଲକ୍ଷ୍ୟ ଠାରୁ ୫ ରନ୍‌ ଦୂରରେ ରହି ଯାଇଥିଲା। ମ୍ୟାଚ୍‌ରେ ଓ୍ବର୍ନ ୯ ଓଭରରେ ୩୬ ରନ୍‌ ଦେଇ ୪ ଉଇକେଟ ହାତେଇଥିଲେ।

Share