ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ…

ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲେ ହେଁ ଗୋଟିଏରେ ବି ସେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି। କ୍ୟାମେରା ସମ୍ମୁଖରେ ଏଭଳି ଦୃଶ୍ୟ ନ ଦେବାକୁ ନେଇ ତାଙ୍କୁ ଅନେକ ଥର ପ୍ରଶ୍ନ କରାଯାଇଛି। ସେଭଳି ଏକ ହେଲା ଓପରୋ ଓ୍ବିନ୍‌ଫ୍ରେଙ୍କ ଶୋ’ରେ।

୨୦୦୯ରେ ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀ ଅଭିଷେକ ବଚ୍ଚନଙ୍କ ସହ ଶୋ’ରେ ପହଞ୍ଚିଥିଲେ ଐଶ୍‌। ସାକ୍ଷାତକାରରେ ତାଙ୍କୁ କର୍ମଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ କରାଯାଇଥିଲା। ଏଥିରୁ କିଛିର ମଜାଦାର ଉତ୍ତର ଦେଇଥିଲେ ଅଭିଷେକ। ବିନ୍‌ଫ୍ରେ ଐଶ୍‌ଙ୍କୁ ବଲିଉଡ୍‌ର ଉଲ୍ଲେଖନୀୟ କ୍ୟାରିୟର ସତ୍ତ୍ୱେ କିସିଂ ସିନ୍‌ କାହିଁକି କରିନାହାନ୍ତି ବୋଲି ପଚାରିଥିଲେ। ଜବାବରେ ଐଶ୍‌ଙ୍କ ଗାଲରେ ଚୁମ୍ବନ ଦେଇ ଅଭିଷେକ ଚମକାଇ ଦେଇଥିଲେ। ସେ କହିଥିଲେ, ଏଭଳି ଦୃଶ୍ୟ ପାଶ୍ଚାତ୍ୟ ଫିଲ୍ମରେ ସାଧାରଣ ଭାବେ ଦେଖିବାକୁ ମିଳେ। ଭାରତରେ କିନ୍ତୁ ଏଭଳି ନ ଥାଏ। ଫିଲ୍ମରେ ପୁଅ-ଝିଅ ପରସ୍ପରକୁ ଭେଟନ୍ତି। ସେମାନେ ପ୍ରେମରେ ପଡ଼ନ୍ତି। ପରେ ସେମାନେ ପ୍ରେମ ନିବେଦନ କରିବାକୁ ଯାଇ ଚୁମ୍ବନ ଦେଇଥାନ୍ତି। ଭାରତରେ ପ୍ରେମ ପାଇଁ ଏକ ଗୀତ ଥାଏ। ଏଥିରେ ସବୁ କିଛି ଯୋଡ଼ି ହୋଇଥାଏ। ଭାରତୀୟ ଫିଲ୍ମକୁ ଦେଖିଲେ ଦର୍ଶକଙ୍କୁ ଏସବୁକୁ ଦେଖାଇବାର ଆବଶ୍ୟକତା ନ ଥାଏ ବୋଲି ଅଭିଷେକ କହିଥିଲେ।

କହିରଖୁଛୁ, ଫିଲ୍ମ ‘ଗୁରୁ’ର ଶୁଟିସେଟ୍‌ରୁ ଆରମ୍ଭ ହୋଇଥିଲା ଐଶ୍‌-ଅଭିଷେକଙ୍କ ଲଭ୍‌ଷ୍ଟୋରୀ। ଏହାପୂର୍ବରୁ ଏକାଧିକ ନାୟକଙ୍କ ସହ ସୁନ୍ଦରୀଙ୍କ ନାମ ଯୋଡ଼ା ହୋଇସାରିଥିଲା। ହେଲେ ୨୦୦୭ ଏପ୍ରିଲ ୨୦ରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଏକ ଝିଅ ଆରାଧ୍ୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri