୧୦ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ମହାରାଣୀଙ୍କ ମର ଶରିର

ଲଣ୍ଡନ,୯ ।୯: ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଲାଇନ ଲାଗିବା ଆରମ୍ଭ ହୋଇଯାଇଛି । ଲୋକେ ତାଙ୍କ ପରଲୋକ ଖବର ଶୁଣି ଭାବୁକ ହୋଇଯାଇଛନ୍ତି । ଆଉ ସମସ୍ତଙ୍କ ମନରେ ଗୋଟିଏ କଥା କେବେ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର ଅର୍ଥାତ୍ କେବେ ତାଙ୍କୁ କବର ଦିଆଯିବ । ତା’ହେଲେ ଲୋକେ ତାଙ୍କୁ ଅନ୍ତିମ ବିଦାୟ ଦେଇପାରିବେ । ଗତବର୍ଷ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଯାହା ସୂଚନା ରହିଛି ଏଲିଜାବେଥଙ୍କ ମର ଶରିର ୧୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିବ ।
୨୦୨୧ରେ ଏକ ଆମେରିକୀୟ ନ୍ୟୁଜ ୱେବ ସାଇଟରେ ଆସିଥିବା ରିପୋର୍ଟରେ ମହାରାଣୀଙ୍କ ଅନ୍ତିମ ସଂସ୍କାର ସମ୍ପର୍କିତ କିଛି ତଥା ମିଳିଥିଲା । ଏହି ରିପୋର୍ଟ ‘ଅପରେଶନ ଲଣ୍ଡନ ବ୍ରିଜ’ ସହ ଜଡିତ । ଯାହା ମହାରାଣୀଙ୍କ ମୃତ୍ୟୁ ପରେ କେମିତି ହେବ ଅନ୍ତିମ ସଂସ୍କାର ତାକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ, ମହାରାଣୀ ଏଲିଜାବେଥ ୨ୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପୁରା ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ତାଙ୍କର ମର ଶରିରକୁ ସଂସଦରେ ୩ ଦିନ ରଖାଯିବ । ତାଙ୍କ ଅନ୍ତିମ ସଂସ୍କାର ବା ତାଙ୍କୁ କବର ଦେବା ପୂର୍ବରୁ ତାଙ୍କର ଉତ୍ତରାଧିକାର ପୁଅ ପ୍ରିନ୍ସ ଚାର୍ଲସ ପୁରା ଦେଶ ଯାତ୍ରା କରିବେ । ଏଥିରେ ୟୁକେ ଭିତରେ ଆସୁଥିବା ସମସ୍ତ ଦେଶ ସାମିଲ ରହିଛି ।
ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମହାରାଣୀ ଏଲିଜାବେଥ ୨ୟଙ୍କ ମର ଶରିରକୁ ପ୍ରିନ୍ସ ଫିଲିପଙ୍କ ନିକଟରେ କବର ଦିଆଯିବ । ଗତ ବର୍ଷ ଆସିଥିବା ଏହି ରିପୋର୍ଟ ଅନୁଯାୟୀ, ମହାରାଣୀଙ୍କ ଅନ୍ତିମ ସଂସ୍କାର ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏହିଦିନ ସମ୍ପୁର୍ଣ୍ଣ ଦେଶ ଛୁଟି ରହିବ । ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, କମ୍ପାନୀ, କାର୍ଯ୍ୟାଳୟ ବନ୍ଦ ରହିବ । ମାହାରାଣୀ ଏଲିଜାବେଥ ୨ୟଙ୍କ ମୃତ୍ୟୁ ଦିବସକୁ ‘ଡି-ଡେ’ ଭାବେ ପାଳନ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ମହାରାଣୀଙ୍କ ମର ଶରିରକୁ ୧୦ ଦିନ ପରେ କବର ଦିଆଯିବ । ଏବେ ପର୍ଯ୍ୟନ୍ତ ଏହି ସୂଚିରେ କୌଣସି ପରିବର୍ତ୍ତନ ହୋଇଛି କି ନା ତା’ର ସୂଚନା ମିଳି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri