୩୦ ହଜାର ଟଙ୍କାରେ ପୁରସ୍କାର କିଣିଥିଲେ ଏହି ପ୍ରସିଦ୍ଧ ଅଭିନେତା. ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡର ଅନେକ ଅନ୍ଧକାର ଦିଗ ବିଷୟରେ ବାହାରକୁ ଆସୁଛନ୍ତି। ବଂଶବାଦ, ଗୋଷ୍ଠୀବାଦ ବିଷୟରେ ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହା ବ୍ୟତୀତ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌ ରେହମାନ ମଧ୍ୟ ବଲିଉଡ ଗ୍ୟାଙ୍ଗ ବିଷୟରେ ଖୁଲାସା କରିଥିବାବେଳେ ସାଉଣ୍ଡ ଡିଜାଇନର୍‌ ରେସୁଲ ପୁକୁଟି ମଧ୍ୟ ଓସ୍କାର ଜିତିବା ପରେ ତାଙ୍କୁ ସାଇଡଲାଇନ କରିଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି।
ଏସବୁ ମଧ୍ୟରେ ବଲିଉଡ ପୁରସ୍କାର ଶୋ ମଧ୍ୟ ବିବାଦରେ ରହିଛି। କିଛି ଦିନ ପୂର୍ବରୁ ଗୀତିକାର ମନୋଜ ମୁନ୍ତଶୀର ତାଙ୍କ ଗୀତ ‘ତେରୀ ମିଟ୍ଟୀ’ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇ ନ ଥିଲେ। ପରେ ଭବିଷ୍ୟତରେ କୌଣସି ପୁରସ୍କାର ଶୋ’ରେ ଭାଗ ନେବାକୁ ମନା କରିଦେଇଥିଲେ। କିନ୍ତୁ ପୁରସ୍କାର ଶୋ’କୁ ନେଇ ବିବାଦ ପ୍ରଥମ ଥର ନୁହେଁ। ବଲିଉଡର ସ୍ବର୍ଗତ ଅଭିନେତା ରୁଷି କପୁର ତାଙ୍କ ଆତ୍ମଜୀବନୀରେ କହିଥିଲେ ଯେ, ୫୦ ବର୍ଷ ପୂର୍ବେ ସେ ୩୦ ହଜାର ଟଙ୍କା ଦେଇ ପୁରସ୍କାର କିଣିଥିଲେ।
ରୁଷି ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍‌ ୧୯୭୦ରେ ପିତା ରାଜ କପୁରଙ୍କ ଫିଲ୍ମ ମେରା ନାମ ଜୋକରରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ। ତିନି ବର୍ଷ ପରେ ଅର୍ଥାତ୍‌ ୧୯୭୩ରେ ରୁଷି କପୁର ଜଣେ ମୁଖ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ବବି ଥିଲା। ଏହି ଚଳଚ୍ଚିତ୍ର ପାଇଁ ରୁଷି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡିଥିଲା। ୨୦୧୭ରେ ମୁକ୍ତିଲାଭ କରିଥିବା ରୁଷି କପୁର ତାଙ୍କ ଆତ୍ମଜୀବନୀ ଖୁଲାମ-ଖୁଲାରେ ଏହା ସେ ଉଲ୍ଲେଖ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସେ ସେତେବେଳେ ବହୁତ ଯୁବକ ଥିଲେ ଏବଂ ତାଙ୍କ ଚଳଚ୍ଚିତ୍ରର ସଫଳତାରେ ସେ ବହୁତ ଖୁସି ଥିଲେ। ତେଣୁ ସେ ଏପରି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ନିଜ ଦୋଷ ଏବଂ ଏହାକୁ ନେଇ ମଧ୍ୟ ଅନୁତାପ କରୁଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ...

ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ୫ ଅଭିନେତ୍ରୀ; ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି…

ଭାରତୀୟ ସମାଜରେ ବିବାହ ପରେ ମା’ ହେବା ଏକ ବିଶେଷ ଅନୁଭବ ନେଇ ଆସିଥାଏ। ବିବାହ ପୂର୍ବରୁ ଗର୍ଭଧାରଣକୁ ଭଲ ବୋଲି ବିବେଚନା କରାଯାଏ ନାହିଁ।...

ହ୍ବିଲ୍‌ ଚେୟାର୍‌ରେ ବସି ବ୍ୟାୟାମ କରୁଛନ୍ତି ଶିଳ୍ପା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଏ ବା ନ ଜଣେ। ନିଜର ଫିଟ୍‌ନେସ୍‌କୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର...

ଇଂଲଣ୍ଡରୁ ଫେରିଲେ ଟିଏମ୍‌ସି ଏମ୍‌ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା

କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ...

ଘରେ ପରିବା ଧୋଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ଲାଇମଲାଇଟରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। କରିସ୍ମା ସୋସିଆଲ ମିଡିଆରେ ନିଜର ଫଟୋ...

ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ...

ଫୋର୍ବସର ଅଧିକ ଆୟ କରୁଥିବା ନାୟିକାଙ୍କ ତାଲିକାରୁ ବାଦ୍‌ ପଡିଲେ ଦୀପିକା, ପ୍ରିୟଙ୍କା

ନୂଆଦିଲ୍ଲୀ,୨୫।୮: ଫୋର୍ବସ ନିକଟରେ ପ୍ରକାଶ କରିଛି ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସଙ୍କ ତାଲିକା। ହେଲେ ଏଥିରେ ୨୦୧୭ରେ ଭାରତର ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସ ଭାବେ ଦୀପିକା ପାଦୁକୋନଙ୍କ...

ବିଗ୍‌ ବିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ‘ଆନନ୍ଦ’

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କୁ ପ୍ରଥମେ ବଲିଉଡ୍‌ରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଷ୍ଟାର ମାନ୍ୟତା ପାଇବା ପାଇଁ ବିଗ୍‌ ବିଙ୍କ ଆଖିରୁ ନିଦ...

Advertisement
Archives

Model This Week